PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ପୁରୀରେ ଲୋମ ଟାଙ୍କୁରା ଘଟଣା: ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ଚମ୍ପଟ୍ ମାରିଲା ଅଭିଯୁକ୍ତ, ଗୁରୁତର ଅବସ୍ଥାରେ ଏସ୍‌ସିବିରେ ଭର୍ତ୍ତି…

ପୁରୀ,୨୪/୦୧: ପୁରୀରେ ଘଟିଛି ଲୋମ ହର୍ଷଣକାରୀ ଘଟଣା । ଜଣେ ୫ ବର୍ଷର ଶିଶୁକନ୍ୟାକୁ ଅମାନୁଷିକ ଭାବେ ଦୁଷ୍କର୍ମ କରାଯାଇଛି । ଘଟଣା ଘଟିଛି ଟାଉନ୍‌ ଥାନା ଅଧୀନ ସିଦ୍ଧବକୁଳ ଲେନ୍‌ରେ । ଶିଶୁ ସହ ଏମିତି କାଣ୍ଡ ଘଟାଇଛି ମହେଶ ମହାନ୍ତି (୩୫) । ଏହି ଘଟଣାରେ ଶିଶୁର ଅବସ୍ଥା ସାଙ୍ଘାତିକ ହୋଇଛି । ଶିଶୁଟିକୁ ଗୁରୁତର ଅବସ୍ଥାରେ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଏସ୍‌ସିବିରେ ଏବେ ଚିକିତ୍ସାଧୀନ ଅଛି । ଏନେଇ ପୁଲିସ୍‌ କେସ୍‌ ନମ୍ବର ୨୦/୨୨ରେ ମାମଲା କରିଛି । ଏବେ ଅଭିଯୁକ୍ତ ମହେଶ ଫେରାର ରହିଛି । ଶିଶୁକନ୍ୟାର ପରିବାର ରହୁଥିବା ପାଖ ଲେନ୍‌ର ମହେଶ ରହୁଥିବା ପୁଲିସ୍‌ କହିଛି ।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ରବିବାର ପୂର୍ବାହ୍ନ ୧୧ଟା ସମୟରେ ଅଭିଯୁକ୍ତ ଜଣକ ଶିଶୁକନ୍ୟାର ଘରକୁ ଆସିଥିଲା । ଝିଅଟିକୁ ଛାତ ଉପରକୁ ଡାକି ନେଇ ଦୁଷ୍କର୍ମ କରିଥିଲା । ଏହି ସମୟରେ ଶିଶୁର ମା’ ଦେଖି ଦେଇଥିଲେ । ଚିତ୍କାର କରିବାରୁ ଅଭିଯୁକ୍ତ ଶିଶୁକୁ ଛାଡ଼ି ଦୌଡ଼ିଥିଲା । ଏହାପରେ ଶିଶୁକୁ ଡାକ୍ତରଖାନା ନେଇଥିଲେ ପରିବାର । ଏହି ସମୟରେ ଟାଉନ୍‌ ଥାନା ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ପହଞ୍ଚିବା ବେଳକୁ ଅଭିଯୁକ୍ତ ଘଟଣା ସ୍ଥଳରୁ ଖସି ଯାଇଥିବା କହିଛନ୍ତି ଆଇଆଇସି ଗୋକୁଳ ରଞ୍ଜନ ଦାସ । ଶିଶୁଟିକୁ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ଏସ୍‌ପି କେ.ବିଶାଲ୍‌ ସିଂହ ତାର ଅବସ୍ଥା ଅନୁଧ୍ୟାନ କରିବା ସହ ଘଟଣା ସ୍ଥଳକୁ ଯାଇ ମଧ୍ୟ ଛାନ୍‌ଭିନ୍‌ କରିଥିଲେ । ଏନେଇ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଦଫା ୩୭୬ (କଖ) ଓ ପୋକ୍‌ସୋ ଆକ୍ଟ ୬ ବଳରେ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି ପୁଲିସ । ରାତି ପର୍ଯ୍ୟନ୍ତ ଅଭିଯୁକ୍ତର ପତ୍ତା ମିଳି ନଥିବା କହିଛନ୍ତି ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ । ଏନେଇ ୪ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରିଛନ୍ତି ଏସ୍‌ପି । ଟିମ୍‌ ସହରର ବିଭିନ୍ନ ସ୍ଥାନରେ ଚଢଉ କରି ବିଫଳ ହୋଇଛି । ଏପରିକି ଜିଲ୍ଲା ବାହାରକୁ ଯାଇ ଚଢଉ କରିଛି ।

ସମ୍ବନ୍ଧିତ ଖବର