PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଲଜ୍ଜା: କାମୁକଙ୍କ ହାବୁଡ଼ରୁ ବଞ୍ଚିବା ପାଇଁ ରାସ୍ତ‌ାରେ ଦୌଡ଼ିଲେ ନାବାଳିକା ଛାତ୍ରୀ, ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ୪ ଗିରଫ

କାଳିଆପାଣି,୯/୦୩: ସୁକିନ୍ଦା ଖଣି ଅଞ୍ଚଳର ଟାଟା ଖଣି ପରିସରରେ ଥିବା କାଟେପୂର୍ତ୍ତି ଅଡିଟୋରିୟମରେ ମହିଳା ଦିବସ ପାଳନ ହେଉଥିବା ବେଳେ ସଂପୃକ୍ତ ସ୍ଥାନରୁ ଅନତି ଦୂରରେ ଭିମଟାଙ୍ଗର ଗ୍ରାମ ନିକଟ ବୁଦବୁଦିଆ ଜଙ୍ଗଲରେ ଜଣେ ଆଦିବାସୀ ନାବାଳିକାକୁ ୪ଜଣ ଯୁବକ ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି। ପୀଡ଼ିତାର ଅଭିଯୋଗ କ୍ରମେ ପୁଲିସ କେସ୍‌ ନଂ ୨୪/୨୧ ଓ ନାବାଳିକା ନିର୍ଯାତନା ନିରୋଧ ଆଇନ ଅନୁଯାୟୀ ଏକମାମଲା ରୁଜୁ କରିଯାଇଛି । ୪ଜଣ ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରିଛି।

ଯାଜପୁର ଜିଲ୍ଲା କାଳିଆପାଣି ଥାନାର କଲରଙ୍ଗୀ ଗ୍ରାମର ଜଣେ ନାବାଳକ ସହ ଡୁବୁରୀ ଅଞ୍ଚଳର ଜନୈକା ନାବାଳିକା ଏକ ବସ୍‌ରେ ବ୍ରାହ୍ମଣୀପାଳରୁ ଆସି ଟାଟା ବଜାରରେ ଓହ୍ଲାଇଥିଲେ । ଟମକା-ମଙ୍ଗଳପୁର ଖଣି ଅଞ୍ଚଳ ରାସ୍ତାରେ ଚାଲିଚାଲି କଲରଙ୍ଗୀ ଗ୍ରାମ ଆଡ଼କୁ ଯାଇଥିଲେ । ପାଖ ହେବ ବୋଲି ଭିମଟାଙ୍ଗର ଗ୍ରାମ ପରେ କଲରଙ୍ଗୀ ଢାବା ଛକକୁ ଯିବା ପାଇଁ ଥିବା ଏକ ପାଦ ଚଲା ଗଳି ରାସ୍ତାରେ ଯାଇଥିଲେ । ଅଚାନକ ଦୁଇଟି ବାଇକ୍‌ରେ ୪ଜଣ ଅସାମାଜିକ ଯୁବକ ଆସି ସେମାନଙ୍କୁ ଅଟକାଇଥିଲେ । ନାବାଳକ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଅଟକାଇଥିବା ଯୁବକଙ୍କ ସହ ଯୁକ୍ତିତର୍କ କରିଥିଲା । ମାତ୍ର କାମାନ୍ଧ ଯୁବକମାନେ ନାବାଳକକୁ ଆକ୍ରମଣ କରିଥିଲେ । ଦୁଇ ଜଣ ନାବାଳିକାକୁ ଜଙ୍ଗଲ ଭିତରକୁ ଟେକି ନେଇଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକ ନାବାଳକକୁ ମାଡ଼ ମାରିଥିଲେ । କୌଶଳ କ୍ରମେ ନାବାଳକଟି ସେମାନଙ୍କ ନିକଟରୁ ଖସି ପଳାଇ ଆସିଥିଲା ।

ଏପଟେ କାମାନ୍ଧ ଯୁବକମାନେ ନାବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ନାବାଳିକା ଜଣକ ସେମାନଙ୍କ ସହିତ ଲଢ଼ି ମୁଖ୍ୟ ରାସ୍ତାକୁ ଦୌଡ଼ି ପଳାଇ ଆସିଥିଲେ । ରାସ୍ତା ଉପରେ ବଡ଼ ପାଟିରେ ଚିତ୍କାର କରିବାରୁ କିଛି ଲୋକ ଏକତ୍ରିତ ହୋଇ ଯାଇଥିଲେ । ସେମାନେ ତାକୁ ଉଦ୍ଧାର କରି କାଳିଆପାଣି ଥାନାକୁ ଖବର ଦେଇଥିଲେ । ପୁଲିସ ନାବାଳିକାକୁ ଉଦ୍ଧାର କରିଥିଲା । ନାବାଳକର ବୟାନ ଅନୁଯାୟୀ ପୁଲିସ ଟାଟା ହଟିଂ ତାରେଣୀ ମାର୍କେଟ୍‌ରେ ରହୁଥିବା ଧାମନଗର ଥାନା ଦଶରଥପୁର ଗ୍ରାମର ଆଦିତ୍ୟ ପୃଷ୍ଟିଙ୍କ ପୁଅ ସନ୍ତୋଷ (୩୧), ତାରେଣୀ ମାର୍କେଟ୍‌ର ବୃନ୍ଦାବନ ନାଏକଙ୍କ ପୁଅ ରବି (୨୦), ମଲ୍ଲାରସାହିର ଗୋକୁଳ ମହାନ୍ତଙ୍କ ପୁଅ ସିଲୁ (୨୦) ,କାଟେପୂର୍ତ୍ତିନଗରର ସନାତନ ବେହେରାଙ୍କ ପୁଅ ସତ୍ୟବ୍ରତ (୨୦)କୁ ଥାନାକୁ ଗିରଫ କରିଛି। ପୀଡ଼ିତାର ଅଭିଯୋଗ କ୍ରମେ ପୁଲିସ କେସ୍‌ ନଂ ୨୪/୨୧ ଓ ନାବାଳିକା ନିର୍ଯାତନା ନିରୋଧ ଆଇନ ଅନୁଯାୟୀ ଏକମାମଲା ରୁଜୁ କରିଛି ।