PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ସୁପ୍ରିମକୋର୍ଟଙ୍କୁ ବାବ୍ରୀ ମସଜିଦର ଭଗ୍ନାବଶେଷ ମାଗିବ ମୁସଲିମ୍ ସମାଜ

ନୁଆଦିଲ୍ଲୀ ୨୯/୧୨: ବାବ୍ରୀ ମସଜିଦ୍ ଆକ୍ସନ କମିଟି ତରଫରୁ ନୂଆ ଯାଚିକା ଦାୟର କରି ବାବ୍ରୀ ମସଜିଦର ଭଗ୍ନାବଶେଷ ଓ ଏହା ସହିତ ଜଡିତ ସମସ୍ତ ସାମଗ୍ରୀର ଦାବି କରାଯିବ । ଏଥିରେ ସେହି ପଥର ଯେଉଁଥିରେ କୁରାନ ସମେତ ଅନେକ ସାମଗ୍ରୀ ଅଛି ତାହା ବାବରୀ ମସଜିଦର ବୋଲି କୁହାଯାଉଛି । ସୁପ୍ରିମକୋର୍ଟରେ ଏହି ବାବଦରେ ଯାଚିକା ଦାୟର କରିବା ପାଇଁ ପ୍ରସ୍ତୁତି ଚାଲିଛି ।

ବାବ୍ରୀ ମସଜିଦ୍ ଆକ୍ଟନ କମିଟିର ଜଏଣ୍ଟ ସେକ୍ରେଟେରୀ ତଥା ପକ୍ଷକାର ହାଜୀ ମହବୁବ କହିଛନ୍ତି ଯେ ବୁଧବାର ଲକ୍ଷ୍ନୌରେ ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା କି ଆମେ ରାମମନ୍ଦିର ଫଇସଲା ବିରୁଦ୍ଧରେ କ୍ୟୁରେଟିଭ୍ ଯାଚିକା ଦାୟର କରିବୁ ।

ଏହା ବ୍ୟତୀତ ସୁପ୍ରିମକୋର୍ଟରେ ନୂଆ ଯାଚିକା ଦାଖଲ କରି ଯେଉଁ ଭଗ୍ନାବଶେଷ ବାବ୍ରୀ ମସଜିଦ୍ ରାମ ଜନ୍ମଗୃହରେ ଅଛି ତାକୁ ଫେରାଇବା ପାଇଁ ଦାବି କରାଯିବ । ଏହା ସହିତ ବାବ୍ରୀ ମସଜିଦ୍ ସହିଜ ଜଡିତ ଅନ୍ୟ ସାମଗ୍ରୀ ମଧ୍ୟ ଫେରାଇ ଆଣିବା ପାଇଁ ନୂଆ ଯାଚିକା ଦାୟର ହେବ । ବାବ୍ରୀ ପକ୍ଷକାରଙ୍କ ଅନୁସାରେ ସେଠାରେ ତଳେ ଥିବା ମାଟି ମଧ୍ୟ ମସଜିଦର ଅଂଶ ।

ମସଜିଦର ମାଟି ପବିତ୍ର ବୋଲି ପକ୍ଷଧର କହୁଛନ୍ତି । ତାକୁ ମୁସଲିମ୍ ସମାଜକୁ ଫେରାଇ ନିଜ ଉପାୟରେ ଖର୍ଚ୍ଚ କରାଯିବ । ଏହାକୁ ଅନ୍ୟ କୌଣସି ମସଜିଦ୍ କିମ୍ବା ଭବନ ନିର୍ମାଣରେ ଲଗାଯିବନି କିମ୍ବା ଏହାକୁ ଅନାଦର କରାଯିବନି । ସେ କହିଛନ୍ତି ଯେ ଭଗ୍ନାବଶେଷକୁ ନେଇ କିଛି କୋର୍ଟ କିଛି ସ୍ପଷ୍ଟ ନିର୍ଦ୍ଦେଶ ଦେଇନାହାଁନ୍ତି । ତେଣୁ ଏହାକୁ ଅନାଦର କରିବା ଆଶଙ୍କା ରହିଛି । ଅନ୍ୟପଟେ ରାମଲଲା ବିରାଜମାନର ପକ୍ଷରୁ କୁହାଯାଇଛି ଯେ ମୁସଲିମ୍ ସମାଜ ଭଗ୍ନାବଶେଷ ନେଇଯାଇପାରେବ । ଏହା ତାଙ୍କର ଏବଂ ଏଥିରେ ଆମର କୌଣସି ଆପତ୍ତି ନାହିଁ ।

ସମ୍ବନ୍ଧିତ ଖବର