PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ପ୍ରସିଦ୍ଧ ଫଟୋଗ୍ରାଫର , ଅଭିନେତାଙ୍କ ସହ ୮ଲୋକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କଲେ ମଡେଲ

Representative image

ମୁମ୍ୱାଇ : ମୁମ୍ୱାଇରେ ଜଣେ ମଡେଲ୍ ବଲିଉଡ୍‌ର ପ୍ରସିଦ୍ଧ ଫଟୋଗ୍ରାଫରଙ୍କ ସମେତ ୮ ଜଣ ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ବାନ୍ଦ୍ରା ପୁଲିସ୍‌ ଷ୍ଟେସନରେ ଦୁଷ୍କର୍ମ ଓ ଯୌନ ଶୋଷଣର ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତ ଫଟୋ ଗ୍ରାଫର କୋଲଷ୍ଟନ ଜୁଲିୟନ ଜଣେ ଜଣାଶୁଣା କମର୍ସିଅଲ ଫଟୋଗ୍ରାଫର। ପୁଲିସ୍‌ ଏହି ମାମଲାର ଯାଞ୍ଚ କରୁଛି।

ମୁମ୍ୱାଇ ପୁଲିସ୍ ମଡେଲଙ୍କର ଅଭିଯୋଗ ଆଧାରରେ ଆଇପିସିର ଧାରା ୩୭୬,୩୫୪ ଅନୁସାରେ ମାମଲା  ରୁଜୁ କରିଛି । ଏହି ମାମଲାରେ ଫଟୋଗ୍ରାଫର କୋଲଷ୍ଟନ ଜୁଲିୟନଙ୍କ ବ୍ୟତୀତ  ଅଭିନେତା ଆଉ ଏକ ଏଣ୍ଟରଟେନମେଣ୍ଟ କମ୍ପାନୀର ପ୍ରତିଷ୍ଠାତାଙ୍କ ନାମ ମଧ୍ୟ ଅଭିଯୁକ୍ତ ଭାବେ ସାମିଲ କରାଯାଇଛି ।  

ବାନ୍ଦ୍ରା ପୁଲିସ୍‌ ଷ୍ଟେସନରେ ମଡେଲଙ୍କର ଅଭିଯୋଗ ଆଧାରରେ  ରୁଜୁ ମାମଲାରେ ଅନେକ ବଡ଼ ବଡ଼ ନାଁ ସାମିଲ ରହିଛି । ଏବେ ପୁଲିସ୍‌ ଏହି ପୂରା ମାମଲାର ଯାଞ୍ଚ କରୁଛି ।