PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ପ୍ରତିଦିନ ୫୦ ଟଙ୍କା ବଞ୍ଚାଇ ଆପଣ ପାଇପାରିବେ ୧୦ ଲକ୍ଷ ଟଙ୍କା, ଜାଣନ୍ତୁ ସହଜ ଉପାୟ

173689929

ନୁଆଦିଲ୍ଲୀ ୨୫/୮: ଆପଣ ପ୍ରତିଦିନ କିଛି ପଇସା ବଞ୍ଚାଇ ନିବେଶ କରିବା ଆରମ୍ଭ କଲେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଆପଣଙ୍କୁ ମୋଟା ରାଶି ମୁନାଫା ରୁପେ ମିଳିପାରିବ । ଯଦି ଆପଣ ଭାବୁଛନ୍ତି ଯେ ପ୍ରତିଦିନ ୫୦ ଟଙ୍କା ଲେଖାଏଁ ସଞ୍ଚୟ କରି ୧୦ ଲକ୍ଷ ଏକାଠି କରିବା ସହଜ ନୁହେଁ ତେବେ ଆପଣ ଭୁଲ୍ ଭାବୁଛନ୍ତି । ଯଦି ଆପଣ ସଠିକ୍ ଯୋଜନାରେ ପ୍ରତିଦିନ କିଛି ସଞ୍ଚୟ କରି ନିବେଶ କରିବେ ତେବେ ଏକ ନିର୍ଦ୍ଧିଷ୍ଟ  ସମୟ ପରେ ଲକ୍ଷପତି ହୋଇପାରିବେ । ଏଥିରେ ମ୍ଯୁଚଆଲ୍ ଫଣ୍ଡର ଉତ୍ତମ ସ୍କିମ୍ ଆପଣଙ୍କୁ ସାହାଯ୍ଯ କରିବ । ଏଥିରେ ପ୍ରତିଦିନ କିଛି ନିବେଶ କରିବା ଆରମ୍ଭ କଲେ ଆପଣ ନିଶ୍ଚୟ ଲକ୍ଷପତି ହୋଇପାରିବେ । ତେବେ ଆସନ୍ତୁ ଜାଣିବା ଏହାର ଉପାୟ…

ଏମିତି ହେବ ୧୦ ଲକ୍ଷର ଫଣ୍ଡ
ଯଦି ଆପଣ ପ୍ରତିଦିନ ୫୦ ଟଙ୍କା ସଞ୍ଚୟ କରୁଛନ୍ତି ତେବେ ମାସରେ ୧୫୦୦ ଟଙ୍କା ହୋଇଯିବ । ଆପଣଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ମ୍ଯୁଚଆଲ ଫଣ୍ଡର ସ୍କିମରେ SIP ମାଧ୍ଯମରେ ନିବେଶ କରିବାକୁ ପଡିବ । ଏହି ନିବେଶ ଆପଣଙ୍କୁ ୧୫ ବର୍ଷ ପର୍ୟ୍ୟନ୍ତ କରିବାକୁ ପଡିବ । ବଜାରରେ ଏମିତି ଅନେକ ମ୍ଯୁଚୁଆଲ ଫଣ୍ଡ ଅଛି ଯାହା ଗତ ୧୫ ବର୍ଷରେ ୧୫ ପ୍ରତିଶତ ବାର୍ଷିକ ଦରରେ ରିଟର୍ଣ୍ଣ ଦେଇଛି । ଯଦି ଏତିକି ରିଟର୍ଣ୍ଣ ଆପଣଙ୍କୁ ମିଳେ ତେବେ ୧୫ ବର୍ଷ ପରେ ଆପଣଙ୍କ ପାଖରେ ୧୦ ଲକ୍ଷ ଟଙ୍କାର ଫଣ୍ଡ ପ୍ରସ୍ତୁତ ହୋଇଯିବ ।

ଯଦି ଆପଣ କୌଣସି ମ୍ଯୁଚୁଆଲ୍ ଫଣ୍ଡ ସ୍କିମରେ ୧୫ ବର୍ଷ ପର୍ଯ୍ଯନ୍ତ ନିବେଶ କରିବେ ତେବେ ଆପଣଙ୍କ ସମୁଦାୟ ନିବେଶ ୨,୭୦,୦୦୦ ଟଙ୍କା ହେବ । ଏହାସହ ଆପଣଙ୍କ ଏସଆଇପିର ସମୁଦାୟ ଭାଲ୍ୟୁ ୧୦,୦୨,୭୬୦ ଟଙ୍କା ହେବ । ଅର୍ଥାତ୍ ଆପଣଙ୍କୁ ୭,୩୨,୭୬୦ ଟଙ୍କାର ଫାଇଦା ହେବ ।

ଏହି ଫଣ୍ଡ ଦେଇଛି ୧୫% ପର୍ଯ୍ୟନ୍ତ ରିଟର୍ଣ୍ଣ
ମ୍ଯୁଚୁଆଲ୍ ଫଣ୍ଡ ରିଟର୍ଣ୍ଣ କଥା କହିବା ତ ସବୁଠାରୁ ଉତ୍ତମ ସ୍କିମ୍ ୧୫ ବର୍ଷରେ ୧୫ ପ୍ରତିଶତ ପର୍ୟ୍ୟନ୍ତ ରିଟର୍ଣ୍ଣ ଦେଇଛି । L&T ମିଡକ୍ୟାପ୍ ଫଣ୍ଡ ୧୫ ବର୍ଷରେ ୧୪.୪୮ ପ୍ରତିଶତ, ଫ୍ରାକଲିନ୍ ଇଣ୍ଡିଆ ପ୍ରାଇମା ଫଣ୍ଡ ୧୪.୪୦ ପ୍ରତିଶତ, ଆଦିତ୍ୟ ୧୩.୦୭ ପ୍ରତିଶତ ରିଟର୍ଣ୍ଣ ଦେଇଛି ।

SIP ଜରିଆରେ କରନ୍ତୁ ନିବେଶ
SIP ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବାର ସବୁଠାରୁ ଭଲ ଉପାୟ । ଏହା ମାଧ୍ୟମରେ ନିବେଶ କଲେ ଆଭରେଜିଙ୍ଗ ହେବା ସହ ନିବେଶ କରିବାର ବିପଦ ମଧ୍ଯ ଟଳିଯାଏ । ଖାଲି ସେତିକି ନୁହେଁ, ଏଥିରେ ଭଲ ରିଟର୍ଣ୍ଣର ସମ୍ଭାବନା ମଧ୍ୟ ବଢିଯାଏ । ମ୍ୟୁଚୁଆଲ ଫଣ୍ଡରେ SIP ଆରମ୍ଭ କରିବା ପରେ ଏହା ଜରୁରୀ ନୁହେଁ ଯେ ଆପଣ ନିର୍ଦ୍ଧାରିତ ସମୟରେ ନିବେଶ କରିବେ । ଏହି ନିବେଶକୁ ଆପଣ ଯେତେବେଳେ ଚାହିଁବେ ରୋକି ପାରିବେ । ଏବଂ ଏଥିରେ କିଛି ପେନାଲ୍ଟି ଲାଗିବନି ।