ନାବାଳକ ହାତରେ ଫୁଟିଲା ବୋମା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କୋଣାର୍କ,୩୦/୪: କୋଣାର୍କ ଥାନା ଅନ୍ତର୍ଗତ ବାହାରଣା ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳକ ହାତରେ ବୋମା ଫୁଟିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବୁଧବାର ସଂଧ୍ୟାରେ ଏହି ଘଟଣା ଘଟିଛି ।

ଖବରରୁ ପ୍ରକାଶ ଯେ, ସ୍ଥାନୀୟ ବାହାରଣା ଗ୍ରାମ ରାସ୍ତାକଡ଼ରେ ଥିବା ଏକ ଗଛରେ ବ୍ୟାଗ୍‌ଟିଏ ଟଙ୍ଗା ହୋଇଥିଲା । ଏହି ଗ୍ରାମର ଜଣେ ନାବାଳକ କୌତୁହଳରେ ବ୍ୟାଗ୍‌ଟିକୁ ତଳକୁ ଆଣି ଭିତରୁ ବୋମାଟିକୁ ବାହାର କରିବା ବେଳେ ଏହା ଫୁଟି ଯାଇଥିଲା । ଏଥିରେ ତାଙ୍କର ଗୋଡ଼ ଓ ହାତ ଖଣ୍ଡିଆଖାବରା ହୋଇଛି । ପ୍ରଚଣ୍ଡ ଶବ୍ଦ ଶୁଣି ଘଟଣା ସ୍ଥଳକୁ ଲୋକମାନଙ୍କ ସୁଅ ଛୁଟିଥିଲା । ଖବର ପାଇ କୋଣାର୍କ ପୁଲିସ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉକି ଗତ ୨୩ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ବାସଭବନ ଉପରକୁ ବୋମା ମାଡ଼ କରି ଗିରଫ ହୋଇଛନ୍ତି । ଏହି ବୋମାମାଡ଼ ଘଟଣା ସହ ଆଜି ଘଟଣାର ଲିଙ୍କ୍‌ ରହିଥିବା ଚର୍ଚ୍ଚା ହେଉଥିବା ବେଳେ ତଦନ୍ତ ପରେ ଏ ସଂପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ସୂଚନା ଦେଇଛନ୍ତି କୋଣାର୍କ ଥାନା ଆଇଆଇସି ରଂଜନ କୁମାର ମଲ୍ଲିକ । ଏହି ଘଟଣା ଏଠାରେ ଆଲୋଚନାର ବିଷୟ ହୋଇଛି

   ସମ୍ବନ୍ଧିତ ଖବର


କଫ୍ ସିରପ୍ ସହ ଜଣେ ଗିରଫ

କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଳମାଳ ଝିଣ୍ଟିକା, ଚାଷୀ ଭୟଭୀତ

ଶୁଣନ୍ତୁ ଭାଇରାଲ୍‌ ଅଡିଓ- କରୋନା ଯୋଦ୍ଧା ନର୍ସଙ୍କୁ ବରିଷ୍ଠ ଅଧିକାରୀଙ୍କ ଧମକ, ସସ୍‌ପେଣ୍ଡ ନୁହେଁ ଜେଲ୍‌କୁ ପଠାଇ ଦେବେ!

ନେପାଳ ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କଲେ ଓଡିଶାରେ ରହୁଥିବା ନେପାଳୀ- କହିଲେ ଚୀନ୍‌ର ରହିଛି ହାତ

ଭଦ୍ରକ ଜିଲ୍ଲାରେ ଘରୋଇ ବସ୍‌ ଚଳାଚଳ ବନ୍ଦ- ଦାବିରେ ଅଟଳ ଘରୋଇ ବସ ଓ ଟ୍ରକ କର୍ମଚାରୀ ସଂଘ

ଜୁନ୍ ମାସରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା