ନାବାଳକଙ୍କ ଗାଡ଼ି ଚଢ଼ା ସଉକ ପଡିଲା ମହଙ୍ଗା: ପୁଅ ପାଇଁ ୨୬ ହଜାର ତଣ୍ଡ ଗଣିଲେ ବାପା

କଟକ ୧୫/୧: ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଜଣେ ନାବାଳକ ଫସିଛନ୍ତି । ନାବାଳକଙ୍କ ଏହି ଭୁଲ୍‌ ପାଇଁ ତଣ୍ଡ ଗଣିଛନ୍ତି ତାଙ୍କ ବାପା । ଟ୍ରାଫିକ ଜରିମାନା ବାବଦକୁ ନାବାଳକଙ୍କ ବାପା ୨୬ ହଜାର ଟଙ୍କା ଜରିମାନା ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଦିନବେଳା ବାରଙ୍ଗ ରୋଡ୍‌ରେ ନାବାଳକଜଣକ ସ୍କୁଟି ନେଇ ଯାଉଥିବା ବେଳେ ପରିବହନ ସ୍କ୍ୱାଡ୍‌ ହାବୁଡ଼ରେ ପଡ଼ିଥିଲେ । ବିନା ହେଲମେଟ୍‌ରେ ଓ ନାବାଳକ ହୋଇ ବିନା ଡିଏଲ୍‌ରେ ଗାଡି ଚଳାଉଥିବାରୁ ସ୍କ୍ୱାଡ୍‌ର ମାଜିଷ୍ଟ୍ରେଟ୍‌ ତଥା ପରିବହନ ବିଭାଗ ଅଧିକାରୀ ତାଙ୍କ ଉପରେ ୨୬ ହଜାର ଟଙ୍କା ଜରିମାନା ଲାଗୁ କରିଥିଲେ । ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବାରୁ ତାଙ୍କୁ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିଥିଲା ବେଳେ ନାବାଳକ ହୋଇଥିବାରୁ ୨୫ ହଜାର ଟଙ୍କା ଜରିମାନା ଲାଗୁ ହୋଇଥିଲା । ଶେଷରେ ନାବାଳକଙ୍କ ବାପା ୨୬ ହଜାର ଟଙ୍କା ପୈଠ କରି ମୁକୁଳିଥିଲେ । ନାବାଳକଙ୍କ ଗାଡ଼ି ଚଢ଼ା ସଉକ ପାଇଁ ବାପା ତଣ୍ଡ ଗଣିବାର ଏହି ଘଟଣା ଚର୍ଚ୍ଚା ସୃଷ୍ଟି କରିଛି ।
ଲାଇସେନ୍ସ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ

   ସମ୍ବନ୍ଧିତ ଖବର


ଟ୍ରେନିଂ ଦେବା ବାହାନାରେ ନାବାଳିକାଙ୍କୁ ନେଇ କରୁଥିଲେ ଏମିତି କାମ…ଧରାପଡ଼ିଲେ ଆଶାକର୍ମୀ

ଦିବ୍ୟାଙ୍ଗ ଯୁବତୀ ୮ମାସର ଗର୍ଭବତୀ – ଦୁଷ୍କର୍ମ କରିଥିବା ବିବାହିତ ଯୁବକ ଫେରାର

ସୁଇସାଇଡ୍ ଜ୍ୟାକେଟ୍ ତିଆରି କରିବାର ଭିଡିଓ ଡାଉନଲୋଡ୍ କରି ଛାତ୍ର ଗିରଫ, ମିଳିଲା ୫ ବର୍ଷର ଜେଲଦଣ୍ଡ

୫ ଦିନର ଶିଶୁ କନ୍ୟାକୁ ଗୋଡରେ ଚାପି ହତ୍ୟାକଲା ବାପା, ପୁଅ ନହେବାରୁ ରାଗରେ ମାରିଦେଲା

ବଲିଉଡରେ ଡ୍ରଗ୍ସ ମାମଲା: ଅଭିନେତ୍ରୀଙ୍କ ପରେ ଏବେ ଏନସିବି ରାଡାରରେ ୩ ବଡ଼ ଅଭିନେତା, S-R-A ରୁ ଆରମ୍ଭ ହୁଏ ନାଁ

ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ, ଶବ ଉଦ୍ଧାର କଲା ଅଗ୍ନିଶମ ବିଭାଗ