ସମସ୍ତେ ଭାବୁଥିଲେ ‘ପାଣି ରାକ୍ଷସ’, କୂଳକୁ ଆସିବା ପରେ ଜଣା ପଡିଲା ଯେ ଗୋଟିଏ…

ନୁଆଦିଲ୍ଲୀ ୨୦/୯: ବେଳେବେଳେ ଦୁନିଆରେ ଏମିତି ଘଟଣା ଘଟେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦିଏ । କିନ୍ତୁ ଯେତେବେଳେ ଏହାର ସତ୍ୟ ସମସ୍ତଙ୍କ ସାମ୍ନାକୁ ଆସିଥାଏ ସେତେବେଳେ ଏହାକୁ ବିଶ୍ୱାସ କରିବା ଏତେ ସହଜ ହୋଇନଥାଏ । ଠିକ୍ ଏମିତି ଏକ ଘଟଣା ଘଟିଛି ଚାଇନାରେ । ଏଠାରେ ଏସିଆର ସବୁଠାରୁ ଦୀର୍ଘ ନଦୀ ୟାଙ୍ଗଜୀ ନଦୀରେ ଲୋକମାନେ ଏକ ରହସ୍ଯମୟୀ କଳା ରଙ୍ଗର ଜୀବ ପହଁରୁଥିବା ଦେଖିବାକୁ ପାଇଲେ । କିନ୍ତୁ ଯେତେବେଳେ ତାର ସତ୍ୟ ସମସ୍ତଙ୍କୁ ସାମ୍ନାକୁ ଆସିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ଯ  ହୋଇଗଲେ ।

ସୋସିଆଲ ମିଡିଆରେ ଯେତେବେଳେ ଏହି ଘଟଣାର ଭିଡିଓ ଭାଇରାଲ ହେଲା ସେତେବେଳେ ଲୋକମାନେ ଏହି ଜୀବକୁ ପାଣି ରାକ୍ଷସ ବୋଲି ଭାବିଲେ । କିଛି ଲୋକଙ୍କ କହିବାନୁସାରେ ପ୍ରଦୂଷଣ ଯୋଗୁଁ ଏହି ରହସ୍ୟମୟୀ ଜୀବର ଜନ୍ମ ହୋଇଛି ଏବଂ କିଛି ଲୋକ ଏହାକୁ ପୌରାଣିକ ରାକ୍ଷସ ବୋଲି କହିଦେଲେ ।

ସୂଚନା ଅନୁସାରେ ବୈଜ୍ଞାନିକମାନେ ଏହି ରହସ୍ୟମୟୀ ଜୀବକୁ ପୌରାଣିକ ରାକ୍ଷସ ବୋଲି ମାନିବାକୁ ମନା କରିଦେଇଛନ୍ତି । ଏବଂ ଏହାକୁ ବିଶାଳକାୟ ସାପ ବୋଲି ଅନୁମାନ କରିଛନ୍ତି ଏବଂ ଏହା ପାଣିରେ ପହଁରୁଛି ବୋଲି ଅନୁମାନ କରାଯାଇଥିଲା ।

ଶେଷରେ ଯେତେବେଳେ ଏହାକୁ କୂଳକୁ ଅଣାଗଲା ଏହା ଏକ କଳା ରଙ୍ଗର ଏୟାରବ୍ୟାଗ୍ ବୋଲି ଜଣାପଡିଲା । ଏହା ପ୍ରାୟ ୬୫ ଫୁଟ୍ ପର୍ଯ୍ଯନ୍ତ ଥିଲା ଏବଂ ଏହା ଏକ ଶିପୟାର୍ଡରୁ ଛଡା ଯାଇଥିଲା । ଏହି ଏୟାରବ୍ୟାଗ୍ ମିଳିବା ପରେ ରହସ୍ୟମୟୀ ଜୀବ ବା ରାକ୍ଷସ ବୋଲି କହୁଥିବା ସିଦ୍ଧାନ୍ତଟି ଭୁଲ୍ ହୋଇଗଲା ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର