ନିଖୋଜ ନାବାଳିକାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଯୋଡ଼ା ୨୦/୪: ଘର ପାଖରେ ଖେଳୁଥିଲା ୫ ବର୍ଷର ଶିଶୁକନ୍ୟା । ହଠାତ୍‌ ଗତକାଲି ସନ୍ଧ୍ୟାରେ କେଉଁଆଡ଼େ ସେ ନିଖୋଜ ହୋଇଯାଇଥିଲା । ଜାମିର୍ତ୍ତା ଜଙ୍ଗଲରୁ ଆଜି ତା’ର ମୃତଦେହକୁ ବାମେବାରୀ ପୁଲିସ୍‌ ଉଦ୍ଧାର କରିଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ । ଶିଶୁଟିକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଶିଶୁଟିର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଅଭିଯୋଗ ଅନୁସାରେ, ମୃତ ଶିଶୁକନ୍ୟା ଜଣକ କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତର ଜାମିର୍ତ୍ତା ଗାଁର ରଘୁ ମୁଣ୍ଡାଙ୍କ ଝିଅ । ଗତକାଲି ସନ୍ଧ୍ୟା ସମୟରେ ଶିଶୁକନ୍ୟାଟି ଘର ପାଖରେ ଖେଳୁଥିଲା । ହଠାତ୍‌ କୁଆଡ଼େ ଚାଲିଯାଇଥିବା ନେଇ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ । ହେଲେ ତା’କୁ ପାଇ ନ ଥିଲେ । ଗାଁ ନିକଟରେ ଥିବା ଜାମିର୍ତ୍ତା ଜଙ୍ଗଲରେ ଶିଶୁକନ୍ୟାର ମୃତଦେହ ପଡ଼ିଥିବା କିଛି ଲୋକ ଦେଖିଥିଲେ । ତୁରନ୍ତ ପୁଲିସକୁ ଖବର ଦେବା ପରେ ବାମେବାରୀ ଥାନା ଅଧିକାରୀ ଅମିତାଭ ଦାସ ମୃତ ଶିଶୁକୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

ମୃତଦେହଟି ରଘୁ ମୁଣ୍ଡାଙ୍କ ଝିଅ ବୋଲି ସ୍ପଷ୍ଟ ହୋଇଛି । କେହି ଦୁର୍ବୃତ୍ତ ଜଙ୍ଗଲକୁ ଡାକି ନେଇ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ବଡ଼ବିଲ ଏସ୍‌ଡିପିଓ ସତ୍ୟବିକାଶ ଭୂୟାଁ, ଯୋଡ଼ା ଥାନା ଅଧିକାରୀ ରାଇସେନ ମୁର୍ମୁଙ୍କ ସହ ବାମେବାରୀ ପୁଲିସ୍‌ ଘଟଣାସ୍ଥଳରେ ତନାଘନା ଆରମ୍ଭ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ୍‌ ସୂଚନା ଦେଇଛି । ତୁରନ୍ତ ଦୁର୍ବୃତ୍ତକୁ ଗିରଫ କରାଯିବ ବୋଲି ପୁଲିସ୍‌ କହିଛି ।

   ସମ୍ବନ୍ଧିତ ଖବର


ଗୋରୁ ବୋଝେଇ ଗାଡ଼ି ଜବତ, ଡ୍ରାଇଭର ସମେତ ଦୁଇ ଅଟକ

ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ବନବିଭାଗ ଫରେଷ୍ଟ ଗାର୍ଡ ନିଖୋଜ, ଥାନାରେ ଏତଲା

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

ଗୁପ୍‌ଚୁପ୍‌ ଖୁଆଇବା ବାହାନାରେ ଦିବ୍ୟାଙ୍ଗ ଯୁବତୀକୁ ଘରୁ ଡାକି ନେଇ ଦୁଷ୍କର୍ମ, ମାମଲା ରୁଜୁ ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ