
ମୁମ୍ୱାଇ – ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କର ଅଫିସ୍ରେ ବିଏମ୍ସିର କାର୍ଯ୍ୟାନୁଷ୍ଠାନ ମାମଲା। ହାଇକୋର୍ଟଙ୍କର ନିଷ୍ପତ୍ତି ପରେ ମୁମ୍ୱାଇର ମେୟର କିଶୋର ପେଡନେକର କହିଛନ୍ତି , ସେ ବିବାଦ ପୂର୍ବରୁ ଜାଣିନଥିଲେ କିଏ କଙ୍ଗନା ରଣାୱତ । ପେଡନେକର କହିଥିଲେ କି କଙ୍ଗନାଙ୍କ ବିଷୟରେ ସେ କେବେ କିଛି ଶୁଣି ନଥିଲେ ।
ମେୟର କିଶୋର ପେଡନେକର କହିଥିଲେ କି , ଆମେ ଏହି ନିଷ୍ପତ୍ତିକୁ ବିସ୍ତାର ଭାବେ ଦେଖିବୁ ଏବଂ ଲିଗାଲ ଟିମ୍ ଆଗକୁ କାର୍ଯ୍ୟାନୁଷ୍ଠାନ ନେବେ । ଆମର ମନରେ ପ୍ରତିଶୋଧ ଭାବନା ନାହିଁ କି ଏଥିରେ ପ୍ରେରିତ ହୋଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବାର ଲକ୍ଷ୍ୟ ନାହିଁ ।
ପେଡନେକର ଆହୁରି କହିଛନ୍ତି , ହାଇକୋର୍ଟଙ୍କର ନିଷ୍ପତ୍ତି ପରେ ବିରୋଧି ଯାହା ଚାହିଁବେ କହି ପାରିବେ । କିନ୍ତୁ ଆଇନ୍ର କାର୍ଯ୍ୟାନୁଷ୍ଠାନର ପ୍ରୋଟୋକଲ୍ ହୋଇଥାଏ । ଏହି ବିବାଦ ପୂର୍ବରୁ ମୁଁ ଜାଣି ହିଁ ନଥିଲି କି କଙ୍ଗନା ରଣାୱତ କିଏ । କଙ୍ଗନାଙ୍କ ମାମଲାରେ ଆସିଥିବା ନିଷ୍ପତ୍ତି ନେଇ ସୋସିଆଲ ମିଡ଼ିଆରେ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି ।
ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ
ଉଲ୍ଲେଖନୀୟ ଯେ, ବମ୍ୱେ ହାଇକୋର୍ଟ ନିଜର ନିଷ୍ପତ୍ତି ସମୟରେ କହିଥିଲେ କି କଙ୍ଗନାଙ୍କର ଅଫିସ୍ରେ ହୋଇଥିବା କ୍ଷତିର ମୂଲ୍ୟାଙ୍କନ କରାଯିବ । କୋର୍ଟ କହିଥିଲେ କି, କଙ୍ଗନାଙ୍କୁ କ୍ଷତି ଭରଣା ଦେବା ପାଇଁ ଅଫିସ୍ରେ ହୋଇଥିବା ଭଙ୍ଗାରୁଜାର ମୁଲ୍ୟାଙ୍କନ କରାଯିବ। ଯାହା ବି କ୍ଷୟକ୍ଷତି ବାହାରିବ ତାହା ବିଏସ୍ସି ଦ୍ୱାରା ଭରଣା କରାଯିବ।
କୋର୍ଟ କହିଛନ୍ତି କଙ୍ଗନା ବିଏମ୍ସିରେ ଅଫିସ୍ ତିଆରି ପାଇଁ ଆଉ ଥରେ ଆବେଦନ କରିବେ । ୩ ମାସ ଭିତରେ ଆର୍କିଟେକ୍ଟକୁ ଡ୍ୟାମେଜ୍ର ମୂଲ୍ୟାଙ୍କନ କରିବାକୁ ହେବ । ଅଫିସ୍ର ବାକି ଭାଗ ଯାହାକୁ ବିଏମ୍ସି ଅନଧିକୃତ କହୁଛି , ଏହାକୁ ନିୟମିତ କାରାଯାଉ।
କୋର୍ଟଙ୍କର ଏହି ନିଷ୍ପତ୍ତି ଅଫିସ୍ରେ ହୋଇଥିବା ଭଙ୍ଗାରୁଜା ପରେ ପାଖାପାଖି ୨ ମାସର ବାକ୍ ବିତଣ୍ଡା ଚାଲିବା ପରେ ଶୁଣାଣି ହୋଇଛି ।