‘ଜୋନ୍ ଅଫ ସାଇଲେନ୍ସ’: ଯେଉଁଠି ଅଟୋମେଟିକ୍ ବନ୍ଦ ହୋଇଯାଏ ସମସ୍ତ ଇଲେକ୍ଟ୍ରୋନିକ୍ ସାମଗ୍ରୀ

ମେକ୍ସିକୋ ସିଟିରେ ଏମିତି ଏକ ସ୍ଥାନ ଅଛି ଯାହା ‘ଜୋନ୍ ଅଫ ସାଇଲେନ୍ସ’ ନାମରେ ଜଣାଶୁଣା । ଏହି ସ୍ଥାନଟି  ବହୁତ ଅଜବ । ଏହି ସ୍ଥାନ ସମ୍ପର୍କରେ ଜାଣିଲେ ଆପଣ ମଧ୍ଯ ଆଶ୍ଚର୍ଯ୍ଯ ହୋଇଯିବେ । ଏହି ସ୍ଥାନର ସବୁଠାରୁ ଆଶ୍ଚର୍ଯ୍ଯଜନକ ଜିନିଷ ହେଉଛି ଯେ ଏଠାରେ ବିସ୍ୱର ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣ ଅଟୋମେଟିକ୍ କାମ କରିବା ବନ୍ଦ କରିଦିଏ । କୁହାଯାଏ ଏଠାରେ କିଛି ଏମିତି ଜିନିଷ ଅଛି ଯାହା ଫଳରେ କୌଣସି ରେଡିଓ ଫ୍ରିକ୍ୱେନ୍ସି କାମ କରେନି ।

ଏହି ସ୍ଥାନ ମେକ୍ସିକୋରେ ଚିହୁଆହୁଆ ମରୁଭୂମି ନାମରେ ଜଣାଯାଏ । ଆଜି ପର୍ୟ୍ୟନ୍ତ କେହି ବି ଏହାର କାରଣ ଜାଣିପାରୁନାହାଁନ୍ତି ଯେ କାହିଁକି ଏଠାରେ ଇଲକ୍ଟ୍ରୋନିକ୍ ଡିଆଇସ୍ କାମ କରିବା ବନ୍ଦ କରିଦିଏ । ଏହି ସ୍ଥାନକୁ ନେଇ ଆହୁରି ଅନେକ କଥା ମଧ୍ୟ କୁହାଯାଏ ।

ଏହି ସ୍ଥାନ ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଏଠାରେ ଉଲକାପିଣ୍ଡ ଖସିଥିଲା । ପ୍ରଥମ ଥର ପାଇଁ ଏଠାରେ ୧୯୩୮ ମସିହାରେ ଉଲକାପିଣ୍ଡ ଖସିଥିଲା । ଏହାପରେ ଦ୍ୱିତୀୟ ଉଲକାପିଣ୍ଡ ୧୯୫୪ ମସିହାରେ ଖସିଥିଲା । ଏହା ପରଠୁ ଏହି ସ୍ଥାନରେ ବିଭିନ୍ନ ପ୍ରକାର ଅଜବ ଜିନିଷ ଦେଖିବାକୁ ମିଳିଲା ।

ଏହି ରହସ୍ୟମୟୀ ସ୍ଥାନରେ ଇଲେକ୍ଟ୍ରୋନିକ୍ ସାମଗ୍ରୀ କାହିଁକି ଫେଲ୍ ହୋଇଯାଏ ଏଥିପାଇଁ ପ୍ରଥମେ ସେତେବେଳେ ସର୍ଚ୍ଚ ଆରମ୍ଭ ହେଲା ଯେତେବେଳେ ଏଠାରେ ଯାଉଥିବା ଆମେରିକାର ଏକ ଟେଷ୍ଟ ରକେଟ୍ ଧରାଶାୟୀ ହୋଇଯାଇଥିଲା । ଏହାପରେ ବୈଜ୍ଞାନିକ ଯେତେବେଳେ ଏଠାରେ ପହଞ୍ଚିଲେ ସେତେବେଳେ ସେମାନେ ଆଶ୍ଚର୍ୟ୍ଯ ହୋଇଯାଇଥିଲେ । କାରଣ ଏଠାରେ ଦିଗ ନିର୍ଦ୍ଧାରଣ କରୁଥିବା କମ୍ପାସ୍ କାମକଲାନି ଏବଂ ଜିପିଏସ୍ ମଧ୍ୟ ଫେଲ୍ ମାରିଲା ।

୧୯୬୬ ମସିହାରେ ଏହି ସ୍ଥାନର ନାମ ‘ଜୋନ୍ ଅଫ୍ ସାଇଲେନ୍ସ’ ରଖାଗଲା । ଏହା ପଛରେ ମଧ୍ଯ ଏକ କାରଣ ରହିଛି । ଏକ ତେଲ କମ୍ପାନୀ ଏଠାରେ ତେଲ ଖୋଜିବାକୁ ଆସିଥିଲା । କମ୍ପାନୀର ଲୋକମାନେ ଯେତେବେଳେ ୫୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଗଲେ ଏବଂ ରିସର୍ଚ୍ଚ କରିବା ଆରମ୍ଭ କଲେ ସେତେବେଳେ  ସମସ୍ତେ ଚିନ୍ତାରେ ପଡିଗଲେ । କାରଣ ସେମାନଙ୍କ ସମସ୍ତ ଇଲେକଟ୍ରୋନିକ୍ ଡିଭାଇସ୍ କାମ କରିବା ବନ୍ଦ କରିଦେଲା । ସେମାନଙ୍କୁ ଗୋଟିଏ ବି ରେଡିଓ ସିଗନାଲ୍ ମିଳିପାରିଲାନି । ସେବେଠାରୁ ଏହି ସ୍ଥାନର ନାଁ ‘ଜୋନ୍ ଅଫ୍ ସାଇଲେନ୍ସ’ ରଖାଗଲା ।

   ସମ୍ବନ୍ଧିତ ଖବର


୫୧ଟି ଗାଈ, ତିନି ଆରବୀ ଘୋଡା ଓ ୧୩ ବନ୍ଧୁକ… ଯଶଓ୍ବନ୍ତ ସିଂଙ୍କ ୨୦୧୪ ସମ୍ପତ୍ତି ତାଲିକାରେ ରହିଥିଲା ଆହୁରି ଏସବୁ

ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ କରୋନା, ଏବେ କ୍ବାରେଣ୍ଟାଇନ୍‌ରେ

ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ

ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶଓ୍ବନ୍ତ ସିଂହଙ୍କ ପରଲୋକ, ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ

କରୋନା ରୋଗୀଙ୍କ ଠାରେ ଭିଟାମିନ୍‌—ଡି କେତେ ଜରୁରୀ ଜାଣନ୍ତୁ

ଆଉ କେତେ ଦିନ ଯାଏ ଅପେକ୍ଷା କରିବ ଭାରତ- ୟୁଏନ୍‌ରେ ପିଏମ୍‌ ମୋଦିଙ୍କ ଦମ୍ଭୋକ୍ତି