PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ପୁଅର ବିବାହରେ ଖୁସି ନଥିଲେ ମା’, ଘରେ କେହି ନଥିବା ବେଳେ ବୋହୂକୁ କଲେ ହତ୍ୟା

ମୁମ୍ବାଇ, ୧୯|୧୨:  ମୁମ୍ବାଇର ଜଣେ ୪୮ ବର୍ଷ ବୟସ୍କା ମହିଳା ତାଙ୍କର ୩୦ ବର୍ଷର ବୋହୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।ଏହାପରେ ମହିଳା ନିଜେ ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ତେବେ ଅଭିଯୁକ୍ତ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି।

ପୋଲିସର କହିବାନୁସାରେ, ମୁମ୍ବାଇର ମାନିକପୁରରେ ରହୁଥିବା ଆନନ୍ଦୀ ମେନେ ନାମକ ଜଣେ ମହିଳା ତାଙ୍କ ବୋହୂ ଆରିଆ ମେନେଙ୍କ ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିଛନ୍ତି।କାରଣ ଆନନ୍ଦୀ ତାଙ୍କ ପୁଅର ବିବାହକୁ ନେଇ ଖୁସି ନଥିଲେ। ତାଙ୍କୁ ଆରିଆ ଅଧିକ ଶିକ୍ଷିତ ଓ ଆଧୂନିକ ଲାଗୁଥିଲେ। ଏପରିକି ସେ ତାଙ୍କ ବୋହୂଙ୍କ ନାମ ସ୍ବାତୀରୁ ରିଆ କରିବାକୁ ଚାହୁଁଥିଲେ କିନ୍ତୁ ସେ ଆରିଆ ରଖିଥିଲେ। ଏପରିକି ସେ ତାଙ୍କର ଓ ପୁଅ ମଧ୍ୟରେ ବ୍ୟବଧାନ ବଢାଉଥିବା ଆନନ୍ଦୀଙ୍କୁ ଲାଗିଥିଲା।

ତେବେ ଆନନ୍ଦୀ ବାରମ୍ବାର ତାଙ୍କ ବୋହୂଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡଯନ୍ତ୍ର କରୁଥିଲେ। ଗତ ରବିବାର ଦିନ ସକାଳେ ତାଙ୍କର ସ୍ବାମୀ ଓ ପୁଅ ପ୍ରାତଃଭ୍ରମଣ ପାଇଁ ଯାଇଥିବା ବେଳେ ସେ ବୋହୂଙ୍କୁ ଏକ ଫୁଲ କୁଣ୍ଡରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହାପରେ ସେ ନିଜେ ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି।