PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ବୃଦ୍ଧାଙ୍କୁ ପେନସନ୍ ଦେବାକୁ ପୋଷ୍ଟମାଷ୍ଟର ପ୍ରତି ମାସ ଚାଲିକି ଯାଆନ୍ତି ୨୫ କିଲୋମିଟର, ପାର କରି ଯାଆନ୍ତି ଜଙ୍ଗଲ,ନଦୀ ଓ ପାହାଡ

https://indianexpress.com

ଚେନ୍ନାଇ,୪।୮: ପରିବାର ଲୋକଙ୍କ ଭଲ ମନ୍ଦ ଖବର ହେଉ କିମ୍ବା ଜରୁରୀ କାଗଜପତ୍ର,  ସବୁକିଛି ପାଇଁ ଡାକସେବା ଉପରେ କରିବାକୁ ପଡୁଥିଲା। ସ୍ମାର୍ଟଫୋନ୍ ଓ ଇମେଲ୍‌ର ଏହି ଯୁଗରେ ଚିଠି ପତ୍ରର ଗୁରୁତ୍ବ କମିଛି। ଡାକସେବା ଉପରେ ଆଉ ଅଧିକ ଲୋକ ନିର୍ଭର କରୁନାହାନ୍ତି। କିନ୍ତୁ ଡାକସେବା ନିଜର କାମ ଜାରି ରଖିଛି। ଏବେ ବି ଦୁର୍ଗମ ଅଞ୍ଚଳରେ ଡାକସେବା ଜରିଆରେ ପେନସନ୍ ଓ ଜରୁରୀ କାଗଜପତ୍ର ଲୋକଙ୍କ ପାଖରେ ପହଁଞ୍ଚା ଯାଉଛି। ତାମିଲନାଡୁର ଏଭଳି ଜଣେ ପୋଷ୍ଟମାଷ୍ଟର ଏବେ ଲୋକଙ୍କର ହୃଦୟ ଜିଣି ନେଇଛନ୍ତି। ୫୫ ବର୍ଷୀୟ ଏହି ପୋଷ୍ଟମାଷ୍ଟର ଜଣକ ପ୍ରତି ମାସ ରବିବାର ‘କଲକ୍କଡ ମୁଣ୍ଡନଥୁରାଇ ଟାଇଗର ରିଜର୍ଭ ଜଙ୍ଗଲ’କୁ ଯାତ୍ରା କରିଥାନ୍ତି। କାରଣ ହେଉଛି ୧୧୦ ବର୍ଷୀୟା ମହିଳାଙ୍କୁ ୫ ବର୍ଷ ତଳେ ସେ ଦେଇଥିଲେ ପ୍ରତିଶୃତି। ଆଉ ପ୍ରତିଶୃତି ପାଳନ କରିବାକୁ ସେ ପଛଘୁଞ୍ଚା ଦେଇ ନାହାନ୍ତି।

ତାମିଲନାଡୁର କଲକ୍କଡ ମୁଣ୍ଡନଥୁରାଇ ଟାଇଗର ରିଜର୍ଭ ଜଙ୍ଗଲରେ ଥିବା ଇଞ୍ଜିକୁଝି ଆଦିବାସୀ ବସ୍ତିରେ ରୁହନ୍ତି ୧୧୦ ବର୍ଷୀୟ କୁଟ୍ଟିୟାମ୍ମାଲ। ଶତାୟୁ ବୃଦ୍ଧାଙ୍କୁ ଜିଲ୍ଲାପାଳ ବି. ବିଷ୍ଣୁ ୧ ହଜାର ଟଙ୍କାର ମାସିକ ପେନଶନ୍ ଦେବା ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଶେଷରେ ଟଙ୍କା ଡାକରେ ପଠାଯିବାର ନିଷ୍ପତ୍ତି ନିଆଯାଇଥିଲା। ସେତେବେଳେ ପାପନାସମ୍ ଅପର ଡ୍ୟାମ୍ ବ୍ରାଞ୍ଚର କେ ଏସ୍. କ୍ରିଷ୍ଟୁରାଜାଙ୍କୁ ଏହି ସ୍ପେଶାଲ ମିଶନ୍ ମିଳିଥିଲା। କ୍ରିଷ୍ଟୁରାଜାଙ୍କ କହିବା ଅନୁସାରେ, ମୁଁ ପ୍ରଥମେ ଡଙ୍ଗାରେ ୪ କିଲୋମିଟର ଯାଏ। ତା ପରେ ୧୦ କିଲୋମିଟର ଚାଲିକି ଯାଏ। ଯେତେବେଳେ ଡ୍ୟାମ୍‌ରେ ପାଣିର ସ୍ତର କମ୍ ହୋଇଥାଏ ତାଙ୍କୁ ୨୫ କିଲୋମିଟର ପାଦରେ ଚାଲିକି ଯିବାକୁ ପଡେ।

ପେନସନ୍ ଦେବାକୁ କ୍ରିଷ୍ଟୁରାଜାଙ୍କୁ ପୁରା ଦିନ ଲାଗିଯାଏ। ସେଥିପାଇଁ ସେ ମାସର ରବିବାର ଦିନ ହିଁ ଟଙ୍କା ଦେବାକୁ ଯାଇଥାନ୍ତି। ସେ କୁହନ୍ତି ସକାଳ ୭ଟା ବେଳେ ଯାତ୍ରା ଆରମ୍ଭ କରେ। ଜଙ୍ଗଲରେ ନଦୀ କୂଳରେ କିଛି ଜଳଖିଆ ଖାଇବା ପରେ ବସ୍ତି ପାଖରେ ଥିବା ମନ୍ଦିରରେ ପହଁଞ୍ଚିଥାଏ। ସେଠାରେ ଥିବା ନଦୀରେ ଗାଧୋଇବା ପରେ  କୁଟ୍ଟିୟାମ୍ମାଲଙ୍କ ଘରେ ପହଁଞ୍ଚିଯାଏ। ତାଙ୍କୁ ପେନଶନ୍ ଦେବାପରେ ଅଳ୍ପ ସମୟ ରହି ସନ୍ଧ୍ୟା ୫ଟାରେ ଡଙ୍ଗା ଧରିବାକୁ ଯାଏ। କ୍ରିଷ୍ଟୁରାଜ ‘ଏକ୍ସଟ୍ରା ଡିପାର୍ଟମେଣ୍ଟାଲ ଡେଲିଭରି ଏଜେଣ୍ଟ’ ଭାବରେ ୧୯ ମଇ ୧୯୯୭ ରେ ଚାକିରୀ ଆରମ୍ଭ କରିଥିଲେ। ସେ ଜଙ୍ଗଲରେ ଥିବା ଅଗାସ୍ତିୟାର କାନି ବସ୍ତିରେ ରୁହନ୍ତି।  

ସମ୍ବନ୍ଧିତ ଖବର