PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ନବବଧୂଙ୍କୁ ହତ୍ୟା ଅଭିଯୋଗ – ସ୍ୱାମୀ ଗିରଫ

ନୀଳଗିରି (ଆ.ପ୍ର):ସାତ ଜନ୍ମ ପାଇଁ ନିଜର କରିବାକୁ ହାତ ଧରିଥିଲେ।କିଏ ଜାଣିଥିଲା ସ୍ୱାମୀ ନିର୍ଯ୍ୟାତନା ବାରବାର ଦେବ।ଶେଷରେ ନବଵଧୁ ଜଣକର ମୃତ୍ୟୁ ପରେ ବାପ ଘର ଲୋକେ ବିଷ ପିଆଇ ମାରି ଦେଇଥିବା ଅଭିଯୋଗ ହୋଇଛି।ଏନେଇ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ସଦର ଥାନା ଅଧିନ ବାଙ୍ଗରା ଗ୍ରାମର ତ୍ରିଲୋଚନ ପାତ୍ର ଙ୍କ ଝିଅ ଗାୟତ୍ରୀ(୨୩)ଙ୍କୁ ନୀଳଗିରି ଥାନା ଔପଦା ବ୍ଲକ ସନ୍ତରାଗଡ଼ିଆ ଗ୍ରାମର ପ୍ରେମାନନ୍ଦ ମହାନ୍ତିଙ୍କ ପୁଅ ପ୍ରତ୍ୟୁଷ ଗତ ୨୧-୨-୨୧ ରିଖରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ଝିଅକୁ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯ୍ୟାତନା ।ତେବେ ଗତ ୭ ତାରିଖରେ ଗାୟତ୍ରୀ ଅସୁସ୍ଥ ହେବାକଥା ଶ୍ବଶୁର ଘର ଲୋକେ ବାପ ଘରକୁ ଖବର ଦେଇଥିଲେ। ନାମ ପରିବର୍ତ୍ତନ କରି ଶ୍ରଦ୍ଧାଞ୍ଜଳି ନାମରେ ହସ୍ପିଟାଲ ରେ ଭର୍ତ୍ତି କରି ଚିକିତ୍ସା ନେଇ ସନ୍ଦେହ ଉପୁଜିଥିଲା। ପରେ ଗାୟତ୍ରୀ ଗୁରୁତର ହୋଇ ବାଲେଶ୍ଵର,କଟକ ଓ ପରେ ଏମ୍ସ ରେ ଭର୍ତ୍ତି କରିଥିଲେ।

ଗତ ୧୬ ତାରିଖରେ ଘରକୁ ଫେରିବା ପରେ ପୁଣି ଅସୁସ୍ଥ ହେବାରୁ ବାଲେଶ୍ଵର ହସ୍ପିଟାଲରେ ଭର୍ତି ହୋଇଥିଲେ। ହେଲେ ତାଙ୍କର ଶୁକ୍ରବାରରେ ମୃତ୍ୟୁ ହୋଇଛି। ମୃତ୍ୟୁ ପୂର୍ବରୁ କିପରି ନିର୍ଯ୍ୟାତନା ଦିଅନ୍ତି ସମସ୍ତ ଘଟଣା ପରିବାର ଲୋକଙ୍କୁ ସେ ବଖାଣିବାର ଭିଡିଓ ଫୁଟେଜ କରାଯାଇଥିବା ଜଣାପଡିଛି। ଗାୟତ୍ରୀ ଙ୍କ ପରିବାର ତରଫରୁ ଲିଖିତ ଅଭିଯୋଗ ସଦର ଥାନାରେ ଦିଆଯାଇଥିଲେ ମଧ୍ୟ ଥାନା ବାବୁ ଏତଲା ନନେଇ ନୀଳଗିରିରେ ଅଭିଯୋଗ କର ବୋଲି କହିଥିବାର ଅଭିଯୋଗ ଉଠିଛି । ପୁଣି ନୀଳଗିରି ଥାନାରେ ପରିବାର ଲୋକେ ଅଭିଯୋଗ ପରେ ପୋଲିସ ୪୯୮-ଏ,୩୨୮,୩୪ ଆଇପିସି,ସେକ୍ସନ-୪ ଡିପି ଆକ୍ଟ ରେ ୨୮୪ ରେ ମାମଲା ରୁଜୁ ହୋଇଛି । ମାମଲାକୁ ଆଇଆଇସି ବାସୁଦେବ ଜୟସିଂହ ତଦନ୍ତ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ଜଣାପଡିଛି । ତେବେ ଝିଅକୁ ମାରିଦେଇଥିବା ଅଭିଯୋଗ ନେଇ ବାପା ନ୍ୟାୟ ମାଗିଥିବା ବେଳେ ଘଟଣାକୁ ନେଇ ଅଂଚଳରେ ଉତ୍ତେଜନା ଦେଖାଯାଇଛି ।