ମୁମ୍ବାଇ ଇଣ୍ଡିଆନ୍ସ ୩ ୱିକେଟ୍‌ରେ ଜିତିଲା

ମୁମ୍ବଇ, ୧୦ା୪(ଏଜେନ୍ସି): ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ଆଇପିଏଲ୍‌ ମୁକାବିଲାରେ ଘରୋଇ ଦଳ ୩ ୱିକେଟ୍‌ରେ ଚିତ୍ତାକର୍ଷକ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କିଙ୍ଗ୍‌ସ ଏକାଦଶ ୪ ୱିକେଟ୍‌ ହରାଇ ୧୯୭ ରନ୍‌ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟ୍‌ ହରାଇ ବିଜୟ ହାସଲ କରିନେଇଥିଲା । ଏକକ ଭାବେ ଦଳକୁ ଜିତାଇଥିବା କିରେନ ପୋଲାର୍ଡ ମ୍ୟାନ୍‌ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ଅଧିନାୟକ ରୋହିତ ଶର୍ମାଙ୍କ ବିନା ମୁମ୍ବାଇ ଇଣ୍ଡିଆନ୍ସ ଗ୍ରାଉଣ୍ଡ୍‌କୁ ଓହ୍ଲାଇଥିଲା । କିରେନ ପୋଲାର୍ଡ ଦଳର ନେତୃତ୍ୱ ନେଇଥିଲେ । ଟସ୍‌ ଜିତି ପୋଲାର୍ଡ କିଙ୍ଗ୍‌ସ ଏକାଦଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଗତ ୨ଟି ମ୍ୟାଚ୍‌ରେ ଘାତକ ବୋଲିଂ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ଜାସନ ବେହରନଡ୍ରଫ୍‌ ଓ ଅଲଜାରୀ ଜୋଶେଫ ଆଜି ଦୀଶା ହୀନ ବୋଲିଂ କରିଥିଲେ । କିଙ୍ଗ୍‌ସ ଏକାଦଶର ଉଭୟ ଓପନର ଚୌକା ଓ ଛକାର ବର୍ଷାର କରି ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ଅନ୍ୟ ପଟରେ ରାହୁଲ ତାଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ । ପ୍ରଥମ ୱିକେଟ୍‌ରେ ୧୧୬ ରନ୍‌ର ଭାଗିଦାରୀ ଗଠନ ହୋଇଥିଲା । ଗେଲ୍‌ ୩୬ଟି ବଲ୍‌ରୁ ୩ଟି ଚୌକା ଓ ୭ଟି ଛକା ବଳରେ ୬୩ ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଥିଲେ ।

ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲରମାନେ ଚାପ ପକାଇ ଆଉ ୩ଟି ୱିକେଟ୍‌ ନେଇଥିଲେ । ହେଲେ ରାହୁଲଙ୍କୁ ଅଟକାଇବା ସମ୍ଭବ ହୋଇ ନଥିଲା । ସେ ଶତକ ଅର୍ଜନ କରିଥିଲେ । ଫଳରେ କିଙ୍ଗ୍‌ସ ଏକାଦଶ ସ୍କୋର ୧୯୭ରେ ପହଞ୍ଚି ଯାଇଥିଲା । ରାହୁଲ ୬୪ଟି ବଲ୍‌ରୁ ୬ଟି ଚୌକା ଓ ୬ଟି ଛକା ବଳରେ ୧୦୦ ରନ୍‌ କରିଥିଲେ । ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ଜାସନ ବେହରନଡ୍ରଫ୍‌ ଓ ଜଶପ୍ରୀତ ବୁମରା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । ଜବାବରେ ମୁମ୍ବାଇର ଦୁଇ ଓପନର କ୍ୱିଣ୍ଟନ ଡି କକ୍‌ ଓ ସିଦେ୍ଧଶ ଲାଡ୍‌ ୨୮ ରନ୍‌ ସଂଗ୍ରହ କରିଥିଲେ ।

ଲାଡ୍‌ ବ୍ୟକ୍ତିଗତ ୧୫ ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ ଅପରାଜିତ ଡି କକ୍‌ଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍‌ରେ ୨୮ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୫୬ ବେଳେ ବ୍ୟକ୍ତିଗତ ୨୧ ରନ୍‌ କରି ସୂର୍ଯ୍ୟକୁମାର ପାଭିଲିୟନ ଫେରିଥିଲେ । ପରେ ପରେ ଘରୋଇ ଦଳ ଡି କକ୍‌(୨୪)ଙ୍କ ୱିକେଟ ହରାଇଥିଲା । ଇଶାନ କିଷନ(୭) ସହଳ ଆଉଟ୍‌ ହୋଇଥିଲେ । ୯୪ ରନ୍‌ରେ ୪ଟି ୱିକେଟ୍‌ ହରାଇ ଘରୋଇ ଦଳ ସଂକଟରେ ପଡ଼ି ଯାଇଥିଲା । ଦ୍ୱିତୀୟ ୱିକେଟ୍‌ର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ପୋଲାର୍ଡ ଧୂଆଁଧାର ବ୍ୟାଟିଂ କରିଥିଲେ । ଅନ୍ୟ ପଟରେ ୱିକେଟ୍‌ ପଡ଼ି ଚାଲିଥିଲେ ହେଁ ପୋଲାର୍ଡ ପ୍ରଭାବିତ ହୋଇନଥିଲେ । କିଙ୍ଗ୍‌ସ ବୋଲରଙ୍କୁ ସେ ନିର୍ମମ ପ୍ରହାର କରିଥିଲେ ।

ଶେଷ ଓଭରରେ ବିଜୟ ପାଇଁ ୧୫ ରନ୍‌ ଆବଶ୍ୟକ ଥିଲା । ଅଙ୍କିତ ରାଜପୁତ ନୋ ବଲ୍‌ ପକାଇଥିଲେ । ଏହି ବଲ୍‌କୁ ପୋଲାର୍ଡ ଛକା ମାରିଥିଲେ । ଏହା ପରବଲ୍‌ରେ ଚେକା ମାରି ଦଳୀୟ ସ୍କୋରକୁ ୧୯୪ରେ ପହଞ୍ଚାଇଥିଲେ । ଦ୍ୱିତୀୟ ବଲ୍‌ରେ ପୋଲାର୍ଡ ଆଉଟ୍‌ ହୋଇଥିଲେ । ସେ ୩୧ଟି ବଲ୍‌ରୁ ୮୩(୩ଚୌକା, ୧୦ଛକା) ରନ୍‌ କରିଥିଲେ । ଶେଷ ୪ଟି ବଲ୍‌ରେ ମୁମ୍ବାଇକୁ ବିଜୟ ପାଇଁ ୪ ରନ୍‌ ଆବଶ୍ୟକ ହେଉଥିଲା । ଅଲଜାରୀ ଜୋଶେଫ ଓ ରାହୁଲ ଚହର ଗୋଟିଏ ବଲ୍‌ ହାତଛଡ଼ା କରିଥିଲେ । ହେଲେ ଶେଷ ୩ଟି ବଲ୍‌ରେ ୪ ରନ୍‌ ନେଇ ଦଳକୁ ବିଜୟୀ କରାଇଥିଲେ ।

   ସମ୍ବନ୍ଧିତ ଖବର


ରାଞ୍ଚି କ୍ରିକେଟର ଭୀଷ୍ମ ପିତାମହ ଦେବଲ ସହାୟଙ୍କ ପରଲୋକ, ଥିଲେ ଧୋନିଙ୍କ ମେଣ୍ଟର

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି

ସୂର୍ଯ୍ୟକୁମାରଙ୍କ ସପକ୍ଷରେ ବାହାରିଲେ ବ୍ରାଏନ୍‌ ଲାରା, ପ୍ରଶଂସା କରି କହିଲେ- କ୍ଲାସ୍‌ ପ୍ଲେୟାର..

ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସି ଦଳ ସହ ଖିମ୍‌ଜୀର ସହଭାଗିତା

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: ରୋହିତ,ଈଶାନ୍ତଙ୍କୁ ନେଇ ବଡ଼ ବୟାନ ଦେଲେ ରବି ଶାସ୍ତ୍ରୀ, କହିଲେ…