PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଖାକିକୁ ବାନ୍ଧିଲା ଖାକି: ନାବାଳିକାକୁ ବିବାହର ଭରଷା ଦେଇ ଶାରୀରିକ ସମ୍ପର୍କ ପରେ ଠକି ଥିବା ହୋମଗାର୍ଡ ଗିରଫ

ଦିଗପହଣ୍ଡି,୦୪/୦୫: ଦିଗପହଣ୍ଡି ବ୍ଲକ୍‌ର ଏକ ଗ୍ରାମର ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଜଣେ ହୋମଗାର୍ଡ ଯୌନ ଶୋଷଣ କରିବା ସହ ଶାରୀରିକ ସମ୍ପର୍କ ରଖିଥିଲେ । ନାବାଳିକା ଜଣକ ଗର୍ଭବତୀ ହେବା ପରେ ହୋମଗାର୍ଡ ଜଣକ ପ୍ରତାରଣା କରିଥିଲେ ।

କୁମାରୀ ମାତୃତ୍ୱର ୧୦ ମାସ ପରେ ପୀଡ଼ିତାଙ୍କ ଏତଲାକୁ ଭିତ୍ତି କରି ଦିଗପହଣ୍ଡି ପୁଲିସ ସମ୍ପୃକ୍ତ ଥାନାରେ କାମ କରୁଥିବା ବିଜୟ ପଦ୍ମନାଭପୁର ଲାଡ଼ିଗାଁର ହୋମଗାର୍ଡ ନିରଞ୍ଜନ ସେଠୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛି । ଅଭିଯୁକ୍ତ ହୋମଗାର୍ଡଙ୍କୁ ପୁଲିସ ଗିରଫ କରି ଡାକ୍ତରୀ ମାଇନା ପରେ ଗୁରୁବାର ବ୍ରହ୍ମପୁରସ୍ଥିତ ସ୍ୱତନ୍ତ୍ର ପୋକ୍ସୋ କୋର୍ଟକୁ ଚାଲାଣ କରିଛି । ଥାନା କେସ୍‌ ନମ୍ବର ୧୩୪/୨୦୨୧ ସମେତ ଶିଶୁ ଯୌନ ଉତ୍ପୀଡ଼ନ ନିରୋଧ ପୋକ୍ସୋ ଆଇନ ଧାରା-୪(୨)/୬ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଗତ ୨୦୨୦ ଜୁଲାଇ ୪ ତାରିଖରେ ପୀଡ଼ିତା ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଘଟଣାର ଆପୋଷ ସମାଧାନ ନହେବା ପରେ ପୀଡିତା ନାବାଳିକା ବାପଘରେ ରହୁଥିଲେ । ସେ ବୁଧବାର ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା ପରେ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି।