ଭୋଜି ଖାଇବାକୁ ଡାକି ନେଇ ନାବାଳକକୁ ଯୌନ ନିର୍ଯାତନା ଦେଲେ ଯୁବକ, ଅଭିଯୁକ୍ତକୁ ଅଟକ ରଖିଲା ପୁଲିସ

ପୁରୀ ୧୪/୦୧: ବଡ଼ଦାଣ୍ଡରୁ ଭୋଜି ଖାଇବାକୁ ଡାକି ନେଇ ନାବାଳକକୁ ଯୌନ ନିର୍ଯାତନା ଦେଇଛି ଜଣେ ଯୁବକ। ଯୁବକକୁ ଟାଉନ୍‌ ଥାନା ପୁଲିସ ଅଟକ ରଖିଛି । ହେଲେ ଏନେଇ ଥାନା ଆଇଆଇସି ଅଧିକ ତଥ୍ୟ ଦେଇନାହାନ୍ତି।

ମିଳିଥିବା ଖବର ଅନୁଯାୟୀ, ଜଣେ ବୃଦ୍ଧା ବଡଦାଣ୍ଡରେ କାକୁଡି ବିକନ୍ତି । ତାଙ୍କ ନିକଟରେ ଛିଡା ହୋଇଥିଲା ତାଙ୍କର ନାବାଳକ ନାତି । ଅଭିଯୁକ୍ତ ଜଣକ ଏହି ନାବାଳକକୁ ନେଇ ମଟନ ଖାଇବାକୁ ଦେବ ବୋଲି କହିଥିଲା। ଭୋଜି ହେଉଛି ବୋଲି କହିବାରୁ ବୃଦ୍ଧା ଜଣକ ନାତିକୁ ତା’ସହିତ ଛାଡିଥିଲେ । କିନ୍ତୁ ମଟନ ଖାଇବାକୁ ଦେବା ବଦଳରେ ଯୁବକ ଜଣକ ନାବାଳକକୁ ନେଇ ଏକ ନିକାଞ୍ଚନ ସ୍ଥାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୌନ ନିର୍ଯାତନା ଦେଇଥିବା ଖବର ମିଳିଛି । ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ଯୁବକ ଜଣକ ନାବାଳକକୁ ଧମକ ଦେଇଥିଲା ।
କିନ୍ତୁ ଆତଙ୍କିତ ଅବସ୍ଥାରେ ନାବାଳକ ଜଣକ ପରିବାର ଲୋକଙ୍କ ସମ୍ମୁଖରେ ସବୁ କଥା କହିଥିଲା । ଏହାପରେ ପରିବାର ଲୋକେ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ପୁଲିସ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖିଛି । କିନ୍ତୁ ଏନେଇ ଲିଖିତ ଅଭିଯୋଗ ହୋଇନଥିବା କହିଛନ୍ତି ଆଇଆଇସି ଉପେନ୍ଦ୍ର ପ୍ରଧାନ ।