PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ମେ ୨୧କୁ ଅନ୍ତର୍ଜାତୀୟ ଚା’ ଦିବସ ଘୋଷିତ,୪ ବର୍ଷ ତଳେ ଭାରତ ଦେଇଥିଲା ପ୍ରସ୍ତାବ

ନୂଆଦିଲ୍ଲୀ ୧୬/୧୨: ଏଣିକି ପ୍ରତିବର୍ଷ ମେ ୨୧ ତାରିଖରେ ପାଳିତ ହେବ ‘ଅନ୍ତର୍ଜାତୀୟ ଚା’ ଦିବସ’ । ଭାରତର ପ୍ରସ୍ତାବ କ୍ରମେ ଜାତିସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ଭାରତର ପ୍ରସ୍ତାବ ଅନୁଯାୟୀ ଜୁନ୍‌ ୨୧ ତାରିଖରେ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ପାଳନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଚା’ ଉତ୍ପାଦନକାରୀ ଦେଶମାନେ ଡିସେମ୍ବର ୧୫ ତାରିଖରେ ଚା’ ଦିବସ ପାଳନ କରୁଥିଲେ । କିନ୍ତୁ ଡିସେମ୍ବର ୧୫ ପରିବର୍ତ୍ତେ ମେ ୨୧ ତାରିଖରେ ଚା’ ଦିବସ ପାଳନ କରାଯାଉ ବୋଲି ଏହାର ସମସ୍ତ ସଦସ୍ୟ ଦେଶମାନଙ୍କୁ ଜାତିସଂଘ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମେ ମାସରେ ଚା’ ଉତ୍ପାଦନ ସବୁଠାରୁ ଭଲ ହୋଇଥାଏ ।

ଏଣୁ ଏହି ମାସରେ ଚା’ ଦିବସ ପାଳନ କରିବାକୁ ୪ ବର୍ଷ ତଳେ ଭାରତ ସୁପାରିଶ କରିଥିଲା । ଚଳିତବର୍ଷ ପ୍ରାରମ୍ଭରେ ଇଟାଲୀର ମିଲାନ ସହରରେ ଆୟୋଜିତ ଅନ୍ତର୍ଜାତୀୟ ଖାଦ୍ୟ ଓ କୃଷି ସଙ୍ଗଠନ (ଏଫ୍‌ଏଓ)ର ଆନ୍ତଃ ସରକାରୀ ସମୂହ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏନେଇ ଜାତିସଂଘ ପକ୍ଷରୁ କୁହାଯାଇଛି ଯେ, ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ଚା’ର ଗୁରୁତ୍ୱପୂର୍ଣ୍ଣ ଭାଗିଦାର ନିମନ୍ତେ ଲୋକଙ୍କୁ ସଚେତନ କରିବା ହେଉଛି ଚା ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ।

ମେ ୨୧ ତାରିଖକୁ ଅନ୍ତର୍ଜାତୀୟ ଚା’ ଦିବସ ଘୋଷଣା କଲେ ଚା’ ଚାଷକୁ ପ୍ରୋତ୍ସାହନ ମିଳିପାରିବ । ଏହା ଗ୍ରାମୀଣ ଅଞ୍ଚଳଗୁଡ଼ିକରୁ ଦାରିଦ୍ର‌୍ୟ ଦୂର କରିବାରେ ସାହାୟକ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ, ନେପାଳ, ବାଂଲାଦେଶ,ଇଣ୍ଡୋନେସିଆ, ଶ୍ରୀଲଙ୍କା, ତଂଜାନିଆ ଆଦି ଚା’ ଉତ୍ପାଦନକାରୀ ଦେଶ ଡିସେମ୍ବର ୧୫ ତାରିଖରେ ଚା’ ଦିବସ ପାଳନ କରୁଥିଲେ ।

ସମ୍ବନ୍ଧିତ ଖବର