
ନୂଆଦିଲ୍ଲୀ – ଯଦି ଆପଣ ବଜାର ଠାରୁ ଶସ୍ତା ଦାମ୍ରେ ସୁନା କିଣିବାକୁ ଚାହୁଁଥାନ୍ତି , ତ ଆପଣଙ୍କ ପାଖରେ ଭଲ ସୁଯୋଗ ଅଛି । ବିବାହ ସିଜିନ୍ରେ ଯେଉଁଠି ସୁନାର ଦାମ୍ ଆକାଶ ଛୁଆଁ ,ସେପଟେ ମୁଥୁଟୁ ମିନି ଫାଇନାନ୍ସିୟର ଆପଣଙ୍କୁ ଶସ୍ତାରେ ସୁନା କିଣିବାର ସୁଯୋଗ ଦେଉଛି । ଆପଣ ୨୩ ଡିସେମ୍ୱରରେ ଏହା କିଣି ପାରିବେ। ବାସ୍ତବରେ କମ୍ପାନୀ ଦିଲ୍ଲୀ ସମେତ ଅନେକ ସହରରେ ନିଜର ସେଣ୍ଟରରେ ସୁନାର ନିଲାମୀ କରିବାକୁ ଯାଉଛି। ଆପଣ ବି ଚାହିଁଲେ ଏଥିରେ ଭାଗ ନେଇ ଫାଇଦା ଉଠାଇ ପାରିବେ । ନିଲାମୀ ଅଲଗା ଅଲଗା ସେଣ୍ଟରରେ ଅଲଗା ଅଲଗା ଦିନରେ କରାଯିବ । ଜାଣନ୍ତୁ କେମିତି ଏହାର ଲାଭ ପାଇ ପାରିବେ ।
ଜାଣନ୍ତୁ ଦିଲ୍ଲୀରେ କେଉଁ କେଉଁ ଦିନ , କେଉଁଠି ମିଳିବ ଶସ୍ତା ସୁନା –
୧ – ସାଉଥ୍ ବେଷ୍ଟ୍ ଦିଲ୍ଲୀ ଡିଷ୍ଟ୍ରିକ୍ଟ ଅକ୍ସନ –
ତାରିଖ -୨୩ -୧୨ -୨୦୨୦,
ସ୍ଥାନ- ମୁଥୁଟ୍ ମିନି ଫାଇନାନ୍ସିୟରସ ଲିମିଟେଡ୍
ସପ୍ ନମ୍ୱର ୧୩୦/୧
ଜନକପୁରୀ ଡି ବ୍ଲକ୍, ନୂଆ ଦିଲ୍ଲୀ -୧୧୦୦୪୬
୨- ଇଷ୍ଟ ଦିଲ୍ଲୀ ଡିଷ୍ଟ୍ରିକ୍ଟ ଅକ୍ସନ –
ତାରିଖ -୨୩-୧୨-୨୦୨୦,
ସ୍ଥାନ – ମୁଥୁଟ୍ ମିନି ଫାଇନାନ୍ସିୟରସ ଲିମିଟେଡ୍
ସପ୍ ନମ୍ୱର ଇ-୨୩ ଏଫ୍-୧ ଫର୍ଷ୍ଟ ଫ୍ଲୋର , ଦିଲଶାଦ କଲୋନୀ ,
ନୂଆ ଦିଲ୍ଲୀ -୧୧୦୦୯୫
୩- ବେଷ୍ଟ ଦିଲ୍ଲୀ ଡିଷ୍ଟ୍ରିକ୍ଟ ଅକ୍ସନ –
ତାରିଖ -୨୩-୧୨-୨୦୨୦, ସ୍ଥାନ – ମୁଥୁଟ୍ ମିନି ଫାଇନାନ୍ସିୟରସ ଲିମିଟେଡ୍,
ଗ୍ରାଉଣ୍ଡ ଫ୍ଲୋର ବି-୩୪ ସପ୍ ନମ୍ୱର ୭୪/୧୯, ଉତ୍ତମ ନଗର ଇଷ୍ଟ ମେଟ୍ରୋ ଷ୍ଟେସନ
ନୂଆ ଦିଲ୍ଲୀ -୧୧୦୦୫୯
4- ସାଉଥ୍ ଦିଲ୍ଲୀ ଡିଷ୍ଟ୍ରିକ୍ଟ ଅକ୍ସନ –
ତାରିଖ -୨୩-୧୨-୨୦୨୦, ସ୍ଥାନ – ମୁଥୁଟ୍ ମିନି ଫାଇନାନ୍ସିୟରସ ଲିମିଟେଡ୍,
ଟିଏ-୯୪, ଗ୍ରାଉଣ୍ଡ ଫ୍ଲୋର , ଖେସରା ନମ୍ୱର-୬୭,
ତୁଗଲକାବାଦ ଏକ୍ସଟେନ୍ସନ କାଳକା , ନୂଆଦିଲ୍ଲୀ -୧୧୦୦୧୯
୫-ଫରିଦାବାଦ ଦିଲ୍ଲୀ ଡିଷ୍ଟ୍ରିକ୍ଟ ଅକ୍ସନ –
ତାରିଖ -୨୩-୧୨-୨୦୨୦
ସ୍ଥାନ ମୁଥୁଟ୍ ମିନି ଫାଇନାନ୍ସିୟର୍ସ ଲିମିଟେଡ୍ ,
ସପ୍ ନମ୍ୱର-୧, ଗ୍ରାଉଣ୍ଡ ଫ୍ଲୋର ଆମ୍ୱେଦକର ଚୌକ ,
ମୋହନ ରୋଡ୍ , ବଲ୍ଲଭଗଡ଼ , ଫରିଦାବାଦ-୧୨୧୦୦୪
ନିଲାମୀ ସୂଚନା –
ମୁଥୁଟୁ ମିନି ଫାଇନାନ୍ସିୟର୍ସ ବିଜ୍ଞାପନ ମାଧ୍ୟମରେ ସୂଚନା ଦେଇଛି । ପ୍ରକୃତରେ କମ୍ପାନୀ ନିଜ ପାଖରେ ରଖିଥିବା ଏମିତି ସୁନାକୁ ନିଲାମୀ କରିବାକୁ ଯାଉଛି , ଯାହାକୁ ବନ୍ଧକ ରଖି ଲୋନ୍ ନେଇଥିବା ଲୋକେ ଅର୍ଥ ଫେରସ୍ତ କରିନାହାନ୍ତି । ସେମାନଙ୍କୁ ବାରମ୍ୱାର ନୋଟିସ୍ ଦିଆଯାଇଥିଲା । ହେଲେ ସେମାନଙ୍କ ଠାରୁ କୌଣସି ପ୍ରତିକ୍ରିୟା ନମିଳିବାରୁ ମୁଥିଟୁ ମିନି ଫାଇନାନ୍ସିୟର୍ସ ଏହାକୁ ନିଲାମ କରି ଭରଣା କରିବ । ଏହି ନିଲାମୀ ଦିଲ୍ଲୀର ସେଣ୍ଟରରେ ୨୩ ଡିସେମ୍ୱର ୨୦୨୦ ସକାଳ ୧୦ଟା ଠାରୁ ଆରମ୍ଭ ହେବ । ଯଦି ଦିଆଯାଇଥିବା ତାରିଖରେ ନିଲାମୀ ହୋଇନପାରିଲା , ଏଥିପାଇଁ ଆସନ୍ତା ତାରିଖ ନିର୍ଦ୍ଧାରିତ ହେବ ।
ଏହି ନିଲାମୀ ଜରିଆରେ ଶସ୍ତା ସୁନା ପାଇବା ପାଇଁ କମ୍ପାନୀ ପ୍ୟାନ୍ କାର୍ଡ , ଜିଏସ୍ଟି ସାର୍ଟିଫିକେଟ୍, ବା ଅନ୍ୟ ପରିଚୟ ପତ୍ର ମାଗିବ । ଏହା ବ୍ୟତୀତ ନିଲାମୀ ପୂର୍ବରୁ ଆପଣଙ୍କୁ କମ୍ପାନୀ ଦ୍ୱାରା ସ୍ଥିର ଅର୍ଥ ଜମା କରିବାକୁ ହେବ । ଏହା ଅର୍ଥ ଫେରସ୍ତ ହୋଇପାରିବ ।
ସୂଚନା ଯେ , ଯିଏ ଗୋଲ୍ଡ ଲୋନ୍ ନେବାପରେ ୧୨ ମାସ ଯାଏ ନିଜର ଇଏମ୍ଆଇ ଭରି ନାହାନ୍ତି ,ଗୋଲ୍ଡ ଫାଇନାନ୍ସ କମ୍ପାନୀ ଗୁଡ଼ିକ ପକ୍ଷରୁ ନିଲାମୀ ପୂର୍ବରୁ ସେହି ଗ୍ରାହକଙ୍କୁ ନୋଟିସ୍ ଦିଆଯାଏ । ଏହାପରେ ମଧ୍ୟ ଗ୍ରାହକ କରଜ ଭରି ନାହାନ୍ତି ତ ଆରବିଆଇ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଏ ।