ଫ୍ୟାନ୍‌ରେ ଝୁଲିପଡିଲେ ନାବାଳିକା, ମୃତ୍ୟୁର କ’ଣ ରହିଛି କାରଣ…

ଦଶରଥପୁର,୨୭/୧୧: ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା କମାଳପୁର ଗ୍ରାମ ପାଇକରା ସାହିର କ୍ଷିରୋଦ ସାମଲଙ୍କ ଝିଅ ଶ୍ରାବଣୀ(୧୫) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । କ୍ଷିରୋଦଙ୍କ ପରିବାରର ସମସ୍ତ ସଦସ୍ୟ ବୁଧବାର ରାତିରେ ଖାଇପିଇ ଶୋଇଥିଲେ । ଗୁରୁବାର ସକାଳେ ଶ୍ରାବଣୀ ଉଠିବାରେ ବିଳମ୍ବ କରିବାରୁ ପରିବାର ଲୋକ ତାଙ୍କ କବାଟ ଖୋଲି ଦେଖିବାରୁ ସେ ଫ୍ୟାନ୍‌ରେ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଝିଆର ଆତ୍ମହତ୍ୟାକୁ ନେଇ କ୍ଷିରୋଦ ମଙ୍ଗଳପୁର ଥାନାରେ ଲିଖିତ ଭାବେ ଜଣାଇବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ମୃତ୍ୟୁର କାରଣ ଜଣାପଡ଼ିନ ଥିଲେ ସୁଦ୍ଧା ପୁଲିସ ତଦନ୍ତ ଜାରି ରଖିଥିବା ମଙ୍ଗଳପୁର ଥାନଧିକାରୀ ସୂଚନା ଦେଇଛନ୍ତି ।