ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ସ୍କୃ ଡ୍ରାଇଭର ଭୁସି ହତ୍ୟା

ଭୁବନେଶ୍ୱର,୨ା୩(ବ୍ୟୁରୋ): ପୁଣି ରକ୍ତରଞ୍ଜିତ ହୋଇଛି ରାଜଧାନୀ ଭୁବନେଶ୍ୱର । ବରମୁଣ୍ଡା ଓଭରବ୍ରିଜ୍‌ ତଳେ ଘଟିଛି ହତ୍ୟାକାଣ୍ଡ । ଯୁବକଙ୍କ ପେଟରେ ସ୍କୃ ଡ୍ରାଇଭର (ପେଚକସ୍‌) ଭୁସି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହତ୍ୟାର ଶିକାର ହୋଇଛନ୍ତି ଖଣ୍ଡଗିରି ଥାନା ଅଧୀନ ତପୋବନ ବସ୍ତିର ଶିବ ଶଙ୍କର ଗଉଡ (୧୯) । ଆକ୍ରମଣରେ ତାଙ୍କ ସାଙ୍ଗ ଲିଙ୍ଗରାଜ ରେଡ୍ଡି ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶିବଙ୍କୁ ହତ୍ୟା କରାଯାଇଥିବା ଖଣ୍ଡଗିରି ଥାନା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ମିଳିଥିବା ସୂଚନା ମୁତାବକ, ଶିବଙ୍କ ନିଜ ଘର ଗଞ୍ଜାମ ଚାରିଛକରେ । ସପରିବାରେ ସେ ଖଣ୍ଡଗିରି ଥାନା ଅଧୀନ ତପୋବନ ବସ୍ତିରେ ରହୁଥିଲେ । ଶିବ ଓ ଲିଙ୍ଗରାଜ ଉଭୟ ରଙ୍ଗମିସ୍ତ୍ରୀ । ଠିକାଦାରଙ୍କ ଠାରୁ ପାଉଣା ଆଣିବା ପାଇଁ ଆଜି ରାତି ସାଢ଼େ ୮ଟା ବେଳେ ଉଭୟ ବସ୍ତିରୁ ଏକ ବାଇକ୍‌ରେ ବରମୁଣ୍ଡା ଯାଉଥିଲେ । ବରମୁଣ୍ଡା ଓଭରବ୍ରିଜର ସର୍ଭିସ ରୋଡ୍‌କୁ ଗଡ଼ିବା ବେଳେ ୫-୬ ଜଣ ଦୁର୍ବୃତ୍ତ ଉଭୟଙ୍କ ବାଇକ୍‌ ଅଟକାଇଥିଲେ । ପରେ ଉଭୟଙ୍କୁ ନିସ୍ତୁକ ପିଟିଥିଲେ । ଏହାପରେ ସେମାନେ ଶିବଙ୍କୁ ନାଳକଡ଼କୁ ଭିଡି ନେଇ ପେଟରେ ସ୍କୃ ଡ୍ରାଇଭର ପୂରାଇ ଦେଇଥିଲେ । ଶିବ ଛଟପଟ ହେବା ଦେଖି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ । ବସ୍‌ଷ୍ଟାଣ୍ଡକୁ ଯାଉଥିବା ଏକ ବସ୍‌କୁ ଅଟକାଇ ଲିଙ୍ଗରାଜ ଘଟଣା ସମ୍ପର୍କରେ କହିଥିଲେ । ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିବ ଓ ଲିଙ୍ଗରାଜଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ହେଲେ ଶିବଙ୍କ ଅଧାବାଟରେ ପ୍ରାଣ ଚାଲି ଯାଇଥିଲା । ପୁଲିସ ଘଟଣାସ୍ଥଳରେ ଖୋଳତାଡ଼ ଆରମ୍ଭ କରିଛି । ଶୁକ୍ରବାର ରାତିରେ ବରମୁଣ୍ଡା ଏକ ହୋଟେଲ୍‌ରେ ଖାଇବା ବେଳେ କିଛି ଯୁବକଙ୍କ ସହ ଆମର ଝଗଡ଼ା ହୋଇଥିବା ଲିଙ୍ଗରାଜ କହିଛନ୍ତି । ସେହି ଯୁବକମାନେ ରାଗ ସୁଝାଇବା ପାଇଁ ଆକ୍ରମଣ କରିଥିବା ପୁଲିସ ସନ୍ଦେହ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.