ଛୁରାମାଡରେ ଯୁବକ ମୃତ, ଜମିଜମା ବିବାଦକୁ ନେଇ ହତ୍ଯା ସନ୍ଦେହ

ଖୋର୍ଦ୍ଧା ୨୨/୨: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ । ଖୋର୍ଦ୍ଧା ଜିଲ୍ଲୀ ଜଟଣୀ ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି । ଛୁରାମାଡରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଜଟଣୀ ବିକାଶନଗର ଅଞ୍ଚଳର ରାକେଶ ତ୍ରିପାଠୀ ।

ରାକେଶଙ୍କୁ ତାଙ୍କ ପଡୋଶୀ ଘରର ବଣିଆ ସାହୁ ଓ ତାଙ୍କର ତିନି ପୁଅ ମିଶି ଆକ୍ରମଣ କରି ହତ୍ଯା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ରାକେଶଙ୍କ ମା । ପୂର୍ବରୁ ପଡୋଶୀଙ୍କ ସହ ଜାଗାବାଡି ନେଇ ତାଙ୍କର ଅନେକ ଥର ଗଣ୍ଡଗୋଳ ହୋଇଥିଲା । ତେବେ ଏହି କାରଣ ନେଇ ଏହି ହତ୍ଯାକାଣ୍ଡ ହୋଇଛି ବୋଲି ପୋଲିସ ଅନୁମାନ କରୁଛି । ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଶବ ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇଛି ।