ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ବିଜେପିରେ ଯୋଗଦେଲେ ନବରଙ୍ଗପୁର ଜିଲ୍ଲା ବିଜେଡି ଉପସଭାପତି

ଚନ୍ଦାହାଣ୍ଡି ୦୩/୫: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବିଜେଡିର ବରିଷ୍ଠ ନେତା ତଥା ଜିଲ୍ଲା ବିଜେଡି ଉପସଭାପତି ମଧୁସୂଦନ ନାଗେଶ ବିଜେଡି ଦଳରୁ ଇସ୍ତଫା ଦେବା ସହ ନିଜ ୩୦ରୁ ଉର୍ଦ୍ଧ ସମର୍ଥକଙ୍କ ସହ ଆଜି ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟଳୟ ଠାରେ   ବିଜେପି ଦଳରେ ସାମିଲ ହୋଇଛନ୍ତି । ଚନ୍ଦାହାଣ୍ଡି ମାଲଗାଁ ବିଜେପି ମଣ୍ଡଳ ସଭାପତି ମୋହନ ନାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ଦଳରେ ଶ୍ରୀ ନାଗେଶଙ୍କ ଯୋଗଦାନ ବିଜେପି ସଂଗଠନ କୁ ଆହୁରି ସୁଦୃଢ କରିବ । ମଧୁସୂଦନ ନାଗେଶ  ବିଜୁ ଜନତା ଦଳର ଜଣେ ଆଗଧାଡିର ନେତା ରହିବା ସହ  ସେ ଜଣେ ସୁସଂଗଠକ ରହିଥିଲେ l ବିଜେଡି ଦଳରେ କୋଣଠେସା ଏବଂ ଅଣଦେଖାରେ ଅଣ ନିଶ୍ଵାସୀ ହୋଇପଡିବାରୁ ସେ ବିଜେଡି ତ୍ୟାଗ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଏବଂ ବିକାଶ ମୂଳକ କାର୍ଯ୍ୟରେ ସେ ଅନୁ ପ୍ରାଣିତ ହୋଇ ବିଜେପି ଦଳରେ ଯୋଗଦାନ ଦେଇଥିବା ନେଇ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l ଏକ ଶୃଙ୍ଖଳିତ କର୍ମୀ ଭାବରେ ନିଷ୍ଟାର ସହ ଦଳ ପାଇଁ କାମ କରିବେ ବୋଲି ସେ ସୂଚନା ଦେଇଛନ୍ତି l ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝି, ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋଇ, ଦଳୀୟ ଟୋପି ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ଦଳକୁ ସ୍ୱାଗତ କରିଥିଲେ l ଏହି ଅବସରରେ ଯୁବନେତା ଶ୍ୟାମସୁନ୍ଦର ମାଝି, ଚନ୍ଦ୍ରଭାନୁ ନାୟକ, ମୋହନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.