ନିର୍ବାଚନ ନିୟମ ଉଲଂଘନ: ବିଜେପିର ପ୍ରଚାର କରି କୁକୁର ସହ ମାଲିକ ଗିରଫ

ମୁମ୍ବାଇ,୩୦।୪: ଉତ୍ତର ମହାରାଷ୍ଟ୍ରର ନନ୍ଦୁରବାର ସହରରେ ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଲୋକସଭା ଭୋଟିଂ ବେଳେ ସୋମବାର ଏକ କୁକୁରକୁ ଗିରଫ କରାଯାଇଛି। ଏହି କୁକୁରର ଦେହସାରା ଭାରତୀୟ ଜନତା ପାର୍ଟି(ବିଜେପି)ର ଷ୍ଟିକର ଲଗାଯାଇତିଲା। ଏହାପରେ ପୋଲିସ କୁକୁରର ମାଲିକକୁ ମଧ୍ୟ ଧରିଥିଲା। ସ୍ଥାନୀୟ ପୋଲିସର ଜଣେ ଅଧିକାରୀଭ୍କ କହିବା ଅନୁସାରେ ମଧ୍ୟାହ୍ନ ସମୟରେ ଅନ୍ଧେର ହସ୍ପିଟାଲ ପାଖରେ ଏକ କୁକୁରକୁ ଦେଖିବାକୁ ମିଳିତିଲା। କୁକୁରର ସାରା ଶରୀରରେ ବିଜେପିର ଷ୍ଟିକର ଲାଗିଥିଲା। କୁକୁରକୁ ଧରିବା ପରେ ତା ପାଖରେ ଥିବା ମାଲିକଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

କୁକୁରର ମାଲିକ ହେଉଛନ୍ତି ନଭନାଥ ନଗର ଅଞ୍ଚଳରେ ରହୁଥିବା ୬୫ ବର୍ଷୀୟ ଏକନାଥ ମୋତିରାମ ଚୌଧରି। ସେ ହିଁ କୁକୁରର ଦେହ ସାରା ବିଜେପିର ଚିହ୍ନ ଓ ‘ମୋଦି ଲାଓ, ଦେଶ ବଚାଓ’ ସ୍ଲୋଗାନ ଲେଖିଥିଲେ। ପୋଲିସକୁ ଲୋକମାନେ ସୂଚନା ଦେଇଥିଳେ ଯେ ମତଦାନ ମସୟରେ କୁକୁର ଏବଂ ତା ମାଲିକ ସହରର ବିଭିନ୍ନ ସ୍ଥାନରେ ବୁଲୁଛନ୍ତି। ଚୌଧରିଙ୍କ ବିରୋଧରେ ନିର୍ବାଚନ ନିୟମ ଉଲଂଘନ କରିବା ନେଇ ମାମଲା ରୁଜୁ କରାଯାଇଛି।   

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ