ମୁମ୍ବାଇ ବିଶ୍ବର ସବୁଠାରୁ ଦାମୀ ଆବାସିକ ସହର ମଧ୍ୟରେ ୧୬ତମ ସ୍ଥାନରେ, ୧୦୦ ବର୍ଗ ମିଟରକୁ ୭ କୋଟି ଟଙ୍କା

ମୁମ୍ବାଇ,୭।୩: ବିଶ୍ବର ଆର୍ଥିକ ରାଜଧାନୀ ମୁମ୍ବାଇ ବିଶ୍ବର ସବୁଠାରୁ ଦାମୀ ପ୍ରମୁଖ ଆବାସିକ ସହର ଗୁଡିକ ମଧ୍ୟରେ ୧୬ତମ ସ୍ଥାନରେ ରହିଛି। ନାଇଟ୍ ଫ୍ରେକର ରିପୋର୍ଟରୁ ଏହି ସୂଚନା ମିଳିଛି। ’ଦ ଓ୍ବେଲଥ୍ ରିପୋର୍ଟ ୨୦୧୯ରେ ବିଶ୍ବର ୨୦ ଟି ସବୁଠାରୁ ଦାମୀ ଆବାସିକ ସହର ଗୁଡିକ ମଧ୍ୟରେ ଭାରତର ମୁମ୍ବାଇ ରହିଛି। ରିପୋର୍ଟ ଅନୁସାରେ ମୁମ୍ବାଇରେ ୧୦ ଲକ୍ଷ ଡଲାର (୭ କୋଟି) ଟଙ୍କାରେ ପ୍ରାୟ ୧୦୦ ବର୍ଗ ମିଟର ଜମି କିଣିହେବ।

ରିପୋର୍ଟ ଅନୁସାରେ ଦିଲ୍ଲୀରେ ୭ କୋଟି ଟଙ୍କାରେ ୨୦୧ ବର୍ଗମିଟର ଜମି କିଣିହେବ। ସେଭଳି ବେଙ୍ଗଲୁରରେ ଏତିକି ଟଙ୍କାରେ ୩୩୪ ବର୍ଗମିଟର ଜମି କିଣି ହେବ। ୨୦୧୮ରେ ବିଶ୍ବସ୍ତରରେ ଆବାସିକ ସମ୍ପତ୍ତିର ମୂଲ୍ୟ ବଢିବା ମାମଲାରେ ମୁମ୍ବାଇରେ ୦.୩% ବୃଦ୍ଧି ଘଟି ୬୭ ତମ ସ୍ଥାନରେ ରହିଥିଲା। ମୂଲ୍ୟ ବଢିବା ମାମଲାରେ ୧.୪% ବୃଦ୍ଧି ପାଇ ଦିଲ୍ଲୀ ୫୫ତମ ସ୍ଥାନରେ ଓ ୧.୧% ବୃଦ୍ଧି ସହିତ ବେଙ୍ଗାଲୁର ୫୬ ନମ୍ବରରେ ରହିଥିଲା।