PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ପରିବାର ପାଇଁ ଇ-ସାକ୍ଷାତ୍‌ ଭିଡ଼ିଓ ଚାଟିଂ ସେବା ଆରମ୍ଭ
  • ||
  • ନବରଙ୍ଗପୁର – ଅକ୍ସିମିଟର ଚଢ଼ା ଦାମରେ ବିକ୍ରି, ୨ଟି ଔଷଧ ଦୋକାନୀଙ୍କ ଠାରୁ ଜରିମନା, ଗୋଟିଏ ଔଷଧ ଦୋକାନ ସିଲ୍
  • ||
  • କରୋନା ନେଲା ଆଉ ଏକ ଜୀବନ – ବିଶିଷ୍ଟ ସାହିତ୍ୟିକ ଅଜାମ୍ୱର ମଲ୍ଲଙ୍କ ପରଲୋକ
  • ||
  • କୋରାପୁଟ : କ୍ଲର୍କ ଚାକିରି ଲୋଭ ଦେଖାଇ ଯୁବତୀଙ୍କଠୁ ଠକେଇ, ଦୁଇ ଗିରଫ
  • ||
  • ଭୁବନେଶ୍ବର : ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର
  • ||
  • ମାଲକାନଗିରି: କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ
  • ||
  • ପୁରୀ: ବିନା ଭକ୍ତରେ ଶ୍ରୀମନ୍ଦିର ବାହାରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା
  • ||
  • ସମ୍ବଲପୁର: ପେଟର ଭୋକ ଆଗରେ ହାର୍‌ ମାନୁଛି ସଂକ୍ରମଣର ଭୟ, ଡଷ୍ଟବିନ୍‌ ପାଲଟିଛି ଖାଦ୍ୟର ମାଧ୍ୟମ
  • ||
  • ୫-୬ ଦିନ ପରେ ଫ୍ଲାଟ୍‌ ହେବ କର୍ଭ
  • ||
  • ସ୍ବାଭାବିକ ସମୟରେ ଆସିବ ମୌସୁମୀ: ଜୁନ୍‌ ୧ରେ କେରଳ, ୧୨ ସୁଦ୍ଧା ଓଡ଼ିଶା
  • ||
  • ଚିନ୍ତା ବଢ଼ାଉଛି କରୋନା: ପିଲାଙ୍କ ପ୍ରତି ମାଡ଼ି ଆସୁଛି ବିପଦ, ଦୈନିକ ୫ଶହ ପିଲା ହେଉଛନ୍ତି ସଂକ୍ରମିତ
  • ||
  • ଓଡ଼ିଶାରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି
  • ||
  • ରାଜ୍ୟରେ ଅଣାୟତ୍ତ କରୋନା: ଭାଙ୍ଗିଲା ପୁରୁଣା ଦୈନିକ ସଂକ୍ରମଣ ରେକର୍ଡ଼, ଦିନକରେ ଚିହ୍ନଟ ହେଲେ ୧୨ ହଜାର ୨୩୮ ପଜିଟିଭ ଆକ୍ରାନ୍ତ
  • ||
  • ଖପ୍ରାଖୋଲ:ଗମ୍ଭାରି ଛକ ନିକଟରେ ଏକ କାରରୁ ୬ ପେଟି କଫସିରଫ ଜବତ, ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ
  • ||
  • କୋଭିଡ଼ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ, ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଟଙ୍କା ଓ ସମ୍ବଲପୁର ଜିଲ୍ଲା ପାଇଁ ୪ କୋଟି ୬୨ ଲକ୍ଷ ମଂଜୁର କଲେ ନବୀନ
  • ||
  • ଭୁବନେଶ୍ୱର: ସାଢ଼େ ୪ଟାରେ ଘୋଷଣା କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଡିଜିପି
  • ||
  • ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା
  • ||
  • ଲାଞ୍ଜିଗଡ଼ରେ ଅଞ୍ଚଳରେ ହାତୀ ଉପଦ୍ରବ, ଆମ୍ବ ଗଛ ଭାଙ୍ଗିଲେ, ନର୍ସରିକୁ ନଷ୍ଟ କଲେ
  • ||
  • କଳାହାଣ୍ଡି: ବିଲ ମଝିରୁ ନାବାଳକର ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ପଶ୍ଚିମ ବଙ୍ଗ ଯାଉଥିବା ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

କୋର୍ଟ ଭିତରେ ମର୍ଡର: ଅଳ୍ପକେ ବର୍ତ୍ତିଲେ ବିଚାରପତି, ଆକ୍ରମଣକାରୀ ଗିରଫ

ବିଜନର(ୟୁପି) ୧୭/୧୨: କୋର୍ଟ ଭିତରେ ଫୁଟିଲା ଗୁଳି । ପୋଲିସ ହେପାଜତରେ ଥାଇ ଟଳିପଡିଲେ ହତ୍ୟା ଅଭିଯୁକ୍ତ । ଉତ୍ତରପ୍ରଦେଶର ବିଜନର କୋର୍ଟରେ ଏକ ପ୍ରତିଶୋଧ ହତ୍ୟା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜଣେ ଦିବଙ୍ଗତ ବିଏସପି ନେତା ଓ ତାଙ୍କ ପୁତୁରାଙ୍କ ହତ୍ୟା ଘଟଣା ସହ ମଙ୍ଗଳବାର ଘଟଣାର ସଂପୃକ୍ତି ଥିବା କହିଛି ପୋଲିସ । ଡବଲ ମର୍ଡରର ପ୍ରତିଶୋଧ ନେବାକୁ କୋର୍ଟ ଭିତରେ ଗୁଳିକାଣ୍ଡ ଘଟିଛି । ତିନି ବନ୍ଧୁକଧାରୀଙ୍କ ଗୁଳି ମାଡରେ ସେହେନୱାଜ ନାମକ ଜଣେ ବିଚାରାଧୀନ ବନ୍ଦୀର ମୃତ୍ୟୁ ହୋଇଛି । ତେବେ ଏହି ଗୁଳିକାଣ୍ଡରେ ସେହେନୱାଜର ସହଯୋଗୀ ଜାବର ଅହମ୍ମଦ ଓ ଜଣେ କନଷ୍ଟେବଲ ଆହତ ହୋଇଥିବା ବେଳେ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ ଜୋଗେଶ କୁମାର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଗତ ମେ ମାସ ୨୮ ତାରିଖରେ ନାଜିବାବାଦରେ ବିଏସପି ନେତା ଏହେସାନ ଅନସାରୀ ଏବଂ ତାଙ୍କ ପୁତୁରାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଅନସାରୀ ନାଜିବାବାଦ ବିଧାନସଭା ଆସନରେ ବିଏସପିର କାର୍ଯ୍ୟନିର୍ବାହୀ ଥିଲେ । ସେହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜ ଓ ଜାବର ଅହମ୍ମଦ ସହ ୧୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ।ମଙ୍ଗଳବାର ସେହି ଅଭିଯୁକ୍ତ ମାନଙ୍କର କୋର୍ଟରେ ହାଜିରା ଥିଲା । ତେବେ ହଠାତ ୩ ଜଣ ବନ୍ଧୁକଧାରୀ କୋର୍ଟ ପରିସରରେ ପହଞ୍ଚି ସେହେନୱାଜ ଏବଂ ଜାବର ଉପରକୁ ଗୁଳିବର୍ଷା କରିଥିଲେ । ତେବେ ଗୁଳିକାଣ୍ଡ ଘଟିବାମାତ୍ରେ ପୋଲିସ କୋର୍ଟ ପରିସରକୁ କର୍ଡନ କରିନେଇଥିଲା ।

ତିନି ଆକ୍ରମଣକାରୀଙ୍କୁ ପୋଲିସ ଗିରଫ ମଧ୍ୟ କରିଛି । ତେବେ ଗିରଫଙ୍କ ମଧ୍ୟରେ ଅଛି ଦିବଙ୍ଗତ ବିଏସପି ନେତା ଏହେସାନ ଅନସାରୀଙ୍କ ପୁଅ । ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଦୁଇ ସହଯୋଗୀଙ୍କ ସହ ସେ ଏପରି କରିଥିବା ସନ୍ଦେହ କରୁଛି ପୋଲିସ । କୋର୍ଟ ଭିତରେ ହତ୍ୟା ଏକ ସାଂଘାତିକ ଘଟଣା ହୋଇଥିଲେ ବି ହତ୍ୟାକାରୀଙ୍କୁ ଗିରଫ କରାଯିବା ଏକ ବଡ ସଫଳତା ବୋଲି କହିଛନ୍ତି ବିଜନର ଏସପି ।