PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାଠ ବୋଝେଇ ଟ୍ରକକୁ ଧକ୍କା ଦେବାପରେ ଡିଜେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ
  • ||
  • ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍‌ ରେଜ୍‌ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ
  • ||
  • ଭୁବନେଶ୍ଵର : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ଜଗନ୍ନାଥ ନଗରରେ ବୋମା ମାଡ଼
  • ||
  • ନୂଆଦିଲ୍ଲୀ : ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୦ ପଜିଟିଭ୍ ଚିହ୍ନଟ
  • ||
  • ସିବିଆଇ ପଞ୍ଝାରେ ପୁଣି ଲାଲୁ ପ୍ରସାଦ : ରେଲୱେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୧୭ଟି ଠିକଣାରେ ଚାଲିଛି ରେଡ୍
  • ||

ମୋଦିଙ୍କ ରହସ୍ୟମୟ ‘କଳା ବାକ୍ସ’କୁ ନେଇ କଂଗ୍ରେସର ଆପତ୍ତି, ନିର୍ବାଚନ କମିଶନଙ୍କ ନିକଟରେ କଲା ଅଭିଯୋଗ

ନୂଆଦିଲ୍ଲୀ,୧୪।୪: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଦ ଭିତରେ ଏବେ ଆଉ ଏକ ବିବାଦ ଆରମ୍ଭ ହୋଇଛି। ତାହା ହେଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଯେଉଁଆଡ଼େ ଯାଉଛି, ତାଙ୍କ ସହ ଏକ  ସନ୍ଦିଗ୍ଧ କଳା ବାକ୍ସ(କଳାରଙ୍ଗର ଟ୍ରଙ୍କ) ଯାଉଛି। ମୋଦିଙ୍କ ଏହି ବ୍ଲାକ ବକ୍ସକୁ ନେଇ କଂଗ୍ରେସ ଆପତ୍ତି ପ୍ରକାଶ କରିଛି। ନିର୍ବାଚନ କମିଶନଙ୍କ ନିକଟରେ କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଏହି ବାକ୍ସ ଭିତରେ କ’ଣ ଅଛି ତାହାର ତଦନ୍ତ କରିବାକୁ  ରବିବାର ଦାବି କରିଛି କଂଗ୍ରେସ। ମୋଦି କର୍ଣ୍ଣାଟକାର ଚିତ୍ରଦୁର୍ଗ ଗସ୍ତରେ ଯାଇଥିବା ସମୟରେ ଏହି ଟ୍ରଙ୍କ ତାଙ୍କ ସହିତ ଥିବା କହିଛି କଂଗ୍ରେସ।

ମୋଦିଙ୍କ ହେଲିକପ୍ଟରରୁ ବାହାର କରାଯାଇଥିବା ଏହି ବାକ୍ସକୁ ନେଇ କଂଗ୍ରେସ ମୁଖପାତ୍ର ଆନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି, ପ୍ରଧାନମନ୍ତ୍ରୀ ଏହି ବିଷୟରେ ସ୍ପଷ୍ଟ କରନ୍ତୁ। ଏବେ ନିର୍ବାଚନ ସମୟ ହୋଇଥିବାରୁ ଏହି ଟ୍ରଙ୍କ ଭିତରେ କ’ଣ ଅଛି ଜଣାଇବାକୁ ନିର୍ବାଚନ କମିଶନ୍ ଏକ ତଦନ୍ତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। କଂଗ୍ରେସର କର୍ଣ୍ଣାଟକା ୟୁନିଟ୍‌ ଏନେଇ ନିର୍ବାଚନ କମିଶନ୍‌ଙ୍କ ନିକଟରେ ଅଭିଯୋଗ କରିସାରିଛନ୍ତି ବୋଲି ସେ ଜଣାଇଛନ୍ତି। କେବଳ ସେତିକି ନୁହେଁ ଯୁବ କଂଗ୍ରେସର ମିଡିଆ ଇନଚାର୍ଜ ଶ୍ରୀବତ୍ସ ଟ୍ବିଟରରେ ଏହାର ଏକ ଭିଡିଓ ସେୟାର କରିଛନ୍ତି।

ସେ ଆହୁରି କହିଛନ୍ତି, ମୋଦିଙ୍କ ହେଲିକପ୍ଟର ଅବତରଣ କରିବା ପରେ ଏକ କଳା ଟ୍ରଙ୍କ ବାହାର କରାଗଲା ଏବଂ ଏହାକୁ ଏକ ଘରୋଇ କାରରେ ରଖିଦିଆଗଲା।  ଘରୋଇ କାର୍‌ଟି ଏସ୍‌ପିଜି କାରକେଡ୍‌ ଅନ୍ତର୍ଭୁକ୍ତ ନଥିଲା। ଯେଉଁ କାରରେ ଏହି ବାକ୍ସ ରଖାଗଲା ତାହା କାହାର ଥିଲା? ଏଥିପାର୍ଇ ତଦନ୍ତ କରିବା ଦରକାର ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷେ କର୍ଣ୍ଣାଟକର ଚିତ୍ରଦୁର୍ଗ ପୋଲିସ ଏସପି ଡା. ଅରୁଣ କହିଛନ୍ତି  ନିର୍ବାଚନୀ ଗସ୍ତ ବେଳେ ମୋଦିଙ୍କ ହେଲିକପ୍ଟରୁ ଏହି ବାକ୍ସଟିକୁ ବାହାର କରାଯାଇଥିଲା। ଏହି ବାକ୍ସରେ ସୁରକ୍ଷାକର୍ମୀଙ୍କ ଉପକରଣ ରହିଥିଲା। ତେଣୁ ଏହି ବାକ୍ସକୁ ହେଲିକପ୍ଟରରୁ ବାହାର କରି ଆଉ ଏକ ଗାଡିରେ ରଖାଯାଇଥିଲା।

ସମ୍ବନ୍ଧିତ ଖବର