ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନାଭିସ୍, ମହରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ସମ୍ଭାବନା ବଢିଲା

ମୁମ୍ବାଇ,୮।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ଭିତରେ ସୃଷ୍ଟି ହୋଇଥିବା ବିବାଦ ଆଜି ନୂଆ ମୋଡ ନେଇଛି।  ରାଜନୈତିକ ସଙ୍କଟ ଭିତରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ଫଡନାଭିସ୍ ନିଜର ମନ୍ତ୍ରୀଙ୍କ ସହ ରାଜଭବନ ପହଁଞ୍ଚି ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହାପରେରାଜ୍ୟପାଳ ମଧ୍ୟ ତାଙ୍କର ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ଆଜି ମହାରାଷ୍ଟ୍ରରେ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ରାଜ୍ୟରେ ସରକାର ଗଠନ କରିବାକୁ କୌଣସି ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନଥିବା କାରଣରୁ ଏବେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ସମ୍ଭାବନା ବଢିଯାଇଛି।

ଇସ୍ତଫା ଦେବାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଫଡନାଭିସ୍ କହିଛନ୍ତି, ମୋତେ ମହାରାଷ୍ଟ୍ର ସେବା କରିବା ପାଇଁ ସୁଯୋଗ ମିଳିଥିଲା। ଏଥିପାଇଁ ମହାରାଷ୍ଟ୍ରବାସୀ, ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ, କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ଅନ୍ୟାନ୍ୟ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଁ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛି ଓ ରାଜ୍ୟପାଳ ମୋର ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି। ମୁଁ ମହାରାଷ୍ଟ୍ରର ଜନତା ଏବଂ ସମସ୍ତ ସହଯୋଗୀ ଦଳକୁ ମଧ୍ୟ ଧନ୍ୟବାଦ ଜଣାଉଛି।

   ସମ୍ବନ୍ଧିତ ଖବର


ଭୁଲ୍ ଆଧାର ନମ୍ବର ଦେଲେ ଲାଗିପାରେ ୧୦ ହଜାର ପର୍ଯ୍ଯନ୍ତ ଜୋରିମାନା

ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

‘ଗୁରୁଜୀ ମୁଁ ଆସୁଛି’ କହି ୭ମ ମହଲାରୁ ଡେଇଁ ପଡିଲେ ଇଞ୍ଜିନିୟରିଂ ଛାତ୍ର