ରାତିରେ ଶୋଇଥିବା ଅବସ୍ଥାରେ ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୧୪ ଜଣ ସନ୍ଦିଗ୍ଧକୁ ଉଠାଇ ଆଣିଲା ପୁଲିସ୍

ସମ୍ବଲପୁର ୦୩/୦୪: କରୋନା ପାଇଁ ଲକ୍‌ ଡାଉନ୍‌ ସମୟରେ ଅଘଟଣ । ଶାସନ ଥାନା ଅନ୍ତର୍ଗତ ପରମାଣପୁର ଅଞ୍ଚଳର ଜଣେ ନାବାଳିକାକୁ ଘରୁ ଟେକି ନେଇ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଭୋର୍‌ ପ୍ରାୟ ୪ଟାରେ ସମ୍ବଲପୁର ଏସ୍‌ପି ଡା.କନୱର୍‌ ବିଶାଲ ସିଂହ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ସେପଟେ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ସନ୍ଦେହରେ ପୁଲିସ୍‌ ୧୪ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ଆଣି ପଚରାଉଚରା କରୁଛି ।

ପୁଲିସ୍‌ ସୂଚନା ଅନୁସାରେ ଗତକାଲି ରାତିରେ ପରମାଣପୁର ନୂଆପାଲି ଅଞ୍ଚଳରେ ଜଣେ ନାବାଳିକା ନିଜ ପରିବାର ଲୋକଙ୍କ ସହ ରାତ୍ରି ଭୋଜନ ସାରିବା ପରେ ଶୋଇଥିଲା । ପ୍ରାୟ ରାତି ୨ଟାରୁ ୩ଟା ଭିତରେ କେହି ଜଣେ ଦୁର୍ବୃତ୍ତ ଘର ଭିତରେ ପଶି ନାବାଳିକାର ପାଟି ବନ୍ଦ କରିବା ସହ ତାଙ୍କୁ ଘରୁ ଟେକି ନେଇଥିଲା । ପରେ ନାବାଳିକାକୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ଛାଡି ଦେବା ପାଇଁ କାକୁତିମୀନତି ହୋଇଥିଲେ ମଧ୍ୟ ଦୁର୍ବୃତ୍ତ ଶୁଣିନଥିଲା । ପରେ ନାବାଳିକାକୁ ଘର ସାମ୍ନାରେ ପକାଇ ଫେରାର ମାରିଥିଲା । ଘର ଲୋକ ବାହାରକୁ ଆସି ଦେଖିବା ବେଳକୁ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଘର ସାମ୍ନାରେ ପଡ଼ି ରହିଥିଲା । ପରିବାର ଲୋକେ ପରମାଣପୁର ଫାଣ୍ଡିକୁ ଖବର ଦେବା ପରେ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ପ୍ରଥମେ ସଦର ମେଡିକାଲ ପଠାଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ବୁର୍ଲା ମେଡିକାଲ ସ୍ଥାନାନ୍ତରିତ କରିଥିଲେ ଡାକ୍ତର ।

ଘଟଣା ସଂପର୍କରେ ଖବର ପାଇବା ପରେ ଶାସନ ଥାନା ଆଇଆଇସି ଜୟରଶ୍ମୀ ସେଠୀ, ସମ୍ବଲପୁର ଏସ୍‌ପି କନ୍‌ୱର ବିଶାଲ ସିଂହ, ଅତିରିକ୍ତ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ । ପରେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ସେପଟେ ନାବାଳିକାର ଅବସ୍ଥାରେ ସୁଧାର ଆସିଥିବା ବେଳ ଆସନ୍ତାକାଲି ତାର ୧୬୪ରେ ବୟାନ ରେକର୍ଡ କରାଯିବ । ଏହି ଘଟଣାରେ ପୁଲିସ ୧୪ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିବା ସୂଚନା ରହିଛି ।

   ସମ୍ବନ୍ଧିତ ଖବର


ପୁଣି କଳା ପଲସର ଆତଙ୍କ : ଗୁଳି ଫୁଟାଇ ଭୁଜାଲିରେ ହାଣି ଲୁଟିନେଲେ ୯ ଲକ୍ଷ ଟଙ୍କା

ଉଗ୍ରରୂପ ନେଲା ପାରିବାରିକ କଳହ : ହତ୍ୟା ପରେ ଯୁବକଙ୍କୁ ସ୍ତ୍ରୀ ଏବଂ ପୁଅ-ଝିଅ ପୋଡି ଦେଇଥିବା ଅଭିଯୋଗ

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ