ପପୁ ଯାଦବଙ୍କ ନିର୍ବାଚନୀ ସଭାର ମଞ୍ଚ ଭାଙ୍ଗିଲା, ହାତରେ ଫ୍ରାକଚର.. ଦେଖନ୍ତୁ ଭିଡିଓ

ମୁଜଫରପୁର,୩୧।୧୦: ବିହାରର ନିର୍ବାଚନୀ ପାଣିପାଗରେ ନେତାମାନଙ୍କର ମଞ୍ଚ ଭାଙ୍ଗିବାର ଅନେକ କିଛି ଘଟଣା ଦେଖିବାକୁ ମିଳିଛି। ଏଇ ଯେପରି ତାଜା ପ୍ରସଙ୍ଗରେ ମୁଜଫରପୁର ଜିଲ୍ଲାର ମୀନାପୁରରେ ଶନିବାର ଏକ ଜନସଭା ସମୟରେ ମଞ୍ଚ ଭାଙ୍ଗି ଯାଇଥିଲା। ଜନ ଅଧିକାର ପାର୍ଟିର ମଞ୍ଚ ଭାଙ୍ଗି ଯିବାରୁ ଦଳର ମୁଖ୍ୟ ପପୁ ଯାଦବଙ୍କ ସହିତ ବହୁ ଦଳୀୟ କର୍ମୀ ଆହତ ହୋଇଛନ୍ତି।

କୁହାଯାଉଛି ଯେ, ମଞ୍ଚ ଉପରେ ଅଧିକ ଲୋକ ଚଢିଯିବା କାରଣରୁ ଓଜନ ପଡି ତାହା ଭାଙ୍ଗିଯାଇଥିଲା। ଏହି ଦୁର୍ଘଟଣାରେ ପପୁ ଯାଦବଙ୍କ ଡାହଣ ହାତ ଭାଙ୍ଗି ଯାଇଛି। ବହୁ ନେତା ଓ କର୍ମୀଙ୍କୁ ମଧ୍ୟ ହାଲକା ଆଘାତ ଲାଗିଛି।