PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଗୁଇନ୍ଦା ସୂଚନା, ଶ୍ରୀଲଙ୍କା ସିରିଜ୍ ବିସ୍ଫୋରଣ ପଛରେ କଠୋରପନ୍ଥୀ ମୁସଲମାନ ସଂଗଠନର ହାତରେ ରହିଥାଇପାରେ

ନୂଆଦିଲ୍ଲୀ,୨୧।୪: ଇଷ୍ଟର ଅବସରରେ ରବିବାର ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋ ସହିତ ଦୁଇଟି ଅନ୍ୟ ସହରରେ ମୋଟି ୮ଟି ସ୍ଥାନରେ ସିରିୟଲ ବିସ୍ଫୋରଣ ହୋଇଛି। ସକାଳ ୮ଟା ୪୫ରେ ହୋଇଥିବା ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୮୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦ ଆହତ ହୋଇଛନ୍ତି। ଶହ ଶହ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ହେବାପରେ ଏବେ ଆହୁରି ଏହା ବଢିବାରେ କିମ୍ବା ଅନ୍ୟ କେଉଁଠି ପୁଣିଥରେ ଆକ୍ରମଣ ହୋଇପାରେ ବୋଲି ଲୋକଙ୍କ ଭିତରେ ଆଶଙ୍କା ଭରି ରହିଛି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 ଆକ୍ରମଣ ପଛରେ କଠୋରପନ୍ଥୀ ମୁସଲମାନ ସଂଗଠନ ନ୍ୟାସନାଲ ତୋହିତ ଜମାତ(ଏନଟିଜେ) ନାମକ ଏକ ସଂଗଠନର ହାତ ରହିଛି ବୋଲି କୁହାଯାଉଛି।   ସୂଚନା ଅନୁସାରେ ପୂର୍ବରୁ ଏହି ସଂଗଠନ ଗତବର୍ଷ ବୌଦ୍ଧ ଧର୍ମସ୍ଥଳ ଉପରେ ଆକ୍ରମଣ କରିବାର ଧମକ ଦେଇଥିଲା। ତେବେ ଏହି ଆକ୍ରମଣ ଘଟଣା ପରେ ଏହି ସଂଗଠନ ପକ୍ଷରୁ ଏପର୍ଯ୍ୟନ୍ତ କିଛି କୁହାଯାଇନାହିଁ। ଆକ୍ରମଣ ପଛରେ କଠୋରପନ୍ଥୀ ମୁସଲମାନ ସଂଗଠନ ନ୍ୟାସନାଲ ତୋହିତ ଜମାତ(ଏନଟିଭି) ନାମକ ଏକ ସଂଗଠନର ହାତ ରହିଛି ବୋଲି କୁହାଯାଉଛି। ପୂର୍ବରୁ ଏହି ସଂଗଠନ ଗତବର୍ଷ ବୌଦ୍ଧ ଧର୍ମସ୍ଥଳ ଉପରେ ଆକ୍ରମଣ କରିବାର ଧମକ ଦେଇଥିଲା। ତେବେ ଏହି ଆକ୍ରମଣ ଘଟଣା ପରେ ଏହି ସଂଗଠନ ପକ୍ଷରୁ ଏପର୍ଯ୍ୟନ୍ତ କିଛି କୁହାଯାଇନାହିଁ।

ଏହି ବିସ୍ଫୋରର ପାଇଁ ଆତ୍ମଘାତୀର ବ୍ୟବହାର କରି ଅଧିକ ଲୋକଙ୍କୁ ଟାର୍ଗେଟ କରାଯାଇଛି। ବିଶେଷ କରି  ଚର୍ଚ୍ଚ ଓ  ହୋଟେଲରେ ଏହି ୮ଟି ବିସ୍ଫୋରଣ ହୋଇଛି। ଏହା ହେଉଛି ଶ୍ରୀଲଙ୍କାର ଇତିହାସରେ ସବୁଠାରୁ ଭୟାବହ ଏବଂ ଖରାପ ଦିନ। ଏହି ବିସ୍ଫୋରଣରେ ଆତ୍ମଘାତୀ ଆରଡିଏକ୍ସ ବ୍ୟବହାର କରିଛି। ଏ ସମ୍ପର୍କରେ ଭାରତର ଗୁଇନ୍ଦା ବିଭାଗର ଜଣେ ଅଧିକାରୀ କହିଛନ୍ତି ଆକ୍ରମଣକାରୀଙ୍କ ଟାର୍ଗେଟରେ କେଥୋଲିକ୍ସ  ଥିଲା। ଏହାକ ଏତେ ବଡ ସିରିୟଲ ବ୍ଲାଷ୍ଟକୁ ଇଷ୍ଟର ଦିନ କରାଯାଇଛି। କାରଣ ଇଷ୍ଟର ପର୍ବ ଅବସରରେ ବହୁ ସଂଖ୍ୟାରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକ ଘର ବାହାରକୁ ଆସିଥାନ୍ତି। ଶ୍ରୀଲଙ୍କାରେ ତାଙ୍କର ସଂଖ୍ୟା ୬ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର