ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ବସ୍ ହେଲ୍‌ପରକୁ ବାନ୍ଧିଲା ପୁଲିସ୍

ଭୁବନେଶ୍ୱର,୨୦/୦୮: ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ ପରେ ଦୁଷ୍କର୍ମ କରିିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ତାପସ ଦାସ(୧୯)।

ସୂଚନା ମୁତାବକ, ତାପସ ଖଣ୍ଡଗିରି ଥାନା ଅଧୀନ ପାତ୍ରପଡ଼ା ଅଞ୍ଚଳରେ ଘର ଭଡ଼ା ନେଇ ରହିବା ସହ ବସ୍‌ରେ ହେଲ୍‌ପର କାମ କରୁଥିଲେ । ଡୁମଡୁମା ଅଞ୍ଚଳରେ ରହୁଥିବା ଜଣେ ନାବାଳିକାଙ୍କୁ ତାପସ ଭଳିକି ଭଳି ଗିଫ୍ଟ ଆଇଟମ୍‌ ଦେଇ ପ୍ରେମ ଜାଲରେ ଫସାଇଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଗତ ୧୧ରେ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ । ପରେ ଏକ ଭଡ଼ା ଘରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ । ଅଭିଯୋଗ ପରେ ପୁଲିସ ଉକ୍ତ ଘରୁ ନାବାଳିକାଙ୍କୁ ଉଦ୍ଧାର କରିଛି । ନାବାଳିକାଙ୍କ ସହ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିଛି । ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

   ସମ୍ବନ୍ଧିତ ଖବର


ବିନ୍ଦୁସାଗରରେ ଡଙ୍ଗା ଭସା ମନା, କଟକଣା ଜାରି କଲା ବିଏମ୍‌ସି

ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

୧୦ ଦିନରେ ପୁଲିସକୁ ମିଳିଲା ୪ ଶବ ତିନୋଟି ହତ୍ୟାକାଣ୍ଡ- ସିରିଏଲ୍‌ କିଲର୍‌ ଗ୍ୟାଙ୍ଗର କାରନାମା, ମାତ୍ର ୧୫୦ ଦୁଇ ଶହ ଟଙ୍କା ଲୁଟ୍‌ ପରେ କରୁଥିଲେ ହତ୍ୟା

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ସାଇକେଲ୍‌ ବନ୍ଧା ରଖିବାରୁ ଛୁରୀ ଭୁଷି ହତ୍ୟା

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍‌ରୁ ଆଣୁଥିଲା ଯୁବତୀଙ୍କୁ