PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ବାପା-ମା’ଙ୍କ ରାଗରୁ ବର୍ତ୍ତିବା ପାଇଁ ନାବାଳକ ରଚିଥିଲା ଅପହରଣ ନାଟକ: ନିଜ ଜାଲରେ ନିଜେ ଫସିଗଲା,ବାଟରେ ଧରିଲା ପୁଲିସ

ଡେରାବିଶ,୦୫/୦୩: ବାପା-ମା’ଙ୍କ ଅତ୍ୟଧିକ ସ୍ନେହରୁ ପିଲାମାନେ କେମିତି ବାଟ ହୁଡ଼ିଯାଆନ୍ତି ତା’ର ଏକ ଉଦାହରଣ ଏଠାରେ ଦେଖିବାକୁ ମିଳିଛି । ପ୍ରେମିକାକୁ ଖୁସି କରିବା ଓ ବନ୍ଧୁମାନଙ୍କ ସାଙ୍ଗରେ ଅୟସ୍‌ କରିବା ପାଇଁ ଜଣେ ନାବାଳକ (୧୭ ବର୍ଷ) ବାପା-ମା’ଙ୍କ ଅଜାଣତରେ ବାପାଙ୍କ ଏଟିଏମ୍‌ରୁ ୭୭ ହଜାର ଟଙ୍କା ଉଠାଇ ନେଇ ଖର୍ଚ୍ଚ କରିଥିଲା । ବାପା-ମା’ ଜାଣିବା ପରେ ସେମାନଙ୍କ ରୋଷରୁ ବର୍ତ୍ତିବା ପାଇଁ ଏକ ମିଛିମିଛିକା ଅପହରଣ ନାଟକ ରଚିଥିଲା । ଶେଷରେ ସେ ନିଜ ଜାଲରେ ନିଜେ ଫସିଯାଇଥିଲା । ନିଜେ ପୁଲିସ୍‌ ଆଗରେ ପର୍ଦ୍ଦାଫାସ୍‌ କରିଥିଲା ଅପହରଣ ନାଟକର ସମ୍ପୂର୍ଣ୍ଣ କାହାଣୀ । ଏମିତିକା ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଡେରାବିଶ ଥାନା ଅନ୍ତର୍ଗତ ରଘୁଦେଇପୁର ପଂଚାୟତ ବେଲାରପୁର ଗ୍ରାମରେ ।

ମିଛ ଅପହରଣ ନାଟକ ରଚିଥିବା ନାବାଳକକୁ ଉଦ୍ଧାର କରିବା ପାଇଁ ଡେରାବିଶ ଆଇଆଇସି ଉମାକାନ୍ତ ନାୟକଙ୍କୁ ପୂରା ପୁଲିସ୍‌ ଟିମ୍‌ ସହିତ ରାତିସାରା ନୟାନ୍ତ ହେବାକୁ ପଡ଼ିଛି । ଶେଷରେ ପୁଲିସ୍‌ ସଂପୃକ୍ତ ନାବାଳକକୁ ଧରି ତା’ଠାରୁ ସତ ଓକାଳିବା ପରେ ତା’ ବାପା-ମା’ଙ୍କୁ ହସ୍ତାନ୍ତର କରିଛି । ଘଟଣାଟି ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ନାବାଳକର ବୟାନ ଅନୁଯାୟୀ ତା’ ବାପା ଧାନ ବିକି ବ୍ୟାଙ୍କରେ ଟଙ୍କା ଜମା ରଖିଥିଲେ । ଏହା ଜାଣିବା ପରେ ସଂପୃକ୍ତ ନାବାଳକ ବାପାଙ୍କ ଏଟିଏମ୍‌ କାର୍ଡ ଲୁଚାଇ ଆଣି ୧୫ ଦିନ ତଳେ ସେଥିରେ ୩୭ ହଜାର ଟଙ୍କା ଉଠାଇ ନେଇଥିଲା । ପୁଣି ମାର୍ଚ୍ଚ ୧ ତାରିଖ ଦିନ ଆଉ ୪୦ହଜାର ଟଙ୍କା ଉଠାଇ ଖର୍ଚ୍ଚ କରିଥିଲା । ଏ ସମ୍ପର୍କରେ ଜାଣି ବାପା-ମା’ ବିରକ୍ତ ହୋଇଥିଲେ । ବାପା-ମା’ଙ୍କ ରାଗରୁ ବର୍ତ୍ତିବା ପାଇଁ ସେ ତାରେଣୀ ଛକକୁ ବାଇକ୍‌ରେ ଆସି ସେହି ସମୟରେ ଏକ ବୋଲେରୋ ସେପଟେ ଜାତୀୟ ରାଜପଥ ଆଡ଼କୁ ଯାଉଥିବା ଦେଖି ଲିଫ୍‌ଟ୍‌ ମାଗି ସେଥିରେ ଯାଇଥିଲା । ଏହା ପରେ ସେମାନେ ବାଟରେ ଗାଡ଼ିରେ ଡିଜେଲ ପକାଇବା ସହ ହୋଟେଲ୍‌ରେ ଖାଇଥିଲେ । ଯାଜପୁରର ଭାକୁଡ଼ ଛକରେ ସେ ବୋଲେରୋରୁ ଓହ୍ଲାଇ ପଡ଼ିଥିଲା । ବାପାଙ୍କ ଏଟିଏମ୍‌ରେ ଉଠାଇ ଖର୍ଚ୍ଚ କରିଥିବା ଟଙ୍କା ରୋଜଗାର କରିବା ପରେ ସେ ଘରକୁ ଫେରିବ ନାହିଁ ବୋଲି ପ୍ରତିଜ୍ଞା କରି ଘରୁ ଚାଲିଯାଇଥିବା କଥା ନାବାଳକ ଜଣକ ପୁଲିସକୁ କହିଛି। ପୁଲିସ ତା’ ବାପା-ମା’ଙ୍କୁ ଡକାଇ ତାଗିଦ୍‌ କରିବା ପରେ ନାବାଳକକୁ ହସ୍ତାନ୍ତର କରିଛି ।

ସମ୍ବନ୍ଧିତ ଖବର