ନିଜ ଦେଶର ହଜାର ହଜାର ଲୋକଙ୍କୁ ହତ୍ୟା କରିସାରିଲାଣି ପାକ୍ ସେନା,ଏହି ନେତା କଲେ ଖୁଲାସା

ନୂଆଦିଲ୍ଲୀ,୨୬।୮: ପାକିସ୍ତାନର ଏକ ରାଜନୈତିକ ଦଳ ମୁତାହିଦା କୋମି ମୁଭମେଣ୍ଟ(ଏମକ୍ୟୁଏମ) ପାକିସ୍ତାନ ସେନା ଉପରେ ଗମ୍ଭୀର ଅଭିଯୋଗ ଲଗାଇଛି। ଲଣ୍ଡନରେ ଥିବା ଏମକ୍ୟୁଏମର ସେଣ୍ଟ୍ରାଲ କୋ-ଅର୍ଡିନାନ୍ସ କମିଟିର ନେତାଙ୍କୁ କହିଛନ୍ତି ଗୋଟିଏ ପଟେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଉଛି, କିନ୍ତୁ ଅନ୍ୟପକ୍ଷେ ନିଜେ କରାଚୀ ଓ ସିଦ୍ଧରେ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର କରୁଛି।

ଏମକ୍ୟୁଏମ ପକ୍ଷରୁ କୁହାଯାଇଛି ପକିସ୍ତାନରେ ଥିବା ମୁଜାହିର(ଭାରତ ପାକିସ୍ତାନ ବିଭାଜନ ପରେ ଭାରତର କୌଣସି ସ୍ଥାନରେ ନିଜର ଘରଛାଡି ବର୍ତ୍ତମାନ ପାକିସ୍ତାନର କୌଣସି ଭାଗରେ ରହୁଥିବା ଲୋକ), ବଲୁଚ, ପସ୍ତୁନ, ସିଦ୍ଧି ଓ ଅନ୍ୟ ଅବହେଳିତ ଲୋକଙ୍କ ଉପରେ ଅତ୍ୟାଚାର କରୁଛି। ଦଳ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନର ସେନା ଓ ଅନ୍ୟ ସୁରକ୍ଷା କର୍ମୀଙ୍କ ଜରିଆାରେ ହିଂସାର ଶିକାର କରାଯାଉଛି।

ସେଣ୍ଟ୍ରାଲ କୋ-ଅର୍ଡିନାନ୍ସ କମିଟିର ଡେପୁଟି କନଭେନର କାସିମ ଅଲ୍ଲୀ ରାଜା କହିଛନ୍ତି ପାକିସ୍ତାନୀ ମିଳିଟାରୀ ହଜାର ହଜାର ନିର୍ଦୋଷ ଲୋକଙ୍କୁ ହତ୍ୟା କରୁଛି। ସେ କହିଛନ୍ତି ଏହି ହତ୍ୟା ଅପରାଧରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନାମରେ କରାଯାଇଛି। ବହୁ ଲୋକଙ୍କୁ ଅପହରଣ କରିନିଆଯାଉଛି, ଯେଉଁମାନଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ।

ସେ କହିଛନ୍ତି,ପାକିସ୍ତାନର କୌଣସି ସଂସ୍ଥା ଏହି ଲୋକଙ୍କର କଥା ଶୁଣୁନାହାନ୍ତି। ଅନ୍ୟାୟ ବିରୋଧରେ ଏମକ୍ୟୁଏମ୍ ବିଶ୍ବର ଅନ୍ୟ ଲୋକତାନ୍ତ୍ରିକ ଦେଶ ଠାରୁ ସାହାର୍ଯ୍ୟ ମାଗିବ। ସେ କହିଛନ୍ତି, ଯେଉଁ ଲୋକଙ୍କୁ ଏବେ ଦବାଇ ଦିଆଯାଉଛି ସେମାନେ ଏକଜୁଟ ହୋଇ ସ୍ବାଧୀନତା ଆନ୍ଦୋଳନ କରିପାରନ୍ତି।

   ସମ୍ବନ୍ଧିତ ଖବର


ଚୀନ୍‌ରେ ପ୍ରଜନନ କ୍ଷମତା ହରାଇବେ ପୁରୁଷ – ବ୍ୟାପୁଛି ଆଉ ଏକ ମାରାତ୍ମକ ରୋଗ

ଆଉ ୪ଟି ଉପଗ୍ରହ ପଠାଇବ ଭାରତ

ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏନଆଇସି ଏବେ ସାଇବର ଆକ୍ରମଣର ଶିକାର

୫ ରାଜ୍ୟରୁ ୬୦% ସକ୍ରିୟ ରୋଗୀ କରୋନା କାୟା

ରୁଷ ଟିକାକୁ ନେଇ ଅନିଶ୍ଚିତତା- ପ୍ରତି ୭ଜଣରୁ ଜଣଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା

ପ୍ରଶାସନର ବଡ ନିଷ୍ପତ୍ତି : ଏଣିକି ବିନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କରିବାକୁ ପଡ଼ିବ କରୋନା ପରୀକ୍ଷା