ଭାରତର ସେହି ଅଲୌକିକ ମନ୍ଦିର ଯେଉଁଠି ରାବଣ ଶିବଙ୍କୁ ମାଗିଥିଲେ…

ନୂଆଦିଲ୍ଲୀ ୩/୫: ଭାରତରେ ଏମିତି ଅନେକ ପ୍ରାଚୀନ ମନ୍ଦିର ଅଛି ଯାହାର ଇତିହାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ସମ୍ପର୍କରେ ଜଣାଇବୁ ଯାହାର ଇତିହାସ ରାମାୟଣ ସହିତ ଜଡିତ । ଖାସକରି ରାବଣ ସହିତ । ଏହି ମନ୍ଦିର କର୍ଣ୍ଣାଟକର କନ୍ନଡ ଜିଲ୍ଲାର ଭଟକଲ ତହସିଲରେ ସ୍ଥିତ । ଏହାର ୩ ପଟେ ଆରବ ସାଗର ଘେରି ରହିଛି । ସମୁଦ୍ର ତଟରେ ଥିବା କାରଣରୁ ଏହାର ପାରିପାର୍ଶ୍ୱିକ ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥାଏ ।

ଏହି ମୁରୁଦେଶ୍ୱର ମନ୍ଦିର ଭଗବାନ ଶିବଙ୍କ ପାଇଁ ସମର୍ପିତ । ମୁରୁଦେଶ୍ୱର ଭଗବାନ ଶିବଙ୍କ ଆଉ ଏକ ନାମ । ଏହି ମନ୍ଦିରର ଖାସ୍ କଥା ହେଉଛି ଏହାର ପରିସରରେ ଭଗବାନ ଶିବଙ୍କ ଏକ ବିଶାଳ ମୂର୍ତ୍ତି ସ୍ଥାପିତ ହୋଇଛି, ଯାହା ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ ଏବଂ ଉଚ୍ଚ ଶିବ ପ୍ରତିମା ବୋଲି ଜଣାଯାଏ ।

ଭଗବାନ ଶିବଙ୍କର ଏହି ବିଶାଳ ମୂର୍ତ୍ତିର ଉଚ୍ଚତା ପ୍ରାୟ ୧୨୩  ଫୁଟ । ଏହା ଏପରି ଭାବରେ ପ୍ରସ୍ତୁତ ହୋଇଛି ଯେ ସୂର୍ଯ୍ୟ କିରଣ ଦିନସାରା ଏହା ଉପରେ ପଡେ, ଯେଉଁଥିପାଇଁ ପ୍ରତିମା ସର୍ବଦା ଉଜ୍ଜ୍ୱଳ ରହିଥାଏ ।  ଏହାର ନିର୍ମାଣ ପାଇଁ ପ୍ରାୟ ଦୁଇ ବର୍ଷ ସମୟ ଲାଗିଥିଲା ଏବଂ ସେତେବେଳେ ଏଥିପାଇଁ ପ୍ରାୟ ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ମନ୍ଦିରକୁ ଦେଖିବାକୁ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି ।

ମୁରୁଦେଶ୍ୱର ମନ୍ଦିରରେ ଭଗବାନ ଶିବଙ୍କ ଆତ୍ମଲିଙ୍ଗ ମଧ୍ୟ ସ୍ଥାପନ ହୋଇଛି । ପୌରାଣିକ ମାନ୍ୟତା ଅନୁଯାୟୀ ଯେତେବେଳେ ରାବଣ ଅମର ହେବା ପାଇଁ ଭଗବାନ ଶିବଙ୍କ ତପସ୍ୟା  କରିଥିଲେ, ସେତେବେଳେ ଶିବ ଖୁସି ହୋଇ ତାଙ୍କୁ ଏକ ଶିବ ଲିଙ୍ଗ ଦେଇଥିଲେ ଯାହାକୁ ଆତ୍ମଲିଙ୍ଗ କୁହାଯାଏ । ଏବଂ ଭଗବାନ ଶିବଙ୍କ ରାବଣଙ୍କ ପାଇଁ ଆଦେଶ ଥିଲା ଯେ ଯଦି ଅମର ହେବାକୁ ଚାହୁଁଛ ତେବେ ଏହାକୁ ଲଙ୍କା ନେଇ ସ୍ଥାପନ କର । କିନ୍ତୁ ସର୍ତ୍ତ ଥିଲା ଯେ ଯେଉଁଠି ମୂର୍ତ୍ତିକୁ ରଖିଦିଆଯିବ ସେହିଠାରେ ହିଁ ଏହା ସ୍ଥାପନ ହୋଇଯିବ ।

ଭଗବାନ ଶିବଙ୍କ ଆଦେଶାନୁସାରେ ରାବଣ ଶିବଲିଙ୍ଗ ନେଇ ଲଙ୍କା ଯାଉଥିଲେ, କିନ୍ତୁ ରାସ୍ତାରେ ସେ ଶିବଲିଙ୍ଗଙ୍କୁ ପୃଥିବୀରେ ରଖିଥିଲେ, ଯାହା ଫଳରେ ଲିଙ୍ଗ ସେହିଠାରେ ହିଁ ସ୍ଥାପିତ ହୋଇଗଲା । ଏଥିରେ କ୍ରୋଧିତ ହୋଇ ରାବଣ ଶିବଲିଙ୍ଗକୁ ଧ୍ୱଂସ କରିବାକୁ ଚେଷ୍ଟା କଲେ । ଏହି କ୍ରମରେ ଯେଉଁ ବସ୍ତ୍ର ଶିବଲିଙ୍ଗରେ ଆଚ୍ଛାଦିତ ହୋଇଥିଲା ତାହା ମିଦ୍ରେଶ୍ୱରର କନ୍ଦୁକା ପର୍ବତରେ ଖସିପଡିଲା । ମିଦ୍ରେଶ୍ୱର ଏବେ ମୁରୁଦେଶ୍ୱର ନାମରେ ପ୍ରସିଦ୍ଧ । ଶିବ ପୂରାଣରେ ଏନେଇ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।

   ସମ୍ବନ୍ଧିତ ଖବର


ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

କ୍ରିସ୍‌ ଗେଲଙ୍କ ଛକା ରେକର୍ଡ, ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୦୦୦ ଛକା ମାରିଲେ ବସ୍

ଡାଇବେଟିସକୁ କଣ୍ଟ୍ରୋଲ କରିବା ପାଇଁ ସକାଳୁ ଉଠି ଖାଆନ୍ତୁ ଏହି ସବୁ ଖାଦ୍ୟ

ଶେଷ ବଲରେ ଛକା, ଆଇପିଏଲ ଇତିହାସର ସେହି ୫ ଭାରତୀୟ ବ୍ୟାଟସ୍‌ମ୍ୟାନ୍

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ