PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ବ୍ୟକ୍ତିଗତ ବିବାଦରୁ ଜଣେ ନାବାଳିକା ଛାତ୍ରୀଙ୍କ ନଗ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି- ଭିଡିଓ କଲିଂ ବେଳେ ତାଙ୍କର ବିବସ୍ତ୍ର ସମୟର ଫଟୋକୁ ସ୍କ୍ରିନ ସଟ୍‌ କରି ରଖିଦେଇଥିଲେ ତଦନ୍ତ ଜାରି

କେନ୍ଦ୍ରାପଡ଼ା (ଆପ୍ର): ବ୍ୟକ୍ତିଗତ ବିବାଦରୁ ଜଣେ ନାବାଳିକା ଛାତ୍ରୀଙ୍କ ନଗ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବ୍ୟକ୍ତିଗତ ବିବାଦରେ ମୁଣ୍ଡା ପୂରାଇ ଅପରପକ୍ଷକୁ ସହଯୋଗ କରିବାକୁ ଜଣେ ବଙ୍ଗାଳି ମିସ୍ତ୍ରୀଙ୍କ ଜରିଆରେ ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ ହୋଇଥିବା ସୂଚନା ମିଳିଛି । ଏପରି କରି ନାବାଳିକା ଝିଅ ଓ ତାଙ୍କ ପରିବାରକୁ ବଦନାମ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବଙ୍ଗାଳି ମିସ୍ତ୍ରୀଙ୍କ ଦୁଇ ସାନଭାଇ ପ୍ରତିପକ୍ଷଙ୍କ ପ୍ରରୋଚନାରେ ଏପରି କରିଥିବା ଅଭିଯୋଗ ଉଠିଛି । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଛାନଭିନ୍‌ ଚଳାଇଛି ।

କେନ୍ଦ୍ରାପଡ଼ା ସଦର ଥାନା ଚାନ୍ଦୋଳ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳରେ ସନ୍‌(ଛଦ୍ମନାମ) ନାମକ ଜଣେ ବ୍ୟକ୍ତି ସପରିବାର ବସବାସ କରିଆସୁଛନ୍ତି । ତାଙ୍କ ଘର ନିର୍ମାଣ ନିମନ୍ତେ ଠିକା ନେଇଥିବା ବଙ୍ଗାଳି ଠିକାଦାର ସେକ୍‌ ମିଲନ ଗତ ୪ବର୍ଷ ହେବ ତାଙ୍କ ଘରେ ରହି ସେହି ଗ୍ରାମର ବିଭିନ୍ନ ଲୋକଙ୍କ ଗୃହ ନିର୍ମାଣ କରୁଥିଲେ । ସୂର୍ଯ୍ୟଙ୍କ ଘରେ ରହିବା ମଧ୍ୟରେ ସମ୍ପୃକ୍ତ ଠିକାଦାରଙ୍କ ସହ ତାଙ୍କ ପରିବାରର ଘନିଷ୍ଠତା ବଢ଼ିଥିଲା । ଯାହାର ସୁଯୋଗ ନେଇଥିଲେ ବଙ୍ଗାଳି ଠିକାଦାର ମିଲନ । ସୂର୍ଯ୍ୟଙ୍କ ନାବାଳିକା ଝିଅଙ୍କ ସହ ମିଳାମିଶା କରିବା ମଧ୍ୟରେ ମିଲନ ତାଙ୍କୁ ପ୍ରଭାବିତ କରିଥିଲେ । ଭିଡିଓ କଲିଂ ବେଳେ ତାଙ୍କର ବିବସ୍ତ୍ର ସମୟର ଫଟୋକୁ ସ୍କ୍ରିନ ସଟ୍‌ କରି ରଖିଦେଇଥିଲେ ।

ପରବର୍ତ୍ତୀ ସମୟରେ ସେହି ଫଟୋକୁ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା । ଏହି ଘଟଣା ସମ୍ପର୍କରେ ନାବାଳିକାଙ୍କ ପରିବାର କିଛି ଜାଣି ନଥିବା ବେଳେ ତାଙ୍କ ପଡ଼ୋଶୀ ସରୋଜ(ଛଦ୍ମନାମ)ଙ୍କ ଗୃହ ନିର୍ମାଣ ବେଳେ ଜମିବାଡିକୁ ନେଇ ଉଭୟ ପରିବାର ମଧ୍ୟରେ କଳହ ଲାଗିବାରୁ ନାବାଳିକାଙ୍କ ବିବସ୍ତ୍ର ଫଟୋ ଭାଇରାଲ କଥା ପଦାକୁ ଆସିଲା । ସେହି ସମୟରେ ସରୋଜଙ୍କ ପତ୍ନୀ ସୂର୍ଯ୍ୟଙ୍କ ପତ୍ନୀଙ୍କୁ ଧମକ ଦେଇ ସେ ଭି ଡିଓ ଭାଇରାଲ କରି ତାଙ୍କ ଝିଅକୁ ବଦନାମ କରିଦେବେ ବୋଲି କହିଥିଲେ । ପରେ ବିଭିନ୍ନ ଅଜଣା ମୋବାଇଲ ନମ୍ବରରୁ ସୂର୍ଯ୍ୟଙ୍କ ମୋବାଇଲକୁ ଫୋନ୍‌ ଆସିବାକୁ ଲାଗିଲା । ତାଙ୍କ ନାବାଳିକା ଝିଅର ଫଟୋ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଠିକାଦାରଙ୍କର ୨ ସାନଭାଇ ଆସି ସୂର୍ଯ୍ୟଙ୍କ ପଡୋଶୀ ସରୋଜଙ୍କ ଘରେ ରହିବା ସହ ସରୋଜ ଓ ତାଙ୍କ ପତ୍ନୀଙ୍କ ସହ ମିଶି ଏଭଳି କାର୍ଯ୍ୟ କରିଥିବା ଏତଲାରେ ଦର୍ଶାଯାଇଛି । ସଦର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି