ପ୍ରମୁଖ ଖବର
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଦିଲ୍ଲୀ ଓ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ବଢାଗଲା ମେଟ୍ରୋର ସୁରକ୍ଷା

ନୂଆଦିଲ୍ଲୀ,୨୮।୨: ବାଲକୋଟରେ ଜୈସ-ଏ-ମହମ୍ମଦର କ୍ୟାମ୍ପ ଓ ଲଞ୍ଚର ପ୍ୟାଡ୍ ଉପରେ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଏବେ ପ୍ରତିଶୋଧ ପରାୟଣ ହୋଇଉଠିଛି। ପାକିସ୍ତାନ ଆତଙ୍କବାଦୀଙ୍କ ଦମରେ ଭାରତ ଉପରେ ଆକ୍ରମଣ ଷଡଯନ୍ତ୍ର କରୁଛି। ଏହା ମଧ୍ୟରେ ଆତଙ୍କବାଦୀଙ୍କ ବିପଦ ଦେଖି ମୁମ୍ବାଇ ଓ ରାଜଧାନୀ ଦିଲ୍ଳୀରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିଦିଆଯାଇଛି। ମୁମ୍ବାଇ ମେଟ୍ରୋକୁ ସତର୍କ କରିଦିଆଯାଇଛି। ବିପଦ ଦେଖି ମୁମ୍ବାଇ ମେଟ୍ରୋର ସୁରକ୍ଷା ବଢାଇ ଦିଆଯାଇଛି। ସେଭଳି ଦିଲ୍ଳୀରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଦିଲ୍ଳୀର ସମସ୍ତ ଯାନବାହାନକୁ ଚେକ୍ କରାଯାଉଛି। ଦିଲ୍ଳୀ ପୋଲିସର ଯବାନ ଅସ୍ତ୍ରଶସ୍ତ୍ର ଧରି ପ୍ରହରା ଦେଉଛନ୍ତି। ଦିଲ୍ଳୀର ସିନ୍ଧୁ ବର୍ଡରରେ ପଞ୍ଜାବ ଓ ଜମ୍ମୁ-କଶ୍ମୀରରୁ ଆସୁଥିବା ସମସ୍ତ ଗାଡିର ଚେକିଂ ପରେ ଦିଲ୍ଳୀ ଯିବାକୁ ଅନୁମତି  ଦିଆଯାଉଛି।  ପୋଲିସ ଦିଲ୍ଳୀର ସମସ୍ତ ସୀମାରେ କଡା ସୁରକ୍ଷା ବ୍ୟବସ୍ଥା ଲାଗୁ କରିଦେଇଛନ୍ତି। ଦିଲ୍ଲୀ ମେଟ୍ରୋକୁ ମଧ୍ୟ ରେଡ୍ ଆଲର୍ଟ କରିଦିଆଯାଇଛି। ଏହି ଆଲର୍ଟ ପରେ ଏବେ ସମସ୍ତ ମେଟ୍ରୋ ​ ଷ୍ଟେସନର ନିୟନ୍ତ୍ରଣକୁ ପ୍ରତି ୨ ଘଣ୍ଟାରେ ସମ୍ପୂର୍ଣ୍ଣ ଷ୍ଟେସନ୍ ସହିତ କାର ପାର୍କିଂ ଏରିଆର ଯାଞ୍ଚ କରିବାକୁ ହେବ। କିଛି ସନ୍ଦିଗ୍ଧ ଲାଗିଲେ କନଟ୍ରୋଲ ସେଣ୍ଟରକୁ ଏହାର ସୂଚନା ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.