ପ୍ରଥମ ଥର ପାଇଁ ଲିଙ୍ଗାୟତ ମଠରେ ମୁଖ୍ୟ ପୂଜାରୀ ଭାବେ ନିଯୁକ୍ତ ହେଲେ ଜଣେ ମୁସଲିମ୍ ଯୁବକ

ବେଙ୍ଗାଲୁରୁ ୨୦/୨: ଲିଙ୍ଗାୟତ ମଠରେ ବର୍ଷ ବର୍ଷର ପରମ୍ପରାକୁ ଭାଙ୍ଗି ଜଣେ ୩୩ ବର୍ଷୀୟ ମୁସଲିମ୍ ଯୁବକଙ୍କୁ ମଠର ମୁଖ୍ୟ ପୂଜାରୀ ଭାବେ ନିଯୁକ୍ତ କରାଯାଇଛି । ଦିୱାନ ସରିଫ ମୁଲ୍ଲାଙ୍କୁ ମରୁଗରାଜେନ୍ଦ୍ର କୋରାନେଶ୍ୱରା ଶାନ୍ତିଧାନ ମଠରେ ପୂଜାରୀ ଭାବେ ନିଯୁକ୍ତ କରାଯାଇଛି । ଦିୱାନ କହିଛନ୍ତି, ‘ମୋତେ ଏମିତି କରିବା ପାଇଁ କେହି କହିନାହାଁନ୍ତି, ମୋତେ ସେହି ସର୍ବଶକ୍ତିମାନ ମାର୍ଗଦର୍ଶନ କରିଛନ୍ତି ।’

ସେ ଆହୁରି କହିଛନ୍ତି, ’ସେ ମୋତେ ପବିତ୍ର ସୂତା ଦେଲେ ଏବଂ ମୋତେ ଦାୟିତ୍ୱ ପ୍ରଦାନ କଲେ । ସେ ମୋତେ ଇଷ୍ଟ ଲିଙ୍ଗ ପ୍ରଦାନ କଲେ ଏବଂ ଏହି ସମ୍ମାନ ଦେଲେ । ମୁଁ ଇଷ୍ଟ ଲିଙ୍ଗକୁ ଧାରଣ କରିଛି । ମୁଁ ଧର୍ମ ମାର୍ଗରେ ଚାଲିବି ଏବଂ ପ୍ରେମର ବାର୍ତ୍ତା ବାଣ୍ଟିବି ।‘

ଉତ୍ତର କର୍ଣ୍ଣାଟକର ଗଡଗ ଜିଲ୍ଲାରେ ସ୍ଥିତ ଏହି ଲିଙ୍ଗାୟତ ମଠରେ ମୁସଲିମ୍ ଯୁବକଙ୍କୁ ମୁଖ୍ୟ ପୂଜାରୀ ନିୟୋଜିତ କରାଯାଇଛି । ଆସୁତି ଗାଁରେ ଥିବା ମୁଋଗରାଜେନ୍ଦ୍ର କୋରାନେଶ୍ୱରା ଶାନ୍ତିଧାମ ମଠରେ ସରିଫଙ୍କୁ ପୂଜାରୀ ନିୟୋଜିତ କରାଯାଇଛି । ଲିଙ୍ଗାୟତ ମତ ପ୍ରାଚୀନତମ ସନାତନ ହିନ୍ଦୁ ଧର୍ମର ଏକ ଅଂଶ । ଏହି ମତ ଭଗବାନ ଶିବଙ୍କ ଆରାଧନା କରେ । କର୍ଣ୍ଣାଟକରେ ତାଙ୍କର ମଠ ଅଛି । ୩୩ ବର୍ଷୀୟ ଦିୱାନ ସରିଫ ୨୬ ଫେବୃୟାରୀରେ ଲିଙ୍ଗାୟତ ମଠର ପୂଜାରୀ ରୂପେ ଶପଥ ନେବେ ।

ଏହି ମଠ କଲବୁର୍ଗୀର ଖଜୁରୀ ଗାଁର ୩୫୦ ବର୍ଷ ପୂରୁଣା କୋରାନେଶ୍ୱର ସଂସ୍ଥାନ ମଠ ସହିତ ଜଡିତ । ଏହି ମଠ ପାଇଁ ଅନେକ ବର୍ଷ ପୂର୍ବରୁ ସରିଫଙ୍କ ପିତା ୨ ଏକର ଜମି ଦାନ କରିଥିଲେ । ଖଜୁରୀ ମଠର ପୂଜାରୀ ମୁଋଗରାଜେନ୍ଦ୍ର କୋରାନେଶ୍‌ୱର ଶିବଯୋଗୀ କହିଛନ୍ତି କି ଆମେ ଅନୁଯୋଗୀଙ୍କ ଜାତି ଓ ଧର୍ମର ବିଭିନ୍ନତା ସତ୍ତ୍ୱେ ପରସ୍ପରକୁ ଆଲିଙ୍ଗନ କରିଥାଉ  ।

   ସମ୍ବନ୍ଧିତ ଖବର


କେରଳରେ ମଦ ଦେକାନ ବନ୍ଦ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ବ୍ରେକ୍

ଆମେରିକାରେ କରୋନା ନେବ ଲକ୍ଷାଧିକ ପ୍ରାଣ, ଏବେ ଠାରୁ ୧ ଲକ୍ଷ ବଡିବ୍ୟାଗ୍‌ କିଣିବାକୁ ଅର୍ଡର ଦେଲା ଟ୍ରମ୍ପ ପ୍ରଶାସନ

କରୋନାରେ ଦୋକାନୀଙ୍କ ମୃତ୍ୟୁ, ଜିନିଷ କିଣିବାକୁ ଆସୁଥିଲେ ମରକଜର ଜମାତି, ଏବେ ବିପଦରେ ବସ୍ତି ଲୋକଙ୍କ ଜୀବନ

କରୋନା ଆଁରେ ମାଆ ଓ ଶିଶୁ, ସଂକ୍ରମିତ ରୋଗୀର ବେଡ୍‌ରେ ରଖିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ