ଭାଉଜକୁ ହତ୍ୟା କରି ଦିଅରର ଆତ୍ମହତ୍ୟା, ତଦନ୍ତ ଜାରି

ରାଉରକେଲା ୮।୯: ନିକଟ କୁଆରମୁଣ୍ଡା ବ୍ଲକର ରିଉଁ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଭାଉଜକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରି ଦିଅର ଆତ୍ମହତ୍ୟା କରିଥିବା ଘଟଣା ସାରା ଅଞ୍ଚଳରେ ଏବେ ଆଲୋଡନ ସୃଷ୍ଟି କରିଛି । ଘଟଣା ଘଟିଛି ରବିବାର ଦିନ ୧୧ ଟାରେ ।

ଭାଉଜ ମାନୀ ଭୂମିଜ ଘରେ ଶୋଇଥିବା ବେଳେ ଦିଅର ଲଖୀରାମ ଭୂମିଜ ଏକ ଟାଙ୍ଗିଆରେ ନିର୍ମମ ଭାବେ ମାନୀର ବେକ, ପେଟରେ ହାଣି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି । ହତ୍ୟାର କାରଣ ତଦାନ୍ତଧୀନ ଥିବାବେଳେ ଗତକାଲି ରାତିରେ ଦିଅର ଲଖି ରାମ ହସ୍ପିଟାଲ ରେ ଚିକିତ୍ସା ହେଉଥିଲା । ଆଜି ହସ୍ପିଟାଲରୁ ଆସିବା ପରେ ଏପରି କାଣ୍ଡ ଘଟାଇଛି । ବିରମିତ୍ରପୁର ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

   ସମ୍ବନ୍ଧିତ ଖବର


ରାଉରକେଲା: ୨ ବାଇକ ଲୁଟେରା ଗିରଫ

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

ଭାରସାମ୍ୟ ହରାଇ ପିଟି ହେଲା କାର, ଚାଳକ ଆହତ

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ଆତଙ୍କବାଦୀ ଲିଙ୍କ୍ ନୁହେଁ, ବନ୍ଧୁକ ଚାଲାଣ ଲିଙ୍କ୍‌ରେ ଉଠାଇଛି NIA : ପୋଲିସ କମିଶନର

ବିବାହକୁ ଅକ୍ଷୁଣ୍ଣ, ସ୍ଥାୟୀ କରିବାକୁ ବର୍ଷାଙ୍କ ପିଟିସନ୍‌; ଅନୁଭବଙ୍କୁ ପରିବାର ଅଦାଲତରୁ ନୋଟିସ୍‌