ପ୍ରମୁଖ ଖବର
  • ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ: ଦ୍ୱିତୀୟ ଦଫା ଭୋଟ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ୧୨ ରାଜ୍ୟର ମୋଟ ୮୮ ଆସନରେ ମତଦାନ
  • ||

ଯୁବତୀଙ୍କ ସ୍ବାମୀ ନାବାଳକ କିନ୍ତୁ ହେବାକୁ ଯାଉଛନ୍ତି ବାପ, ଅଡ଼ୁଆରେ ଅଙ୍ଗନବାଡ଼ି କର୍ମୀ !

ଜଗତସିଂହପୁର,୦୫/୦୨: ବାପା ହେବାକୁ ଯାଉଛନ୍ତି ଜଣେ ନାବାଳକ ସ୍ୱାମୀ । ପତ୍ନୀ କିନ୍ତୁ ସାବାଳିକା ଏବଂ ଏବେ ୪ ମାସର ଅନ୍ତଃସତ୍ତ୍ୱା । କିନ୍ତୁ ସମସ୍ୟା ଉପୁଜିଛି, ଗର୍ଭବତୀ ପତ୍ନୀଙ୍କୁ ନେଇ । ଅଡ଼ୁଆରେ ପଡ଼ିଛନ୍ତି ସମ୍ପୃକ୍ତ ଅଞ୍ଚଳର ଅଙ୍ଗନବାଡ଼ି କର୍ମୀ । ବିଶେଷକରି ଗର୍ଭ ରହିବା ପରେ ସରକାରଙ୍କ ଯେଉଁ ମାତୃ କଲ୍ୟାଣ ଯୋଜନା ଉଭୟ ମା’ ଓ ଗର୍ଭସ୍ଥ ସନ୍ତାନଙ୍କ ପାଇଁ ରହିଛି ତାହାକୁ କିଭଳି ଏଠି କାର୍ଯ୍ୟକାରୀ କରାଯିବ । ଅବଶ୍ୟ ଏହା ଭିତରେ ସଂପୃକ୍ତା ଗର୍ଭବତୀ ମହିଳା ନିଜର ସ୍ୱାସ୍ଥ୍ୟଗତ ଚିକିତ୍ସା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କରାଇବାକୁ ଆସୁଛନ୍ତି । କିନ୍ତୁ ଚିକିତ୍ସା ସମୟରେ ନିଜ ସ୍ୱାମୀ ନାବାଳକ ବୋଲି ଜଣାଉଛନ୍ତି ନା ନାହିଁ ତାହା ସାମ୍ନାକୁ ଆସିପାରୁ ନାହିଁ । ଏପଟେ ସ୍ଥାନୀୟ ଅଞ୍ଚଳର ଆଶା ଓ ଅଙ୍ଗନବାଡ଼ି କର୍ମୀ ଏ ଦିଗରେ ଅବଗତ ରହିଛନ୍ତି କିମ୍ବା ସବୁ ଜାଣି ଘଟଣାକୁ ଚପାଇ ବସିଛନ୍ତି ତାହା ମଧ୍ୟ ସ୍ପଷ୍ଟ ଭାବେ ଜାଣି ହେଉନାହିଁ।

ଜଗତସିଂହପୁର ପୌରାଞ୍ଚଳର ସମସ୍ତ ୨୧ଟି ୱାର୍ଡରେ ବାଲ୍ୟ ବିବାହ ଭଳି କୁତ୍ସିତ ପ୍ରଥାକୁ ବିରୋଧ କରିବାକୁ ଜନସାଧାରଣଙ୍କୁ ସଚେତନ କରିବାକୁ ଚାଇଲ୍ଡଲାଇନ୍‌ ପକ୍ଷରୁ ଉଦ୍ୟମ ଜାରି ରହିଛି । ହେଲେ ଏହା କେତେଦୂର ଫଳପ୍ରସୂ ହେବ ତାହାକୁ ନେଇ ସନ୍ଦେହ ଉପୁଜିଛି । କାରଣ ଜଗତସିଂହପୁର ଥାନା ଅଞ୍ଚଳରେ ଜଣେ ଯୁବତୀ ଅନ୍ତଃସତ୍ତ୍ୱା ରହିଥିବା ବେଳେ ତାଙ୍କ ସ୍ୱାମୀ କିନ୍ତୁ ନାବାଳକ ଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ମିଳିଛି । ଅଥଚ ଘଟଣାଟିକୁ ଚପାଇ ରଖାଯାଇଛି । ଅବଶ୍ୟ ରଘୁନାଥପୁର ଥାନାରେ ପ୍ରଥମରୁ ସଂପୃକ୍ତା ଯୁବତୀଙ୍କୁ ଅପହରଣ କରାଯିବା ନେଇ ଏକ ଏତଲା ହୋଇଥିଲା । ସେତେବେଳେ ଜଗତସିଂହପୁର ଥାନା ଅଞ୍ଚଳର ଜଣେ ଯୁବକ ଓ ତା’ର କିଛି ସାଥୀ ଏଭଳି ଘଟଣାରେ ସଂପୃକ୍ତ ଥିବା ନେଇ ପୁଲିସର ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ପୁଲିସ ଏ ଦିଗରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ତାହା ଏବେବି ସ୍ପଷ୍ଟ ଭାବେ ଜଣାପଡ଼ୁ ନାହିଁ । ଗତ ଅଗଷ୍ଟ ମାସରେ ସଂପୃକ୍ତା ଯୁବତୀଙ୍କୁ ରଘୁନାଥପୁର ଥାନା ଅଞ୍ଚଳରୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା । ବାସ୍ତବ ପକ୍ଷେ କିନ୍ତୁ ଯୁବତୀ ନିଜ ଇଚ୍ଛାରେ ଜଣେ ନାବାଳକଙ୍କୁ ସ୍ୱାମୀ ଭାବେ ଗ୍ରହଣ କରି ଜଗତସିଂହପୁର ଚାଲି ଆସିଥିଲେ । ତେବେ ପୁଲିସ ମାମଲା ହୋଇଥିବାରୁ ଗତ ସେପ୍ଟେମ୍ବର ମାସରେ ସଂପୃକ୍ତା ମହିଳା ନିଜ ସ୍ୱାମୀଙ୍କୁ ଛାଡ଼ି ମା’ ପାଖକୁ ଚାଲି ଯାଇଥିଲେ । ମାତ୍ର ଗୋଟିଏ ଦିନ ରହିବା ପରେ ପୁଣି ନିଜ ସ୍ୱାମୀଙ୍କ ପାଖକୁ ଫେରି ଆସିଛନ୍ତି । ଆଇନ ଦୃଷ୍ଟିକୋଣରୁ ଜଣେ ନାବାଳକଙ୍କୁ ସ୍ୱାମୀ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । ଏବେ ପୁଣି ମହିଳା ଅନ୍ତସତ୍ତ୍ୱା । ତେଣୁ ବିବାଦୀୟ ସ୍ଥିତିରେ ଘଟଣାଟି ପହଞ୍ଚିଥିବାରୁ ସିଡ଼ବ୍ଲୁସି ପକ୍ଷରୁ ଏହାର ଅନୁସନ୍ଧାନ କରାଯିବା ଜରୁରି ହୋଇପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.