PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ବିହାରରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସାଂଘାତିକ ଅବସ୍ଥା; ଆଖି ହରାଇଲେ ମୋତିଆବିନ୍ଦୁ ଅପରେଶନ କରିଥିବା ୧୫ ଜଣ, ବିଳମ୍ବରେ ଭାଙ୍ଗିଲା ସରକାରଙ୍କ ନିଦ

pic-livehindustan

ମୁଜାଫରପୁର: ବିହାର ଶିକ୍ଷା ଠାରୁ ଆମ୍ଭ କରି ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଅତି ଖରାପ ପରିସ୍ଥିତିରେ ରହିଛି। ଏଠାକାର ସରକାରୀ ଚକ ଅତି ମନ୍ଥର ଗତିରେ ରାଜ୍ୟକୁ ଟାଣୁଥିବାର ଦେଖାଯାଉଛି। ସେଥିପାଇଁ ବିହାରରୁ ହିଁ ମଦ ମୃତ୍ୟୁଠାରୁ ଆରମ୍ଭ କରି ଅନ୍ୟାନ୍ୟ ବଡ଼ ବଡ଼ ଦୁର୍ଘଟଣା ଦେଖିବାକୁ ମିଳୁଛି। ଆଉ ଏବେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଭୟଙ୍କର ଅବହେଳା ଦେଖିବାକୁ ମିଳିଛି।

ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁ ଦୃଷ୍ଟି ଶକ୍ତି ହରାଇଲେଣି ୧୫ ଜଣ। ସାମାନ୍ୟ ମୋତିଆବିନ୍ଦୁ ଅପରେସନ କରିପାରୁ ନାହାଁନ୍ତି ଏଠାକାର ଡାକ୍ତର। ୧୫ ଜଣଙ୍କ ଆଖି ଗଲା ପରେ ମୁଖ୍ୟମନ୍ତ୍ରୀଙ୍କ ଚେତା ପଶିଛି। 

ମୁଜାଫରପୁର ଆଇ ହସ୍‌ପିଟାଲ୍‌ରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଏଠାରେ ମୋତିଆବିନ୍ଦୁ ଅପରେସନ କରାଇଥିବା ଲୋକଙ୍କୁ ନିଜର ଆଖି ହରାଇବାକୁ ପଡ଼ୁଛି। ଏପର୍ଯ୍ୟନ୍ତ ୧୫ ଜଣଙ୍କ ଆଖି ଯାଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି।

ଗତ ବୁଧବାର ୯ ଜଣ ଆଖି ଅପରେଶନ କରି କାଢ଼ିବାକୁ ପଡ଼ିଥିଲା। ଅନ୍ୟପଟେ ନଭେମ୍ବର ୨୨ ତାରିଖରେ ମୋତିଆବିନ୍ଦୁ ଅପରେସନ କରାଇଥିବା ଲୋକମାନଙ୍କର ଆଖିରେ ସଂକ୍ରମଣ ନେଇ ଆଶଙ୍କା ଦେଖାଦେଇଥିଲେ ବି ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କୁ ସେମାନଙ୍କ ଅବସ୍ଥାରେ ଛାଡ଼ିଦେଇଛି।

ପାଖାପାଖି ୫୦ ପୀଡ଼ିତଙ୍କ ବିଷୟରେ ସ୍ୱାସ୍ଥ୍ୟ ବିଭାଗ ପାଖରେ କୌଣସି ଖବର ନାହିଁ। ଏହି ଘଟଣାରେ ବଳିମ୍ବରରେ ଜାଗିଥିବା ବିହାର ମୁଖ୍ୟମନ୍ତ୍ର ସମ୍ପୃକ୍ତ ଡାକ୍ତରଖାନାରେ ରିପୋର୍ଟ  ସହିତ ସମସ୍ତ ତଥ୍ୟର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ପୀଡ଼ିତଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅର୍ଥଯୋଗାଣ କରାଯିବ ବୋଲି ଡିଏମ୍ କହିଛନ୍ତି।

ସମ୍ବନ୍ଧିତ ଖବର