ଭାରତୀୟ ଦଳର ଏହି ପୂର୍ବତନ ଦ୍ରୁତ ବୋଲରଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ, ଦେଇଛନ୍ତି ହତ୍ୟା ଧମକ

ବଦୋଦରା ୬।୯: ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ମୁନାଫ ପଟେଲଙ୍କ ବିରୋଧରେ ବଦୋଦରା କ୍ରିକେଟ ସମିତିର ଅଧ୍ୟକ୍ଷ ଦେବେନ୍ଦ୍ର ସୁରତୀ ଗୁରୁତର ଅଭିଯୋଗ ଆଣିଛନ୍ତି । ତାଙ୍କୁ ମୁନାଫ ଜୀବନରେ ମାରି ଦେବାକୁ କୁଆଡେ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ନବାପୁରା ପୋଲିସ ଷ୍ଟେସନର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏହି ସମସ୍ତ ଅଭିଯୋଗକୁ ମୁନାଫ ମିଛ ବୋଲି କହିଛନ୍ତି ।

ଏନେଇ ନବାପୁରା ପୋଲିସ କହିଛି ଯେ, ଦେବେନ୍ଦ୍ର ସୁରତୀ ଏକ ଅଭିଯୋଗ କରିଛନ୍ତି । ସେ ଏକ ଆପ୍ଲିକେସନ ଦେଇଛନ୍ତି । କିନ୍ତୁ କୌଣସୀ ଏଫଆଇଆର ଦେଇନାହାନ୍ତି । ଏନେଇ ସୁରତୀ କହିଛନ୍ତି ଯେ, ସେ ବଦୋଦରା କ୍ରିକେଟ ଆସୋସିଏସନରେ ହେଉଥିବା ବ୍ୟାପକ ଅନିୟମିତତାକୁ ବିରୋଧ କରୁଛନ୍ତି । ତେଣୁ ତାଙ୍କୁ ଜାଣିଶୁଣି ଟାର୍ଗେଟ୍ କରାଯାଉଛି । ମୁନାଫ ଏବେ ଆସୋସିଏସନର ସିନିୟର ମେଂଟର ରହିଛନ୍ତି ।

ସୁରତୀ ଆହୁରି କହିଛନ୍ତି ଯେ, ସେ ପୋଲିସରେ ଆପ୍ଲିକେସନ ଦେଇଛନ୍ତି । ଯଦି ତାଙ୍କର କିମ୍ବା ତାଙ୍କ ପରିବାରର କିଛି ଅସୁବିଧା ହୁଏ ତେବେ ମୁନାଫ ଦାୟୀ ରହିବେ । ତେବେ ମୁନାଫ ଏହି ସମସ୍ତ ଅଭିଯୋଗକୁ ମିଛ ବୋଲି କହିଛନ୍ତି । ବିନା କାରଣରେ ମାମଲା ମଧ୍ୟକୁ ଟଣାଯାଉଛି । ଏହା ସୁରତୀଙ୍କ ସମସ୍ୟା ତାଙ୍କର ଏଥିରେ ପଶିବାର ନାହିଁ ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ମେଡିକାଲରୁ ଡିସଚାର୍ଜ ହେଲେ କପିଲ ଦେବ, ଚେତନ ଶର୍ମା କହିଲେ..

IPL-2020: ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ, ପ୍ଲେ-ଅଫ୍‌ ଦୌଡ଼ରେ ରହିବା ପାଇଁ RRର ‘କର ବା ମର’ ସ୍ଥିତି

ଅଲିମ୍ପିଆନ ହକି ତାରକା ମୋହିନ୍ଦର ପାଲ ସିଂହ ଅସୁସ୍ଥ, ଦିଲ୍ଲୀ ଆପୋଲୋ ହସ୍‌ପିଟାଲରେ ଚିକିତ୍ସାଧୀନ

IPL-2020: ଆଜି ଅପରାହ୍ନରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ମଧ୍ୟରେ ମୁକାବିଲା

ସୁସ୍ଥ ହେଉଛନ୍ତି କପିଳ ଦେବ: ହସ୍‌ପିଟାଲ ବେଡ୍‌ରୁ ହସ ସହ ‘ଥମ୍ପସ୍‌ ଅପ୍‌’ ଫଟୋ ସେୟାର କଲେ

ଆଜି କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ ଓ ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର