ଯୌନ ରାକ୍ଷସ ଭାଇ ବୁଝିଲାନି ପବିତ୍ର ରାଖୀର ବନ୍ଧନ: ଦାଦାର ନାବାଳିକା ଝିଅକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ

କୋଇଡା,୦୧/୧୨: ଭାଇ ଉଭଣୀ ସମ୍ପର୍କକୁ କଳୁଷିତ କଲା ଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ପାଟମୁଣ୍ଡା ପଞ୍ଚାୟତର କଦମଡ଼ିହି ଗ୍ରାମରେ। ଯୌନ ରାକ୍ଷସ ଭାଇ ପବିତ୍ର ରାଖୀ ପରି ବନ୍ଧନକୁ ବୁଝିବା ତ ଦୂରର କଥା ମାସ ମାସ ଧରି ଭଉଣୀକୁ ଦୁଷ୍କର୍ମ କରି ଚାଲିଥିଲା । ଘଟଣାକୁ ପଦାକୁ ଆସିବା ପରେ ଏବେ ଭାଇକୁ ଧରିଛି ପୁଲିସ୍‌ ।

ଏହି ଗ୍ରାମରେ ରହୁଥିବା ବଡ଼ବାପା ପୁଅ (ନାବାଳକ) ନିଜ ଦାଦାଙ୍କ ନାବାଳିକା ଝିଅକୁ ଗତ ଦୁଇ ମାସ ହେଲା ଦୁଷ୍କର୍ମ କରି ଆସୁଥିଲା । ଝିଅର ଋତୁସ୍ରାବ ନହେବାରୁ ବାପାମା’ଙ୍କ ସନ୍ଦେହ ହୋଇଥିଲା । ଝିଅକୁ ଏ ବିଷୟରେ ପଚାରିବା ପରେ ସେ ସବୁ କଥା ନିଜ ମା’ଙ୍କୁ କହିଥିଲେ । ଏହା ପରେ ମାମଲା ଯାଇଥିଲା ଥାନାକୁ । ସେତେ ବେଳକୁ ପୀଡ଼ିତା ଦୁଇ ମାସର ଗର୍ଭବତୀ ହୋଇଛନ୍ତି । ପୀଡ଼ିତା ଅଭିଯୋଗ କରିଛନ୍ତି ଦୁଇ ମାସ ପୂର୍ବେ ବଡ଼ବାପା ପୁଅ ଭାଇ ତାଙ୍କୁ ଜୋରଜବରଦସ୍ତ ରାତିରେ ବଳାତ୍କାର କରି ଆସୁଥିଲା । ଏ କଥା କାହା ଆଗରେ ପ୍ରକାଶ କଲେ ବାପାମା’ଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇ ଆସୁଥିଲେ । ପୁଲିସ୍‌ ଏ ନେଇ ଏକ ମାମଲା ରୁଜୁ କରି ନାବାଳକକୁ ଧରିବା ସହ ବାଳ ସୁଧାର ଗୃହକୁ ପଠାଇଛି।