ବିଏମସିର ଅବହେଳା: ଶବଙ୍କ ଭିତରେ ଚାଲିଛି କରୋନା ରୋଗୀଙ୍କ ଚିକିତ୍ସା, ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୭।୫: ସାରା ଦେଶରେ କରୋନା ଭାଇରସ୍ ମାମଲା ବଢିବାରେ ଲାଗିଛି। ମହାରାଷ୍ଟ୍ର ସାରା ଭାରତରେ ଅଧିକ ସଂକ୍ରମିତ ରାଜ୍ୟ ପାଲଟିଛି। ରାଜ୍ୟର ସର୍ବାଧିକ କରୋନା ପଜିଟିଭ ମୁମ୍ବାଇରେ ରହିଛି। ମୁମ୍ବାଇରେ ଭୟାବହ ସ୍ଥିତି ପରେ ମଧ୍ୟ ଅବହେଳା କମ୍ ହେଉନି। ମୁମ୍ବାଇର ରାୟନ ହସ୍ପିଟାଲରୁ ଏକ ଆଶ୍ଚର୍ଯ୍ୟକର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଓ୍ବାର୍ଡ ଭିତରେ ରୋଗୀଙ୍କ ଭିତରେ ଏକ ମୃତଦେହ ରଖାଯାଇଛି। ଏହି ଭିଡିଓ ଭାଇରାଲ ପରେ Brihanmummbai Municipal Corporation (BMC)କୁ ବିଜେପି ପକ୍ଷରୁ କଡା ସମାଲୋଚନା କରାଯାଇଛି।

ମହାରାଷ୍ଟ୍ରରେ ୧୭ ହଜାର କରୋନା ମାମଲା ଆସିଥିବା ବେଳେ ୬୫୧ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ହସ୍ପିଟାଲ ଓ୍ବାର୍ଡରେ ବହୁ ରୋଗୀ ନିଜ ନିଜର ବେଡ ଉପରେ ଶୋଇଛନ୍ତି। ରୋଗୀଙ୍କ ଭିତରେ କଳା ପ୍ଳାଷ୍ଟିକ ବ୍ୟାଗରେ କରୋନା ପଜିଟିଭ ରୋଗୀଙ୍କ ମୃତଦେହ ଓ୍ବାର୍ଡର ବେଡ ଉପରେ ରଖାଯାଇଥିଳା। କିଛି ମୃତଦେହକୁ କପଡା କିମ୍ବା କମ୍ବଳରେ ଘୋଡାଇ ଦିଆଯାଇଛି। କୁହାଯାଉଛି ଯେ, ଓ୍ବାର୍ଡରେ ରୋଗୀଙ୍କ ଭିତରେ ଏଭଳି କେତେକ ମୃତଦେହ ପଡି ରହିଛି।

ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡିଆରେ ୟୁଜରମାନେ କଡା ସମାଲୋଚନା କରିଥିଲେ। ବିଜେପି ନେତା ନୀତୀଶ ରାଣେ ମଧ୍ୟ ଭିଡିଓ ଟ୍ବିଟ୍ କରିଛନ୍ତି। ସେ ଲେଖିଛନ୍ତି, ସାୟନ ହସ୍ପିଟାଲରେ ମୃତଦେହ ସହିତ ରୋଗୀ ମଧ୍ୟ ଶୋଉଛନ୍ତି। ଏହା କିଭଳି ପ୍ରଶାସନ। ଖୁବ୍ ଲଜ୍ୟାଜନକ କଥା।’ ଏହି ମାମଲାକୁ ହସ୍ପିଟାଲର ଡିନ୍ ସ୍ବୀକାର କରିଛନ୍ତି ଯେ, ଭିଡିଓ ତାଙ୍କ ହସ୍ପିଟାଲ। ସମ୍ପର୍କୀୟ ମୃତଦେହ ନେବାକୁ ଆସୁନଥିଲେ, ତେଣୁ ଆମେ ସେଠାରେ ରଖିଥିଲୁ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’