ଧର୍ମ ଦ୍ରୋହୀ ଧରମବାପା: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ଭୁବନେଶ୍ୱର ୫/୩: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି । ସେ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅଞ୍ଚଳର ଚନ୍ଦ୍ରଶେଖର ପ୍ରଧାନ (୩୭) । ନାବାଳିକା ତାଙ୍କ ସମ୍ପର୍କୀୟ ହେବେ ।  

ପୁଲିସ କହିବା ମୁତାବକ, ସହିଦନଗର ଥାନା ଅଧୀନ ଆଖଣ୍ଡଳମଣୀ ବସ୍ତି ଅଞ୍ଚଳରେ ଚନ୍ଦ୍ରଶେଖର ରହୁଥିଲେ । ତାଙ୍କର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ତାଙ୍କ ଏକ ଜଳଖିଆ ଦୋକାନ ଥିଲା । କିଛି ଦିନ ତଳେ ଆଖଣ୍ଡଳମଣୀ ବସ୍ତିରେ ରହୁଥିବା ଜଣେ ୧୭ ବର୍ଷୀୟ ନାବଳିକାକୁ ଧରମ ଝିଅ କରି ଘରକୁ ଆଣିଥିଲେ ଚନ୍ଦ୍ରଶେଖର । ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରୁଥିଲେ । ଘଟଣା ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମଙ୍ଗଳବାର ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀ ମାଇନା ପରେ କୋର୍ଟଚାଲାଣ କରିଥିଲା । ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି

   ସମ୍ବନ୍ଧିତ ଖବର


IIFL ଡକାୟତି ଘଟଣା: ସିକ୍ୟୁରିଟି ଗାର୍ଡ ପାଖରେ ଦୁଇ ଦାମୀ କାର ଜବତ, ପୁଣି ରିମାଣ୍ଡ୍‌ରେ ଲାଲା ଓ ତାର ଦୁଇ ସହଯୋଗୀ

ବେଶ ଓଲାଗି ପରେ ନେଇଗଲେ ଦୁର୍ଲଭ ନାଗାର୍ଜୁନ ବେଶର ସୂର୍ଯ୍ୟ-ଚନ୍ଦ୍ର: ତଦନ୍ତ କରିବେ ଶ୍ରୀମନ୍ଦିର କମାଣ୍ଡର ଓ ନୀତି ପ୍ରଶାସକ

ଆଇଏଫ୍‌ଏସ୍‌ ଅଫିସର ଅଭୟଙ୍କ ସମ୍ପତ୍ତି ଆକଳନ କରିବ ଏସ୍‌ଆଇଟି ଟିମ୍, ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ

କାର୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା: ଅଳ୍ପକେ ବର୍ତ୍ତିଲେ କୋରାପୁଟ ଅତିରିକ୍ତ ଏସ୍‌ପିଙ୍କ ପରିବାର, ୪ ଆହତ

ବିଧାନସଭା ଆଗରେ ମା-ଭାଇଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଅମୃତ ମୁତ୍ୟୁ ରହସ୍ୟର ପୂର୍ଣ୍ଣଚ୍ଛେଦ ଟାଣିଲେ ଏସ୍‌ପି, ଦୁର୍ଘଟଣା ଯୋଗୁଁ ମସ୍ତିଷ୍କରେ ଆଘାତ ଲାଗି ଯାଇଥିଲା ପ୍ରାଣ