ଏହି ବାଇକର ଦାମ୍ ୨୮ ଲକ୍ଷ: ମିଳିବ ସବୁ ଫିଚର୍ସ, ସ୍ପିଡ୍ ହେଉଛି…

ନୂଆଦିଲ୍ଲୀ ୨୨/୫: ଇଟାଲୀର MV Agusta ନିଜ ଦମଦାର୍ ଲିମିଟେଡ୍ ଏଡିସନ୍ ହାଇପର-ନେକେଡ୍ ବାଇକ୍ MV Agusta Rush 1000ର ପ୍ରଡକ୍ସନ ଜୁନରୁ ଆରମ୍ଭ କରିବ । Rush 1000 କୁ  EICMA 2019 ମୋଟରସାଇକେଲ୍ ଶୋରେ ପ୍ରଦର୍ଶିତ କରାଯାଇଥିଲା । ଏହି ବାଇକ୍ MV Agusta Brutale 1000ରେ ଆଧାରିତ । କିନ୍ତୁ ଏଥିରେ କାର୍ବନ ଫାଇଭର କମ୍ପୋନେଟ୍ସର ଅଧିକ ବ୍ୟବହାର କରାଯାଇଛି । ବାଇକଟି ବହୁତ ଖାସ୍ ହୋଇଛି କାରଣ କମ୍ପାନୀ ଏମିତି ମାତ୍ର ୩୦୦ ମୋଟରସାଇକେଲ୍ ନିର୍ମାଣ କରିବ । ଆସନ୍ତୁ ଜାଣିବା ଆପଣଙ୍କୁ ଏହି ବାଇକ୍ ସମ୍ପର୍କରେ..

ପାୱର
MV Agusta Rush 1000 ବାଇକରେ ୯୯୮ ସିସିର ଦମଦାର୍ ଇଞ୍ଜିନ୍ ଦିଆଯାଇଛି । ଏହି ଇଞ୍ଜିନ୍ 13,000 rpmରେ ୨୦୮ bhpର ପାୱର ଓ 11,000 rpmରେ ୧୧୬ Nm ଟର୍କ ଜେନେରେଟ୍ କରିଥାଏ । ବାଇକ୍ ସହିତ ଫ୍ୟାକ୍ଟ୍ରି ରେସିଂ କିଟର ଅପ୍ସନ ମଧ୍ୟ ରହିଛି ଯେଉଁଥିରେ ଆଫ୍ଟରମାର୍କେଟ୍ ପ୍ରଜେକ୍ଟ ଏଗଜଷ୍ଟ ଓ ଇସିୟୁ ରିମ୍ୟାପ୍ ସାମିଲ । ଏହି ରେସିଂ କିଟ୍ କନେକ୍ଟ ହେବା ପରେ ବାଇକର ପାୱର ୨୧୨ hp ହୋଇଯିବ ।

ସ୍ପିଡ୍
MV Agusta ର କହିବାନୁସାରେ ଲିମିଟେଡ୍ ଏଡିସନ୍ ହାଇପର-ନେକେଡ୍ ବାଇକ୍ Rush 1000ର ଟପ୍ ସ୍ପିଡ୍ ୩୦୦ କିଲୋମିଟର ପ୍ରତି ଘଣ୍ଟାରୁ ଅଧିର । ବିନା ଫ୍ୟୁଲ୍ ବାଇକର ଓଜନ ୧୮୫ କିଲୋଗ୍ରାମ ।

ଦମଦାର୍ ଫିଚର୍ସ
ଏଥିରେ ଦମଦାର୍ ଫିଚର୍ସ ମିଳିବ । ଏଥିରେ ୮ ଲେବଲ୍ ଟ୍ରାକ୍ସନ କଣ୍ଟ୍ରୋଲେ୍ 9 Plus Race ABS, ଅପ/ଡାଉନ୍ କ୍ୱିକସିଫ୍ଟର, ୱିଲି କଣ୍ଟ୍ରୋଲ, ଲଞ୍ଚ କଣ୍ଟ୍ରୋଲ ଓ ଇଲେକ୍ଟ୍ରିକଲି ଆକ୍ଟିଭ୍ Ohlins EC ସସପେନ୍ସନ ସାମିଲ । ବାଇକରେ ସ୍ପୋର୍ଟ, ରେନ୍, ରେସ୍ ଓ କଷ୍ଟମ ନାଁରେ ୪ ରାଇଡିଂ ମୋଡ୍ ଦିଆଯାଇଛି ।

ୟୁନିକ୍ ଡିଜାଇନ୍
ଡିଜାଇନ୍ ମାମଲାରେ ରଶ୍ ୧୦୦୦ ବହୁତ ୟୁନିକ୍ ମୋଟରସାଇକେଲ୍ । ଏହା କମ୍ପାନୀର Brutale 1000ର ଡ୍ରେଗ୍-ରେସ୍ ଇନସ୍ପାୟର୍ଡ ଭର୍ସନ । Brutale 1000 ମୁକାବିଲାରେ ଏହାର ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି କିନ୍ତୁ ଏହି ପରିବର୍ତ୍ତନ 1000 ଅଲଗା ଲୁକ୍ ଦେବା ପାଇଁ ପର୍ଯ୍ୟାପ୍ତ । ବିଶେଷ ରୂପରେ ଡିଜାଇନ୍ କରାଯାଇଥିବା ହେଡଲାଇଟ୍, ସ୍ପୋକ୍ଡ ଫ୍ରଣ୍ଟ ୱିଲ୍, ନୂଆ ୫-ଇଞ୍ଚ ଫୁଲ୍ କଲର ଟିଏଫଡି ଡିସପ୍ଲେ, ପ୍ୟାସେଞ୍ଜର ସିଟ୍ ଓ ଏକ୍ସଲୁସିଭ୍ ପେଣ୍ଟ ସ୍କିମ ଭଳି ପରିବର୍ତ୍ତନ ଏହାକୁ ୟୁନିକ୍ ବନାଇଥାଏ ।

ଦାମ୍
ରଶ୍ ୧୦୦୦ ମୋଟରସାଇକେଲ୍ ଦାମ୍ ୩୪ ହଜାର ୟୁରୋ, ଅର୍ଥାତ୍ ପ୍ରାୟ ୨୮.୨୦ ଲକ୍ଷ ଟଙ୍କା । Brutale 1000ର ଦାମ୍ ୨୯,୯୦୦ ୟୁରୋ, ଅର୍ଥାତ୍ ପ୍ରାୟ ୨୪.୮୩ ଲକ୍ଷ ଟଙ୍କା ଯାହା ତୁଳନାରେ ନୂଆ ରଶ୍ ୧୦୦୦ ଅଧିକ ମହଙ୍ଗା । କହିରଖୁଛୁ ରଶ୍ ୧୦୦୦ ୟୁରୋ ୪ ମଡେଲ୍, ଯାହାର ଅର୍ଥ ଆପଣ ଏହାକୁ ଭାରତରେ ଇମ୍ପୋର୍ଟ ଓ ରେଜିଷ୍ଟର କରିପାରିବେନି ।

   ସମ୍ବନ୍ଧିତ ଖବର


ବାଇକ୍ ସାନିଟାଇଜ୍ କରୁଥିଲେ କର୍ମଚାରୀ, ହଠାତ୍ ଲାଗି ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଜଳିଗଲା

ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି…

କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ

ବଢୁଛି ସୁନା-ରୂପା ଦାମ୍, ୨୦୨୧ ସୁଦ୍ଧା ଛୁଇଁପାରେ ୮୦ ହଜାର ଟଙ୍କା

ସ୍ବାଭିମାନୀ ଚୋର: ସ୍ତ୍ରୀ-ପିଲାଙ୍କୁ ଘରକୁ ନେବା ପାଇଁ ଚୋରି କରିଥିଲେ ବାଇକ୍, ପରେ ପାର୍ସଲ କରି ମାଲିକଙ୍କୁ ଫେରାଇଦେଲେ

ଏଥର ବିମାନରେ ମଝି ସିଟ୍‌କୁ ଖାଲି ରଖିବାକୁ ପଡ଼ିବ !