ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ

କଟକ ୧୩/୩: ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ । କଟକର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ବାସୁଦେବ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ ତାଙ୍କର ଉଚ୍ଚ ରକ୍ତଚାପ ରହିଥିଲା । ତେବେ ଆଜି ଉଚ୍ଚରକ୍ତ ଚାପ ଯୋଗୁଁ ବାଥରୁମରେ ପଡିଯାଇଥିଲେ ବାସୁଦେବ । ଡକ୍ଟରଙ୍କ  କହିବା ଅନୁସାରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଛି । ତେବେ କେବଳ ପରିବାର ନୁହେଁ ସାରା ଓଲିଉଡ ଜଗତ ଏହି ଖବର ପାଇ ଦୁଃଖରେ ଭାଙ୍ଗିପଡିଛି ।

ଓଡିଆ ଫିଲ୍ମ ହେଉ କିମ୍ବା ମେଗା ଧାରାବାହିକ, ସବୁଥିରେ ନିଜର ଛାପ ଛାଡିଛନ୍ତି  ୬୮ ବର୍ଷୀୟ ବାସୁଦେବ । କାବେରୀ, ପ୍ରାୟଶ୍ଚିତ୍ତ, ଅଭିମାନ, ଆରତୀ ଭଳି ହିଟ୍ ଓଡିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ବାସୁଦେବ ରଥ ବେଶ ନାଁ କମେଇଛନ୍ତି । ଚାନ୍ଦ ନା ତୁମେ ତାରା, କହନା, ଏ ଫୁଲ କହନା, ମା ତୁମେ ମମତାର ସାହା ଭରସା ଭଳି ସୁପର ଡୁପର ଓଡିଆ ହିଟ୍‌ ମ୍ୟୁଜିକ୍‌ ଦେବାରେ ବାସୁଦେବ ରଥଙ୍କ ବେଶ ପ୍ରସିଦ୍ଧି ରହିଛି । ତେବେ କେବଳ ପରିବାର ନୁହେଁ, ସମ୍ପୂର୍ଣ୍ଣ ଓଲିଉଡ୍ ଜଗତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛି ।

   ସମ୍ବନ୍ଧିତ ଖବର


ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ଦେହାନ୍ତ

ମହିଳା IICଙ୍କୁ ନିର୍ଯାତନା : ସ୍ବାମୀଙ୍କ ବିରୋଧରେ ଆଣିଲେ ସଙ୍ଗିନ ଅଭିଯୋଗ, ଥାନାରେ ଏତଲା

ବିଜେଡି ପ୍ରାର୍ଥୀ ହେବେ ଓଡିଆ ସିନେଷ୍ଟାର ଅରିନ୍ଦମ୍ !

ବିବାହ ବିଛେଦ ମାମଲା : ସୁପ୍ରିମକୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଖବର କାଗଜ ଉଦ୍ୟୋଗି ବିଜୟ କୁମାର ପଟ୍ଟନାୟକଙ୍କ ପରଲୋକ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୪୨୦୯ କରୋନା ସଂକ୍ରମିତ, ଆକ୍ରାନ୍ତଙ୍କ ସଂଖ୍ୟା ୧୭୫୫୫୦କୁ ବୃଦ୍ଧି