PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବିବାହ ପାଇଁ ବିବାଦ – ବାପ ମୃତ

ନବରଙ୍ଗପୁର- ବିବାହ ପାଇ ବିବାଦ । ଏଥିରେ ପୁଅର ଆକ୍ରମଣରେ ବାପର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନବରଙ୍ଗପୁର ବାଘ ସିଉନି ଗ୍ରାମରେ କମଳଲୋଚନ ଅମାନାତ୍ୟଙ୍କ ପୁଅ କେଶବ ଅନ୍ୟଜାତିରେ ବିବାହ କରିଥିଲେ । ଏଥିପାଇଁ ଜାତି ଲୋକ ବାସନ୍ଦ କରି ଦେଇଥିଲେ । ଏଇ କଥାରେ ବାପ ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା ।

ପରେ ପୁଅ ସ୍ତ୍ରୀକୁ ନେଇ ଶଶୁର ଘରେ ଛାଡି ଦେଇକି ଆସିଥିଲା । ପରେ ଶୁକ୍ରବାର ରାତିରେ ବାପ ମଦ୍ୟପାନ କରି ପୁଅକୁ ଗାଳି ଦେଇଥିବା ଅଭିଯୋଗ ହୋଇଥିଲା ।ଏହାପରେ ଦୁଇ ଜଣ ହାତା ହାତି ପରେ ମାରପିଟ୍‌ ହୋଇଥିଲେ । ପୁଅ କେଶ ଠେଲିଦେବାରୁ ବାପ କମଳଲୋଚଙ୍କ ମୁଣ୍ଡ ଝରକାରେ ପିଟି ହୋଇଯାଇଥିଲା । ଏଥିରେ କମଳଲୋଚନଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ୍‌ ଏବେ ଘଟଣାର ତଦନ୍ତ କରୁଛି ।