PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ହତ୍ୟା; ୩ ଗିରଫ, ୨ ଅଟକ

source:www.tribuneindia.com

ଆନନ୍ଦପୁର,୨୬ା୩(ଆପ୍ର): କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଧକୋଠାଠାରେ ସୋମବାର ରାତି ପ୍ରାୟ ୧୦ ଟାରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସାଧାରଣ ନିର୍ବାଚନ ପୂର୍ବରୁ ଘସିପୁରା ନିର୍ବାଚନମଣ୍ଡଳୀର ଜଣେ ତୁଙ୍ଗନେତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଛନ୍ତି ଆନନ୍ଦପୁର ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ୨୦୧୪ ନିର୍ବାଚନରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିବା ପ୍ରାର୍ଥୀ ରାମଚନ୍ଦ୍ର ବେହେରା । ପୂର୍ବ ଶତ୍ରୁତା କିମ୍ବା ରାଜନୈତିକ ଆକ୍ରୋଶ ରଖି ହତ୍ୟାକାରୀମାନେ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ଏପରିକି ଧାରୁଆ ମାରଣାସ୍ତ୍ରରେ ରାମଚନ୍ଦ୍ରଙ୍କ ବାମ ହାତ ଓ ଡାହାଣ ହାତର ଆଙ୍ଗୁଳିକୁ କାଟି ନେଇଛନ୍ତି । ଖାଲି ସେତିକିରେ ସରିନଥିଲା ନୃଶଂସତା । ରାମଚନ୍ଦ୍ରଙ୍କ କଟା ହାତକୁ ନେଇ ଗାଁ ସାରା ଦୁର୍ବୃତ୍ତମାନେ ବୁଲାଇଥିଲେ ବୋଲି ଶୁଣିବାକୁ ମିଳୁଛି ।

ଏହି ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘସିପୁରା ପୁଲିସ ହତ୍ୟା ମାମଲା ରୁଜୁ କରି ଧକୋଠା ଗ୍ରାମ ବଡ଼ଏକତାଳି ଅଞ୍ଚଳର ନିର ଓରଫ ଅଜିତ ପୃଷ୍ଟି, ଚିଲ ଓରଫ ସଞ୍ଜିବ ପୃଷ୍ଟି ଓ ପୂର୍ଣ୍ଣଚନ୍ଦ୍ର ବୋଇତାଇଙ୍କୁ ଗିରଫ କରିଛି । ଭୋର ସମୟରେ ପୁଲିସ ଚଢଉ କରିଥିବାବେଳେ ନକିଟସ୍ଥ ଜଙ୍ଗଲରୁ ଏମାନଙ୍କୁ ଗରିଫ କରାଯାଇଥିଲା । ସନ୍ଦେହରେ ଅନ୍ୟ ୨ ଜଣଙ୍କୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି । ତେବେ ଜଣେ ରାଜନେତାଙ୍କୁ ହତ୍ୟା କରାଯାଇ ଥିବାରୁ ଏହାକୁ କେନ୍ଦ୍ର କରି ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ରାମଚନ୍ଦ୍ରଙ୍କ ବହୁ ସମର୍ଥକ ଓ ଗ୍ରାମବାସୀ ରାଜପଥ ଅବରୋଧ କରିଛନ୍ତି । ରାମଚନ୍ଦ୍ରଙ୍କ ଝିଅ ମୀନାରାଣୀଙ୍କ ବୟାନ ଅନୁଯାୟୀ, ରାତି ପ୍ରାୟ ୯ ଟାରେ ୪ ଜଣ ଯୁବକ ତାଙ୍କ ଘରକୁ ଯାଇଥିଲେ । ସେଠାରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା କରିବା ସହିତ ପରେ ପରେ ଖିଆପିଆ କରିଥିଲେ ।

ପୁଣି କିଛି ସମୟ ଆଲୋଚନା ପରେ ସଂପୃକ୍ତ ୪ ଜଣ ବାହାରେ କଥା ହେବାକୁ କହି ରାମଚନ୍ଦ୍ରଙ୍କୁ ଡାକି ନେଇଥିଲେ । ରାମଚନ୍ଦ୍ର ଗେଟ୍‌ ବାହାରକୁ ଆସିବା ପରେ ୧୦ ରୁ ଊଦ୍ଧ୍ୱର୍ ଲୋକ ଖଣ୍ଡା, ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ । ଏପରିକି ଦୁର୍ବୃତ୍ତମାନେ ରାମଚନ୍ଦ୍ରଙ୍କ ଦୁଇ ହାତ କାଟିଦେବା ସହିତ ଗୋଡ଼ ପିଠିକୁ ନିର୍ମମ ଭାବେ ହାଣିଥିଲେ । ଏଥିରେ ରାମଚନ୍ଦ୍ର ମୁର୍ମୂଷୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ । ବାପାଙ୍କ ଫେରିବା ଡେରି ହେବାରୁ ମୀନାରାଣୀ ବାହାରକୁ ଆସି ପାଟି କରିବା ଫଳରେ ଦୁର୍ବୃତ୍ତମାନେ ଗୋଟିଏ କଟା ହାତ ନେଇ ଫେରାର ହୋଇ ଯାଇଥିଲେ । ପରିବାରବର୍ଗ ସଙ୍ଗେସଙ୍ଗେ ରାମଚନ୍ଦ୍ରଙ୍କୁ ମୁର୍ମୂଷୁ ଅବସ୍ଥାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଘସିପୁରା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏପଟେ ରାମଚନ୍ଦ୍ରଙ୍କ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା ଏବଂ ରାମଚନ୍ଦ୍ରଙ୍କ କଟା ହାତକୁ ଫେରାଇବା ଜିଦ୍‌ରେ ଗ୍ରାମବାସୀ ଧକୋଠାରେ ଆଜି ୨୦ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଆନନ୍ଦପୁର ଏସ୍‌ଡିପିଓ ବିଦ୍ୟୁତ୍‌ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି । ତଦନ୍ତରେ ଦୁଇ ଜଣ ଡିଏସ୍‌ପି, ୫ ଜଣ ଆଇଆଇସି ଓ ପୁଲିସ ଫୋର୍ସ ନିୟୋଜିତ ଅଛନ୍ତି । ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ।

ସମ୍ବନ୍ଧିତ ଖବର