PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ନୃଶଂସ ମାନସିକତା ! ଦୁଷ୍କର୍ମରେ ବିଫଳ ହେବାରୁ ଯୁବତୀଙ୍କ ଦେହରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ହସ୍ପିଟାଲରେ ଆଖି ବୁଝିଲେ ପୀଡ଼ିତା

ପାଟନା ୧୭।୧୨: ମୁଜଫ୍ଫରପୁରର ଅହିୟାପୁରରେ ଜିଅନ୍ତା ଜାଳିଦେଇଥିବା ପୀଡ଼ିତା ଶେଷରେ ଆଖି ବୁଜିଲେ। ସୋମବାର ରାତି ପ୍ରାୟ ୧୧ଟା ୪୦ ମିନିଟରେ ପାଟଣାର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ସମୟରେ ପୀଡ଼ିତାଙ୍କର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ ଯେ, ମୁଜଫ୍ଫରପୁର ଜିଲ୍ଲାର ଅହିୟାପୁର ଥାନା ଅଞ୍ଚଳରେ ଦୁଷ୍ମର୍ମରେ ବିଫଳ ଯୁବକ ଅନ୍ୟ ଏକ ସାଙ୍ଗ ସହ ମିଶି ଯୁବତୀଙ୍କୁ ଜିଅନ୍ତା ଜାଳିଦେଇଥିଲେ। ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଗତ ୧୦ ତାରିଖରେ ପାଟଣାର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସୋମବାର ଅଧ ରାତିରେ ପୀଡ଼ିତାଙ୍କର ମୃତ୍ୟୁ ହୋଇଛି।

ଯୁବତୀଙ୍କ ପ୍ରାୟ ୯୫ ପ୍ରତିଶତ ଜଳି ଯାଇଥିଲା। ଏଭଳି ସ୍ଥିତିରେ ବଞ୍ଚିବା ବହୁତ କଷ୍ଟକର ଥିଲା। ଖବର ପାଇବା ପରେ ରାଜ୍ୟ ମହିଳା କମିସନର ଅଧ୍ୟକ୍ଷା ଦିଲମଣି ମିଶ୍ରା ଯୁବତୀ ଏବଂ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ପାଟଣା ପୋଲିସ ମଧ୍ୟ ପୀଡ଼ିତାଙ୍କ ବୟାନ ଅନୁସାରେ ମାମଲା ରୁଜୁ କରିଥିଲା। ପୀଡ଼ିତା ମୃତ୍ୟୁ ପୂର୍ବରୁ ପୋଲିସକୁ ଏହି ବୟାନ ଦେଇଥିଲେ ଯେ, ଅଭିଯୁକ୍ତ ରାଜା ରାମ ରାୟ ଏବଂ ତାର ସାଙ୍ଗ ତାଙ୍କ ଶରୀରରେ ନିଆଁ ଲଗାଇଥିଲେ।

ମିଳିଥିବା ସୂଚନାନୁସାରେ, ଅଭିଯୁକ୍ତ ରାଜା ଗତ ୫ ବର୍ଷ ହେଲାଣି ଯୁବତୀଙ୍କୁ ମାନସିକ ଭାବରେ ନିର୍ଯ୍ୟାତନା ଦେଇଆସୁଥିଲା। ପରିବାର ଲୋକ ଏହି ସମ୍ପର୍କରେ ସ୍ଥାନୀୟ ଅହିୟାପୁର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୋଲିସ ସେଭଳି କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ପୀଡ଼ିତା ନର୍ସିଂ ପ୍ରଶିକ୍ଷଣ ନେଇ ରୋଗୀ ସେବା କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ସ୍ବପ୍ନ ଅଧୁରା ରହିଗଲା। ଗତକାଲି ରାତିରେ ପୀଡ଼ାଙ୍କର ମୃତ୍ୟୁ ହୋଇଛି।